Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକୁଛି ଓଡିଶା ମଣ୍ଡପ
ଅନ୍ତରାଷ୍ଟ୍ରୀୟ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକୁଛି ଓଡିଶା ମଣ୍ଡପ

November 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
iitf24
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚମକୁଛି ଓଡିଶା ମଣ୍ଡପ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିନ। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ଦର୍ଶକମାନେ ଏହାର କାରୁକାର୍ଯ୍ୟ ଓ କଳା କାରିଗରିକୁ ପ୍ରଶଂସା କରୁଛନ୍ତି।

ଆଜି କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଦାଭେନ୍ଦ୍ର କୁମାର ଧୋଡ଼ାୱତ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ଏଠାରେ ପ୍ରଦର୍ଶିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଚିତ୍ରକୁ ଦେଖି ସେ ଖୁସି ପ୍ରକାଶ କରିଥିଲେ।

ସେହିପରି ଗତ ଚାରି ଦିନ ଭିତରେ ତ୍ରିପୁରାର ଶିଳ୍ପ, ବାଣିଜ୍ୟ, ଜେଲ୍ (ଗୃହ) ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀମତୀ ସାନ୍ତାନା ଚକମା, ଅରୁଣାଚଳ ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନ୍ୟାଟୋ ଡୁକମ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ ଶ୍ରୀମତୀ ଉଜ୍ଜୟିନୀ ଦତ୍ତ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଛନ୍ତି।

ଚଳିତବର୍ଷ ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଏଥିରେ ଓଡ଼ିଶାର ଅନନ୍ୟ କଳା କାରିଗରି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି କଳାକୃତି ସ୍ଥାନ ପାଇଛି। ସେହିପରି ଓଡ଼ିଶାର ସ୍ୱତନ୍ତ୍ର ହାତବୁଣା ଶାଢ଼ି ଓ ଆଧୁନିକ ପୋଷାକ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି।

ବାଣିଜ୍ୟ ମେଳାରେ ଓଡ଼ିଶାର ବିଭିନ୍ନ ଗ୍ରାମୀଣ ଉତ୍ପାଦ ଏବଂ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି  ଜିନିଷର ବେଶ୍ ଚାହିଦା ରହିଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଓ କନ୍ଧମାଳ ହଳଦୀ ସହ ଓଡ଼ିଶାର ତାଳଗୁଡ଼, ନାଲି ଚୁଡ଼ା, କଳାଜିରା ଚାଉଳ ଏବଂ ବ୍ରହ୍ମପୁର ଆଚାର ଆଦି ଓଡ଼ିଶା ମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ଆକର୍ଷଣ ସାଜିଛି।

‘ଓଡ଼ିଶା ମଣ୍ଡପ’ର ଆଉ ଏକ ଆକର୍ଷଣ ହେଉଛି ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ରୁପା ତାରକସି ଓ ସବାଇ ଘାସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ସେହିପରି ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’ ଦେଶ ବିଦେଶର ଲୋକଙ୍କୁ ଆକର୍ଷିତ କରୁଛି।

ଓଡ଼ିଶା ମଣ୍ଡପରେ ସ୍ୱତନ୍ତ୍ର ଫୁଡ ଜୋନ ଖୋଲାଯାଇଛି। ଓଡ଼ିଶା ରସଗୋଲା, ଦହିବରା, ଛେନାଝିଲ୍ଲି ଓ ଛନାପୋଡ଼ର ସୁଆଦ ଲୋକଙ୍କୁ ବେଶ ପସନ୍ଦ ହେଉଛି।

‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମକୁ ନେଇ ପ୍ରସ୍ତୁତ ‘ଓଡ଼ିଶା ମଣ୍ଡପ’ ଡିଜାଇନରେ ସଂସ୍କୃତି ଓ ପ୍ରଯୁକ୍ତିର ଚମତ୍କାର ସମନ୍ୱୟ ରହିଛି। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହେଉଛି। ଏହାର ପ୍ରବେଶ ପଥରେ ନିର୍ମିତ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ ଦର୍ଶକମାନଙ୍କୁ ଆକର୍ଷିତ କରୁଛି।

ସେହିପରି କୋଣାର୍କ ମନ୍ଦିରର ପ୍ରତିରୂପ ଓ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ପାଭିଲିୟନକୁ ଆସୁଥିବା ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି।

ଓଡ଼ିଶା ମଣ୍ଡପ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.