Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଗ୍ରହଣ କଲା ଜି-20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ
ଅନ୍ତରାଷ୍ଟ୍ରୀୟ

ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଗ୍ରହଣ କଲା ଜି-20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ

October 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଗ୍ରହଣ କଲା ଜି-20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ
ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଗ୍ରହଣ କଲା ଜି-20 ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କେପଟାଉନ ଠାରେ ଜି-20 ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର)ର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଏଥିରେ  ଅଂଶଗ୍ରହଣ କରିଥିବା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଏହି ବୈଠକରେ ମନ୍ତ୍ରୀମାନେ 13 ଅକ୍ଟୋବର, ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଉପଲକ୍ଷେ ‘‘ସମସ୍ତଙ୍କ ପାଇଁ ଅନୁକୂଳ ପରିବେଶ: ଏକତା, ସମାନତା ଏବଂ ସ୍ଥିରତା ମାଧ୍ୟମରେ ବିପର୍ଯ୍ୟୟ ବିପଦ ହ୍ରାସକୁ ସୁଦୃଢ଼ କରିବା’’ର ଘୋଷଣାନାମାକୁ ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଡକ୍ଟର ମିଶ୍ର କହିଛନ୍ତି ଯେ, ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ପାଣ୍ଠି ବିନିଯୋଗ କୌଣସି ବ୍ୟୟ ନୁହେଁ ବରଂ ଏହା ଆମ ସହଭାଗୀ ଭବିଷ୍ୟତ ଲାଗି ଏକ ସାମୁହିକ ନିବେଶ ବୋଲି ଭାରତ ସର୍ବଦା ଗୁରୁତ୍ୱାରୋପ କରି ଆସିଛି। ଜି-20 ଡିଆରଆର କାର୍ଯ୍ୟଗୋଷ୍ଠୀ (2023) ଗଠନରେ ଭାରତର ଅଗ୍ରଣୀ ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ବହୁମୁଖି ବିପଦର ଆଗୁଆ ଚେତାବନୀ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା, ପୂର୍ବାନୁମାନ ପଦକ୍ଷେପ ଗ୍ରହଣ କରିବା ଲାଗି ପୂର୍ବାନୁମାନ ଆଧାରିତ ପାଣ୍ଠି ସହାୟତାର ଲାଭ ଉଠାଇବା ଏବଂ ଅନୁକୂଳ ସ୍ଥିତି ପାଇଁ ସରକାରୀ-ଘରୋଇ ଭାଗିଦାରୀକୁ ପ୍ରୋତ୍ସାହନ ଦେବାକୁ ଭାରତ ସଂକଳ୍ପବଦ୍ଧ ରହିଛି। ସେ ବିପର୍ଯ୍ୟୟ ବିପଦ ନିରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ମାଧ୍ୟମରେ ଭାରତର ନେତୃତ୍ୱକୁ ଦୋହରାଇଥିଲେ। ଏହି ମେଣ୍ଟ ପ୍ରାୟ 50ଟି ଦେଶକୁ ବୈଷୟିକ ସହାୟତା ଯୋଗାଇ ଦେଇଛି।

ଡକ୍ଟର ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ ଏଜେଣ୍ଡା ଅଧୀନରେ ଭାଗିଦାରୀ ଭାବନାକୁ ପ୍ରୋତ୍ସାହନ ଦେବା ଏବଂ ଆଫ୍ରିକାର ଦୃଷ୍ଟିକୋଣକୁ ବ୍ୟାପକ କରିବା ଲାଗି ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାକୁ ପ୍ରଶଂସା କରିଥିଲେ।

ଡିଆରଆରରେ ନିବେଶ ଲାଗି ସ୍ୱେଚ୍ଛାକୃତ ଉଚ୍ଚସ୍ତରୀୟ ନୀତି ଉପରେ ମନ୍ତ୍ରିସ୍ତରୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା। ଡକ୍ଟର ମିଶ୍ର ଏହି ବୈଠକରେ ବିପଦର ସୂଚନା, ପାଣ୍ଠି ଯୋଗାଣ ରଣନୀତି, ନବସୃଜନ ଏବଂ ସ୍ଥାନୀୟ ସ୍ତରର ନିବେଶ ଉପରେ ଆଧାରିତ ଭାରତର ସମନ୍ୱିତ ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିଥିଲେ। ଭାରତର ପ୍ରଶାସନିକ ଢାଞ୍ଚାରେ ଡିଆରଆରକୁ ଜାତୀୟ ଅନୁକୂଳ ଯୋଜନା, କ୍ଷେତ୍ରୀୟ ନୀତି ଏବଂ ପାଣ୍ଠିଯୋଗାଣ ସମ୍ବଳରେ ସାମିଲ କରାଯାଇଛି। ଏହାଦ୍ୱାରା ବିକାଶ ଯୋଜନାର ପ୍ରତ୍ୟେକ ସ୍ତରକୁ ଅନୁକୂଳ ଏବଂ ସମାବେଶୀ କରିବା ସହିତ ସ୍ଥିରତା ଆଣିବାରେ ସଫଳତା ମିଳିଛି।

ଏହି ଅବସରରେ ଡକ୍ଟର ମିଶ୍ର ଦକ୍ଷିଣ ଆଫ୍ରିକାର ସମବାୟ ପ୍ରଶାସନ ଏବଂ ପାରମ୍ପରିକ ବ୍ୟାପାର ମନ୍ତ୍ରୀ ଭେଲେଂକୋସିନୀ ହ୍ଲାବିସା, ଅଷ୍ଟ୍ରେଲିଆର ଆପାତକାଳ ପରିଚାଳନା ମନ୍ତ୍ରୀ ସୁଶ୍ରୀ କ୍ରିଷ୍ଟୀ ମ୍ୟାକବେନ୍‌ ଏବଂ ଅନ୍ୟ ଜି-20 ସଦସ୍ୟ ଓ ଅନ୍ତର୍ଜାତୀୟ ପ୍ରତିନିଧି ଦଳର ମୁଖ୍ୟମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏସବୁ ବୈଠକରେ ବିପର୍ଯ୍ୟୟ ପ୍ରଶମନ ଦିଗରେ ସହଯୋଗ ପ୍ରୟାସକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଡକ୍ଟର ମିଶ୍ର ଘରୋଇ ସ୍ତରରେ ଏବଂ ଅନ୍ତର୍ଜାତୀୟ ଭାଗିଦାରୀ ମାଧ୍ୟମରେ ଘୋଷଣାପତ୍ରର ପ୍ରତିଶ୍ରୁତିବଦ୍ଧତାକୁ ଆଗକୁ ବଢ଼ାଇବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

କେପଟାଉନ ଜି-୨୦ ଡକ୍ଟର ପି.କେ.ମିଶ୍ର ବିପର୍ଯ୍ୟୟ ବିପଦ ମନ୍ତ୍ରୀସ୍ତରୀୟ ଘୋଷଣାନାମା ସାମୁହିକ ନିବେଶ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.