ନୋବେଲ ବିଜେତା ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Published: Jul 11, 2024, 8:50 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ ବିଜେତା ତଥା ଅଷ୍ଟ୍ରିଆର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ମିଃ ଆଣ୍ଟୋନ ଜେଲିଙ୍ଗରଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ଜେଲିଙ୍ଗର କ୍ୱାଣ୍ଟମ ମେକାନିକ୍ସ ଉପରେ ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ୨୦୨୨ ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ।

ପ୍ରଧାନମନ୍ତ୍ରୀ ଭାରତର ଜାତୀୟ କ୍ୱାଣ୍ଟମ ମିଶନ ଉପରେ ଏହି ବିଶିଷ୍ଟ ପଦାର୍ଥ ବିଜ୍ଞାନୀଙ୍କ ସହ ମତ ବିନିମୟ କରିଥିଲେ। ସମସାମୟିକ ସମାଜରେ କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ କ୍ୱାଣ୍ଟମ ପ୍ରଯୁକ୍ତିର ଭୂମିକା ଏବଂ ଭବିଷ୍ୟତ ପାଇଁ ଏହାର ପ୍ରତିଶ୍ରୁତି ଉପରେ ସେ ଓ ମିଃ ଜେଲିଙ୍ଗର ମତ ବିନିମୟ କରିଥିଲେ।

Related posts