Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା: ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା: ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ

March 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ତଥା ପରରାଷ୍ଟ୍ର ସଚିବ ୱାଡିଶ୍ୱ ଟେଓଫି ବାର୍ଟୋଶେଫସ୍କି କହିଛନ୍ତି। ବିଶ୍ୱ ଶାନ୍ତି ପ୍ରୟାସରେ ଏକ ପ୍ରମୁଖ ମଧ୍ୟସ୍ଥ ଭାବେ ଏହା ଭାରତର ଭୂମିକା ଉପରେ ଆଲୋକପାତ କରୁଛି ବୋଲି ସେ କହିଛନ୍ତି। ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାର୍‌ଶ ଗସ୍ତ ବେଶ ଫଳପ୍ରଦ ରହିଥିଲା। ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ ନକରିବା ପାଇଁ ରାଜି କରାଇଥିଲେ। ଆମେ ସମସ୍ତେ ୟୁକ୍ରେନରେ ସ୍ଥିର ଏବଂ ଦୀର୍ଘସ୍ଥାୟୀ ଶାନ୍ତି ଚାହୁଁଛୁ ବୋଲି ସେ କହିଛନ୍ତି।’’

ରାଷ୍ଟ୍ରପତି ପୁତିନ ଭାରତର କୂଟନୈତିକ ପ୍ରୟାସକୁ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଶ୍ୱସ୍ତରୀୟ ନେତାମାନେ ଅନ୍ତର୍ଜାତୀୟ ବିବାଦ ସମାଧାନ ଏବଂ ଯୁଦ୍ଧ ବନ୍ଦ କରିବା ଉପରେ ଜୋର ଦେଇଥିଲେ। ଏହା ଅନ୍ତର୍ଜାତୀୟ ବିବାଦ ସମାଧାନରେ ଭାରତର ପ୍ରମୁଖ ପ୍ରଭାବକୁ ଦର୍ଶାଇଥାଏ। ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ କହିଛନ୍ତି, ‘‘ଆମେ ଆମର ଘରୋଇ ବ୍ୟାପାରକୁ ନେଇ ବ୍ୟସ୍ତ ରହିଥିଲୁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଅନ୍ୟ ରାଷ୍ଟ୍ର ନେତାମାନେ ଏହି ବିବାଦ ସମାଧାନ ପାଇଁ ପ୍ରୟାସ କରିଥିଲେ ଏବଂ ଏଥିପାଇଁ ସମୟ ଦେଉଥିଲେ। ଏଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।’’

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଅନ୍ତର୍ଜାତୀୟ ସମ୍ପର୍କ ବେଶ ସୁଦୃଢ଼ ହୋଇଛି। ବିଶେଷ କରି ରୁଷ ସହିତ ଭାରତର ସମ୍ପର୍କ ଅଧିକ ନିବିଡ଼ ହୋଇଛି ଏବଂ ରାଷ୍ଟ୍ରପତି ପୁତିନ ଏହାକୁ ‘‘ସ୍ୱତନ୍ତ୍ର ସୁବିଧାପ୍ରାପ୍ତ’’ ସମ୍ପର୍କ ଭାବେ ଅଭିହିତ କରିଛନ୍ତି। ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ଭାରତର ନିରପେକ୍ଷତା ଏବଂ ଶାନ୍ତି ପ୍ରୟାସକୁ ଅଧିକ ସୁଦୃଢ଼ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେଁସ୍କି ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ମାର୍ଗ ସନ୍ଧାନ କରିବା ଲାଗି ଭାରତ ଦ୍ୱାରା ଶାନ୍ତି ପ୍ରୟାସ ଆରମ୍ଭ କରାଯିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ବିଶ୍ୱ କୂଟନୀତିରେ ଭାରତର ବର୍ଦ୍ଧିତ ପ୍ରଭାବ ଉପରେ ଆଲୋକପାତ କରିଥାଏ।

ରୁଷ-ୟୁକ୍ରେନ ପରମାଣୁ ଯୁଦ୍ଧକୁ ଏଡ଼ାଇବାକୁ ବାଦ୍‌ ଦେଲେ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଭାରତକୁ କୂଟନୀତିକ ସଫଳତା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଆମେରିକା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତାହାଉର୍‌ ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତର ନିଷ୍ପତ୍ତିକୁ ସାଉଦି ଆରବ, ୟୁଏଇ, ରୁଷ, ଇସ୍ରାଏଲ, ବାହାରିନ ଏବଂ ଇରାନ ସମର୍ଥନ କରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିବାକୁ ପାକିସ୍ତାନର ପ୍ରୟାସ ନିଷ୍ଫଳ ହୋଇଛି। ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ମଧ୍ୟ ଜାପାନ, ଜର୍ମାନୀ, ୟୁଏଇ, ରୁଷ ଆଦି ଦେଶ ସମର୍ଥନ କରିଛନ୍ତି।

ରୁଷ-ୟୁକ୍ରେନ ସଂଘର୍ଷ ସତ୍ତ୍ୱେ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୧୫ଟି ପ୍ରସଙ୍ଗ ଉପରେ ଅନ୍ତର୍ଜାତୀୟ ସହମତି ସହିତ ନୂଆଦିଲ୍ଲୀ ଘୋଷଣାନାମାକୁ ମଞ୍ଜୁରି ମିଳିଥିଲା। କିଛିଦିନ ପୂର୍ବେ ଭାରତର ଆଠ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ କତରରେ ଫାଶୀ ଦଣ୍ଡ ଦିଆଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନେ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯୁଦ୍ଧଗ୍ରସ୍ତ ୟୁକ୍ରେନ, ଆଫଗାନିସ୍ତାନ ଓ ସୁଦାନରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ହେଉ ଅଥବା କୋଭିଡ ୧୯ ମହାମାରୀ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ, ଭାରତ ସବୁବେଳେ ବିଦେଶରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦେଇଛି। ସେହିପରି ଭେକ୍ସିନ ମୈତ୍ରୀ ଜରିଆରେ କୋଭିଡ ଟିକା ସହାୟତା ଯୋଗାଇ ଦେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ବିଶ୍ୱର ଅନେକ ଦେଶକୁ ମାନବୀୟ ସହାୟତା ଯୋଗାଇ ଦେଇ ଭାରତ ନିଜର ବିଶ୍ୱ ବନ୍ଧୁ ଭାବନା ଏବଂ କୂଟନୀତିକ ପ୍ରଭାବକୁ ବିସ୍ତାରିତ କରିପାରିଛି।

ଧାରା ୩୭୦ ଉଚ୍ଛେଦ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ରୁଷ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.