The Samikhsya Desk: ନିକଟରେ ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ଯେଉଁ ଆଲୋଚନା ହୋଇଥିଲା ତାହାକୁ ନେଇ ଏକ ଅଦଭୁତ କଥା ଚର୍ଚ୍ଚା ହେଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଉଛି। ଯାହା ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ପାଇଁ ପୁଟିନ କୁଆଡେ ନିଜେ ଯାଇ ନ ଥିଲେ। ସେ ଅବକଳ ତାଙ୍କରି ପରି ଦେଖାଯାଉଥିବା ଜଣେ ଡୁପ୍ଲିକେଟକୁ ପଠାଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।
ଏହି ଚର୍ଚ୍ଚା ଏତେ ଜୋରରେ ପ୍ରଚାର ହେଲାଣି ଯେ, ସାରା ବିଶ୍ବବାସୀ ଏହାକୁ ନେଇ ସନ୍ଦେହ ପ୍ରକଟ କଲେଣି। କାରଣ ପ୍ରକୃତରେ ପୁଟିନ ସେମିତି କିଛି କରିଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି। ସାମାଜିକ ଗଣମାଧ୍ୟମରେ ପୁଟିନଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇ କିଏ ଡୁପ୍ଲିକେଟ କିଏ ଓରିଜିନାଲ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।
ଜଣେ ୟୁଜର ପୁଟିନଙ୍କ ଦୁଇଟି ଫଟୋ ପୋଷ୍ଟ କରି ଗୋଟିଏରେ କିପରି କପାଳରେ କିଛି ଗାର ବା ଭାଙ୍ଗ ନାହିଁ ବୋଲି କୁହୁଥିବା ବେଳେ ଅନ୍ୟଟିରେ କିପରି ତାହା ଅଛି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଫଟୋ କପାଳରେ ଭାଙ୍ଗ ରହିଛି ସେ ହେଉଛନ୍ତି ଓରିଜିନାଲ ପୁଟିନ। ଅନ୍ୟ ଫଟୋଟି ପୁଟିନଙ୍କ ଡୁପ୍ଲିକେଟ ଏବଂ ସେ ହିଁ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିଛନ୍ତି ବୋଲି ଦାବୀ କରୁଛନ୍ତି। ତେବେ ଏ ନେଇ କୌଣସି ଅଫିସିଆଲ ସ୍ପଷ୍ଟକରଣ ଦିଆଯାଇ ନାହିଁ।