Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟ୍ରମ୍ପଙ୍କ ସହ କଥା ହେବା ପାଇଁ ପୁଟିନ କୁଆଡେ ନିଜ ଡୁପ୍ଲିକେଟକୁ ପଠାଇଥିଲେ!! ଚର୍ଚ୍ଚା…
ଅନ୍ତରାଷ୍ଟ୍ରୀୟ

ଟ୍ରମ୍ପଙ୍କ ସହ କଥା ହେବା ପାଇଁ ପୁଟିନ କୁଆଡେ ନିଜ ଡୁପ୍ଲିକେଟକୁ ପଠାଇଥିଲେ!! ଚର୍ଚ୍ଚା…

August 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

The Samikhsya Desk: ନିକଟରେ ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ଯେଉଁ ଆଲୋଚନା ହୋଇଥିଲା ତାହାକୁ ନେଇ ଏକ ଅଦଭୁତ କଥା ଚର୍ଚ୍ଚା ହେଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଉଛି। ଯାହା ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ପାଇଁ ପୁଟିନ କୁଆଡେ ନିଜେ ଯାଇ ନ ଥିଲେ। ସେ ଅବକଳ ତାଙ୍କରି ପରି ଦେଖାଯାଉଥିବା ଜଣେ ଡୁପ୍ଲିକେଟକୁ ପଠାଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ଏହି ଚର୍ଚ୍ଚା ଏତେ ଜୋରରେ ପ୍ରଚାର ହେଲାଣି ଯେ, ସାରା ବିଶ୍ବବାସୀ ଏହାକୁ ନେଇ ସନ୍ଦେହ ପ୍ରକଟ କଲେଣି। କାରଣ ପ୍ରକୃତରେ ପୁଟିନ ସେମିତି କିଛି କରିଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି। ସାମାଜିକ ଗଣମାଧ୍ୟମରେ ପୁଟିନଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇ କିଏ ଡୁପ୍ଲିକେଟ କିଏ ଓରିଜିନାଲ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।

ଜଣେ ୟୁଜର ପୁଟିନଙ୍କ ଦୁଇଟି ଫଟୋ ପୋଷ୍ଟ କରି ଗୋଟିଏରେ କିପରି କପାଳରେ କିଛି ଗାର ବା ଭାଙ୍ଗ ନାହିଁ ବୋଲି କୁହୁଥିବା ବେଳେ ଅନ୍ୟଟିରେ କିପରି ତାହା ଅଛି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ଫଟୋ କପାଳରେ ଭାଙ୍ଗ ରହିଛି ସେ ହେଉଛନ୍ତି ଓରିଜିନାଲ ପୁଟିନ। ଅନ୍ୟ ଫଟୋଟି ପୁଟିନଙ୍କ ଡୁପ୍ଲିକେଟ ଏବଂ ସେ ହିଁ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିଛନ୍ତି ବୋଲି ଦାବୀ କରୁଛନ୍ତି। ତେବେ ଏ ନେଇ କୌଣସି ଅଫିସିଆଲ ସ୍ପଷ୍ଟକରଣ ଦିଆଯାଇ ନାହିଁ।

donaldtrump ଡୋନାଲ୍ଡ ଟ୍ରମ୍ପ ଭ୍ଲାଦିମିର ପୁଟିନ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.