Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

September 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ।

ତାଙ୍କ ଉଦବୋଧନରେ ପ୍ରଧାନମନ୍ତ୍ରୀ ଏହି ଶିଖର ସମ୍ମିଳନୀର ଆୟୋଜନ ପାଇଁ ଏବଂ ବିଶ୍ୱର ହିତ ସକାଶେ କ୍ୱାଡକୁ ସୁଦୃଢ଼ କରିବାକୁ ତାଙ୍କର ପ୍ରତିବଦ୍ଧତା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଯେତେବେଳେ ଉତ୍ତେଜନା ଓ ସଂଘର୍ଷରେ ଜର୍ଜରିତ ହେଉଛି, ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୈତିକତା ପାଇଁ କ୍ୱାଡ ସହଯୋଗୀ ମାନେ ଏକାଠି ହେବା ମାନବତା ପାଇଁ ଗୁରୁିତ୍ୱପୂର୍ଣ୍ଣ। ସେ ଗୁରୁତ୍ୱ ଦେଇଥିଲେ, ଆନ୍ତର୍ଜାତିକ ସ୍ତରରେ ଆଇନର ଶାସନ, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଏହି ଗୋଷ୍ଠୀ ପ୍ରତିବଦ୍ଧ। ସେ ପୁଣି କହିଥିଲେ, କ୍ୱାଡ ସହଯୋଗୀମାନଙ୍କ ଲକ୍ଷ୍ୟ ଏକ ମୁକ୍ତ,ଖୋଲା, ସମାବେଶୀ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ ମହାସାଗର) କ୍ଷେତ୍ର। ସେ ଗୁରୁତ୍ୱ ଦେଇଥିଲେ, କ୍ୱାଡ ଏଠାରେ ଇଣ୍ଡୋ-ପାସିଫିକ୍ ଗୋଷ୍ଠୀର ସହଯୋଗୀ ରାଷ୍ଟ୍ରମାନଙ୍କ ସହାୟତା ଓ ପ୍ରଚେଷ୍ଟାର ପ୍ରଶଂସା ପାଇଁ ରହିଛି।

‘ବିଶ୍ୱର ହିତ ପାଇଁ ଏକ ଶକ୍ତି’ ଭାବେ କ୍ୱାଡ ରହିଥିବା ନେଇ ନେତାମାନେ ଦୋହରାଇବା ସହ ଇଣ୍ଡୋ-ପାସିଫକ୍ ଅଞ୍ଚଳ ଏବଂ ବିଶ୍ୱ ସମୁଦାୟର ବିକାଶ ପାଇଁ ନିମ୍ନଲିଖିତ ଘୋଷଣା କରିଥିଲେ:

-ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ସର୍ଭିକାଲ କ୍ୟାନ୍ସର ସହ ଲଢ଼େଇ କରିବାକୁ ‘କ୍ୱାଡ କ୍ୟାନ୍ସର ମୁନସଟ୍ ଏକ ଅଭୁତପୂର୍ବ ସହଯୋଗମୂଳକ ପଦକ୍ଷେପ।

– ଇଣ୍ଡୋ-ପାସିଫିକ୍ ମାରିଟାଇମ ଡୋମେନ ଆୱାରନେସ୍ (ଆଇପିଏମଡିଏ)ର ବିଭିନ୍ନ ଯୋଜନାକୁ ସକ୍ରିୟ କରିବା ଏବଂ କ୍ୱାଡର ଅନ୍ୟ ପଦକ୍ଷେପ ଗୁଡ଼ିକ ପାଇଁ ସହଯୋଗୀଙ୍କୁ ‘ମାରିଟାଇମ୍ ଇନିସିଏଟିଭ୍ ଫର ଟ୍ରେନିଂ ଇନ ଦ ଇଣ୍ଡୋ-ପାସିଫିକ୍‌’ (ମୈତ୍ରୀ)କୁ ସକ୍ରିୟ କରାଯିବ।

-ପ୍ରଥମ ଥର ପାଇଁ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ୨୦୨୫ରେ ‘କ୍ୱାଡ-ଆଟ-ସି ସିପ୍ ଅବଜର୍ଭର ମିସନ’ଲାଗୁ କରିବା।

– ‘କ୍ୱାଡ ବନ୍ଦର କ୍ଷେତ୍ରରେ ଭବିଷ୍ୟତରେ ସହଯୋଗିତା’ ଯେଉଁଥିରେ କି ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ) କ୍ଷେତ୍ରରେ ମୌଳିକ ଢାଞ୍ଚାର ବିକାଶ ପାଇଁ ସାମୁହିକ ବିଶେଷଜ୍ଞତାର ସହଯୋଗ ନିଆଯିବ।

-ଇଣ୍ଡୋ-ପାସିଫିକ୍ ଏବଂ ଏହାର ବାହାର କ୍ଷେତ୍ରରେ ‘ଡିଜିଟାଲ ସାର୍ବଜନିକ ଢାଞ୍ଚାର ବିକାଶ ଏବଂ ବିସ୍ତାର ପାଇଁ କ୍ୱାଡର ସିଦ୍ଧାନ୍ତ’।

-କ୍ୱାଡର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳକୁ ବଢ଼ାଇବା ପାଇଁ ‘ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଆକସ୍ମିକତା ନେଟୱର୍କ ସହଯୋଗ ଜ୍ଞାପନ’।

-ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଉଚ୍ଚ ଦକ୍ଷତା ବିଶିଷ୍ଟ ଶକ୍ତି ପ୍ରଣାଳୀର ବ୍ୟବହାର, ବିନିର୍ମାଣ, ଶକ୍ତି ବା ଉର୍ଜା ଦକ୍ଷତା ବୃଦ୍ଧି ସକାଶେ କ୍ୱାଡର ସାମୁହିକ ପ୍ରୟାସ।

-ଭାରତ ଦ୍ୱାରା ମରିସସ୍ ପାଇଁ ଅନ୍ତରୀକ୍ଷ ଆଧାରିତ ୱେବପୋର୍ଟାଲର ସ୍ଥାପନା, ଯାହାଦ୍ୱାରା କି ସୃଷ୍ଟି ହେବାକୁ ଥିବା ପାଣିପାଗ ଜନିତ ଅଘଟଣ, ଜଳବାୟୁର ପ୍ରଭାବ ଉପରେ ଅନ୍ତରୀକ୍ଷ ଆଧାରିତ ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ମୁକ୍ତ ବିଜ୍ଞାନକୁ ପ୍ରୋତ୍ସାହିତ କରାଯାଇପାରିବ।

– ଭାରତର କ୍ୱାଡ ଏସଟିଇଏମ୍ ଫେଲୋସିପ୍ ଅନୁଯାୟୀ ଏକ ନୂଆ ଉପ-ଶ୍ରେଣୀର ଘୋଷଣା ମଧ୍ୟ କରାଯାଇଛି। ଏହା ଅନୁସାରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ବିଦ୍ୟାର୍ଥୀମାନଙ୍କୁ ଭାରତ ସରକାରଙ୍କ ଅର୍ଥରେ ପରିଚାଳିତ ବୈଷୟିକ ଶିକ୍ଷାନୁଷ୍ଠାନରେ ୪ ବର୍ଷିଆ ଇଞ୍ଜିନିୟରିଂ ସ୍ନାତକ ପାଠ୍ୟକ୍ରମର ସୁବିଧା ମିଳିବ।

– ସଙ୍ଗଠନର ନେତାମାନେ ୨୦୨୫ରେ ଭାରତ ଦ୍ୱାରା କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ ପ୍ରସ୍ତାବକୁ ସ୍ୱାଗତ କଲେ। ବୈଠକ ଅବସରରେ କ୍ୱାଡ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ କ୍ୱାଡ ୱିଲିମଙ୍ଗଟନ ଘୋଷଣାପତ୍ରକୁ ଗ୍ରହଣ କରାଗଲା।

Delaware narendra modi usa Wilmington
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.