Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଧାନମନ୍ତ୍ରୀ ମୋଦୀଙ୍କ “ଇଣ୍ଡିଆ ଫାଷ୍ଟ” ନୀତି ଏବଂ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପକୁ ପୁଟିନଙ୍କ ପ୍ରଶଂସା
ଅନ୍ତରାଷ୍ଟ୍ରୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ “ଇଣ୍ଡିଆ ଫାଷ୍ଟ” ନୀତି ଏବଂ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପକୁ ପୁଟିନଙ୍କ ପ୍ରଶଂସା

December 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୋଦୀ -ପୁଟିନ
ରୁଷ ସହିତ ଭାରତ ନେଲା ପଦକ୍ଷେପ!

ନୂଆଦିଲ୍ଲୀ: ‘୧୫ତମ ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମ୍ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଣ୍ଡିଆ ଫାଷ୍ଟ’ ନୀତି ଓ ‘ମେକ୍ ଇନ୍ ଇଣ୍ଡିଆ’ପଦକ୍ଷେପକୁ ପ୍ରସଂଶା କରିଛନ୍ତି। ଏସବୁ ନୀତିଗୁଡ଼ିକ ଭାରତର ଅଭିବୃଦ୍ଧିରେ ଯୋଗଦାନ ଦେଇଛନ୍ତି ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ପୁଟିନ ଅଭିବୃଦ୍ଧି ପାଇଁ ଏକ ସ୍ଥିର ପରିବେଶ ସ୍ଥାପନ ପାଇଁ ଭାରତର ଉଦ୍ୟମକୁ ପ୍ରସଂଶା କରିଥିଲେ। ସେ କହିଛନ୍ତି, ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ସହ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବିଶ୍ବ ଅର୍ଥନୀତିରେ ଭାରତର ସ୍ଥାନକୁ ସୁଦୃଢ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି ପୁଟିନଙ୍କ ଏହି ବିବୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ହାସଲ କରିଥିବା ଆର୍ଥିକ ପ୍ରଗତିକୁ ଦର୍ଶାଉଛି। ସେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏସଏମଇ)ମାନଙ୍କ ପାଇଁ ଏକ ସ୍ଥିର ବାତାବରଣ ସୃଷ୍ଟି କରିବାରେ ଭାରତ ସରକାରଙ୍କ ଉଦ୍ୟମ, ବିଶେଷକରି ମେକ୍ ଇନ ଇଣ୍ଡିଆ ଉପରେ ଗୁରୁତ୍ବ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆରମ୍ଭ କରାଯାଇଥିବା ଆର୍ଥିକ ପଦକ୍ଷେପଗୁଡ଼ିକୁ ସେ ପ୍ରସଂଶା କରିଥିଲେ।

ରାଷ୍ଟ୍ରପତି ପୁଟିନ ରୁଷର ଆମଦାନୀ ହ୍ରାସ ( ଇମ୍ପୋର୍ଟ ସବଷ୍ଟିଚ୍ୟୁସନ) କାର୍ଯ୍ୟକ୍ରମ ସହ ଭାରତର ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମର ତୁଳନା କରି ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ରୁଷର ଆଗ୍ରହକୁ ପ୍ରକାଶ କରିଥିଲେ। ଭାରତରେ ପୁଞ୍ଜିନିବେଶ କରିବା ଲାଭଦାୟକ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତର ନେତୃତ୍ବ ଜାତୀୟ ସ୍ବାର୍ଥ ଉପରେ ପ୍ରାଥମିକତା ଦେଇଆସୁଛନ୍ତି ।

ରୁଷ ରାଷ୍ଟ୍ରପତି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ମେକ୍ ଇନ ଇଣ୍ଡିଆ ନାମକ ଏକ ସମାନ ଧରଣର କାର୍ଯ୍ୟକ୍ରମ ଚଳାଉଛନ୍ତି । ଆମେ ମଧ୍ୟ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପ୍ରସ୍ତୁତ ଅଛୁ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ସରକାର ଭାରତ ଉପରେ ପ୍ରାଥମିକତା ଦେଇ ଏକ ସ୍ଥିର ବାତାବରଣ ସୃଷ୍ଟି କରୁଛନ୍ତି । ଆମେ ବିଶ୍ବାସ କରୁଛୁ ଯେ ଭାରତରେ ନିବେଶ କରିବା ବେଶ ଲାଭଜନକ । ସେ କହିଛନ୍ତି ଯେ ରୁଷୀୟ କମ୍ପାନି ରୋସନେଟ୍ ନିକଟରେ ଭାରତରେ ୨୦ ବିଲିୟନ ଡଲାର ନିବେଶ କରିଛି ।“

ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଋଷର ଆମଦାନୀ ହ୍ରାସ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏସଏମଇ)ଗୁଡ଼କର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ବ୍ରିକ୍ସ ପ୍ଲସ ଦେଶଗୁଡ଼ିକରେ ଏସଏମଇଗୁଡିକ ପାଇଁ ସୁଚାରୁ ବ୍ୟବସାୟିକ କାରବାରକୁ ସୁଗମ କରିବା ପାଇଁ ତ୍ୱରିତ ବିବାଦ ସମାଧାନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ସେ ମଧ୍ୟ ପାଶ୍ଚାତ୍ୟ ବ୍ରାଣ୍ଡଗୁଡ଼ିକର ବିକଳ୍ପଭାବେ ବାହାରୁଥିବା ରୁଷୀୟ ବ୍ରାଣ୍ଡଗୁଡ଼ିକ ବିଷୟରେ ଆଲୋତପାତ କରିଥିଲେ  ଏବଂ ଉପଭୋକ୍ତା ସାମଗ୍ରୀ, ଆଇଟି, ହାଇ-ଟେକ୍ ଏବଂ କୃଷି ଭଳି କ୍ଷେତ୍ରରେ ସ୍ଥାନୀୟ ରୁଷୀୟ ନିର୍ମାତାଙ୍କ ସଫଳତା କଥା ଉଲ୍ଲେଖ କରିଥିଲେ ।

ସେ କହିଥିଲେ, “ଆମଦାନୀ ହ୍ରାସ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆମ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ନୂଆ ରୁଷୀୟ ବ୍ରାଣ୍ଡଗୁଡ଼ିକ ପାଶ୍ଚାତ୍ୟ କମ୍ପାନୀଗୁଡିକର ସ୍ଥାନ ନେଇଛି, ଯେଉଁମାନେ କି ସ୍ବେଚ୍ଛାରେ ଆମ ବଜାରକୁ ତ୍ୟାଗ କରିଥିଲେ । ଆମର ସ୍ଥାନୀୟ ଉତ୍ପାଦକମାନେ କେବଳ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରରେ ନୁହେଁ ବରଂ ଆଇଟି ଏବଂ ହାଇ-ଟେକ୍ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ”

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅଭିବୃଦ୍ଧିକୁ ସହାୟତା ପାଇଁ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗ ପାଇଁ ପୁଟିନ ଆହ୍ବାନ ଦେଇଛନ୍ତି । ଏହା ସହ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ଶିଖର ସମ୍ମିଳନୀ ନିମନ୍ତେ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକର ଚିହ୍ନଟ ପାଇଁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରିକ୍ସ ସହିତ ରୁଷ ଦ୍ବାରା ନିର୍ମାଣ କରାଯାଉଥିବା ନିବେଶ ପ୍ଲାଟଫର୍ମ ସଂପର୍କରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଏହା ସମସ୍ତ ସହଯୋଗୀ ଦେଶମାନଙ୍କୁ ଉପକୃତ କରିବାର କ୍ଷମତା ରଖୁଛି ଏବଂ ଏହା ଆମ ଅର୍ଥନୀତିଗୁଡ଼ିକୁ ସହାୟତା କରିବ ଏବଂ ଦକ୍ଷିଣ ଓ ପୂର୍ବ ଦେଶ ମାନଙ୍କୁ ଆର୍ଥିକ ସମ୍ବଳ ଯୋଗାଣର ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ହେବ ବୋଲି ଆଶା କରାଯାଉଛି ।

ସେ କହିଛନ୍ତି, “ମୁଁ ଆମ ବ୍ରିକ୍ସ ସହଯୋଗୀ ରାଷ୍ଟ୍ରମାନଙ୍କୁ ଅନୁରୋଧ କରୁଛି କି ସେମାନେ ସହଯୋଗର ପ୍ରମୁଖ କ୍ଷେତ୍ରରେ ସାମ୍ପ୍ରତିକ ସ୍ଥିତିର ମୂଲ୍ୟାଙ୍କନ କରନ୍ତୁ ଏବଂ ଆମେ ନିଶ୍ଚିତ ଭାବରେ ସେ ସମ୍ପର୍କରେ ବ୍ରାଜିଲର ନେତୃବୃ୍ନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବୁ, ଯେଉଁମାନେ ଆସନ୍ତା ବର୍ଷ ବ୍ରିକ୍ସର ନେତୃତ୍ୱ ନେବେ। “

ମସ୍କୋ ରାଷ୍ଟ୍ରପତି ପୁଟିନ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.