![](https://thesamikhsya.com/odia/wp-content/uploads/2025/02/barabati9.jpg)
କଟକ: ପୁଣି ଥରେ ବାରବାଟୀ ବଦନାମ ହୋଇପଡିଛି। ଆଜି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳାଳୀମାନେ ଖେଳି ନ ପାରି ସେମାନେ ପାଭେଲିୟନକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ସେଠାରେ ଖେଳ ଦେଖିବାକୁ ଯାଇଥିବା ହଜାରହଜାର ଦର୍ଶକ ନିରାଶ ହୋଇପଡିଛନ୍ତି। ସେମାନଙ୍କୁ ବାରବାଟୀ ଆଜି ନିରାଶ କରିଛି।
ସୂଚନା ଅନୁସାରେ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଲିଭିଯିବା ପରେ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଅମ୍ପାୟରଙ୍କୁ ଏହି ଅଭିଯୋଗ କରିଥିଲେ। ସେମାନେ ଏପରି ଲାଇଟିରେ ଖେଳିପାରିବେ ନାହିଁ ବୋଲି ଜଣାଇଦେଇଥିଲେ। ଫଳରେ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସମସ୍ତ ଖେଳାଳୀ ପଡିଆ ଛାଡି ପ୍ୟାଭିଲିୟନକୁ ଫେରିଯାଇଥିଲେ।
ଆଜି ପ୍ରଥମେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରି ୩୦୪ ରନ ହାସଲ କରିଛି। ଏହାପରେ ଭାରତର ଓପନର ଭାବେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ଲ ଓପନିଂ କରିଥିଲେ। ରୋହିତ ଶର୍ମା ଧୂଆଁଧାର ପାଳି ଖେଳି ମାତ୍ର ୩୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ବହୁତ ଭଲ ଖେଳି ୬ ଓଭରରେ ଭାରତ ୪୮ ରନ କରିଛି। ହେଲେ ଖରାପ ଲାଇଟ ପାଇଁ ରୋହିତ ଶର୍ମା ଅଭିଯୋଗ କରିଥିଲେ। ଯାହାଫଳରେ ଖେଳକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। କିଛି ସମୟ ପାଇଁ ଖେଳ ସ୍ଥଗିତ ରହିବା ପରେ ବର୍ତ୍ତମାନ ତାହା ଆରମ୍ଭ କରାଯାଇଛି।
ପାଞ୍ଚ ବର୍ଷ ପରେ ବାରବାଟୀକୁ ଏକ ଆନ୍ତର୍ଜାତୀୟ ମ୍ୟାଚ ଆସିଥିଲା। ହେଲେ ଓସିଏର ଖରାପ ପ୍ରସ୍ତୁତି ପାଇଁ ଆଜି ବାରବାଟୀ ଷ୍ଟାଡିୟମ ଆନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି।