Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଭାରତର ବିଶ୍ୱ ଶକ୍ତି ଉପରେ ମତ ରଖିବେ ନୀତା ଅମ୍ବାନୀ 
ଅନ୍ତରାଷ୍ଟ୍ରୀୟ

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଭାରତର ବିଶ୍ୱ ଶକ୍ତି ଉପରେ ମତ ରଖିବେ ନୀତା ଅମ୍ବାନୀ 

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବୋଷ୍ଟନ୍‌: ଫେବୃଆରୀ ୧୫-୧୬, ୨୦୨୫ ରେ ବୋଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ହାର୍ଭାର୍ଡ ଇଣ୍ଡିଆ କନଫରେନ୍ସ (ଆଇସିଏଚ) ରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ଭାରତର ବିଶ୍ୱ ଶକ୍ତି ଏବଂ ସମ୍ଭାବନା ଉପରେ ନିଜର ମତ ରଖିବେ। ଏଥିନେଇ ରବିବାର ଦିନ ଆଇସିଏଚ ପକ୍ଷରୁ ଘୋଷଣା କରାଯାଇଛି। ଏହି ବର୍ଷର ଥିମ୍ ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ରଖାଯାଇଛି।

ନୀତା ଅମ୍ବାନୀ ତାଙ୍କ ସାମାଜିକ କାର୍ଯ୍ୟ ମାଧ୍ୟମରେ ୮ କୋଟିରୁ ଅଧିକ ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛନ୍ତି। ନିକଟରେ ନିଜର ସଫଳ ଉଦ୍ୟମ ବଳରେ ସେ ଚାରି ଦଶନ୍ଧି ପରେ ଭାରତରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନ ଆୟୋଜନ କରିବା ସହିତ ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତର ଆବେଦନକୁ ମଜବୁତ କରିଛନ୍ତି। ତାଙ୍କର ଏହି ସଫଳତା ଭାରତର ବିଶ୍ୱ ପ୍ରଭାବ ଏବଂ ନେତୃତ୍ୱ ସାମର୍ଥ୍ୟର ପ୍ରତୀକ।

ଆୟୋଜକଙ୍କ ସୂଚନା ଅନୁସାରେ ଏହି ସମ୍ମିଳନୀରେ ୮୦ ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ। ନୀତା ଅମ୍ବାନୀଙ୍କ ସହ ଫାୟାରସାଇଡ ବାର୍ତ୍ତାଳାପରେ ଭାରତର ବିଶ୍ୱ ସ୍ତରରେ ଭୂମିକା ଏବଂ ଦୃଷ୍ଟିକୋଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ôଥକ ଅନ୍ତର୍ଭୂକ୍ତିକୁ ନେଇ ଏକ ପଲିସି ହ୍ୟାକାଥନ୍ ଏବଂ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍ ପିଚ୍ ପ୍ରତିଯୋଗିତା ଆୟୋଜିତ ହେବ।

ଅନ୍ୟାନ୍ୟ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସର ପ୍ରତିଷ୍ଠାତା ଡିନ୍ ପ୍ରମଥ ରାଜ ସିହ୍ନା, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସିଇଓ ଅନିଶ ଚୌହାନ, ଫ୍ୟାଶନ୍ ଡିଜାଇନର୍ ସାବ୍ୟାସାଚୀ ମୁଖାର୍ଜୀ ଏବଂ ଅଞ୍ଜଳି ବଂଶଲ।

ସମ୍ମିଳନୀର ସହ-ଚେୟାରମ୍ୟାନ୍ ଆୟୁଷ ଶୁକ୍ଲା କହିଛନ୍ତି ଯେ ଏହି ମଞ୍ଚ ଭାରତର ବୈଷୟିକ ପ୍ରଗତି, ସାଂସ୍କୃତିକ ବିବିଧତା ଏବଂ ସମୁଦାୟିକ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତ ଉପରେ ପର୍ଯ୍ୟବେସିତ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପ୍ରଭାବଶାଳୀ ସମ୍ମିଳନୀ ମଧ୍ୟରେ ହାର୍ଭାର୍ଡ ଇଣ୍ଡିଆ କନଫରେନ୍ସ ଅନ୍ୟତମ।

ନୀତା ଅମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.