Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସେ ପ୍ରଥମ ଦ୍ୱିପାକ୍ଷିକ ଇଥିଓପିଆ ଗସ୍ତରେ ଥିବାରୁ, ଏହା ତାଙ୍କ ପାଇଁ ଏକ ବିଶେଷ ସମ୍ମାନ।

ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା – କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର – ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା  ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।

ଭାରତ ଏବଂ ଇଥିଓପିଆ ମଧ୍ୟରେ ସଭ୍ୟତାଗତ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଉଭୟ ଦେଶ ପ୍ରାଚୀନ ଜ୍ଞାନକୁ ଆଧୁନିକ ମହତ୍ତ୍ୱାକାଂକ୍ଷା ସହିତ ମିଶ୍ରଣ କରିଆସିଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ ଭାରତର ଜାତୀୟ ଗୀତ “ବନ୍ଦେ ମାତରମ୍” ଏବଂ ଇଥିଓପିଆର ଜାତୀୟ ସଙ୍ଗୀତ ଉଭୟ ସେମାନଙ୍କ ଭୂମିକୁ ମାତା ବୋଲି ସମ୍ବୋଧିତ କରନ୍ତି। ଦୁଇ ଦେଶର ମିଳିତ ସଂଘର୍ଷକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ  କହିଥିଲେ ଯେ ୧୯୪୧ ମସିହାରେ ସ୍ୱାଧୀନତା ପାଇଁ ଲଢ଼ିଥିବା ଇଥିଓପିଆର ଲୋକଙ୍କ ସହିତ ଭାରତୀୟ ସୈନିକଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ସେ କହିଥିଲେ ଯେ ଇଥିଓପିଆ ଲୋକଙ୍କ ବଳିଦାନର ପ୍ରତୀକ ଏଡୱା ବିଜୟ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ଥିଲା।

ପ୍ରଧାନମନ୍ତ୍ରୀ ଭାରତ-ଇଥିଓପିଆ ସହଭାଗୀତାକୁ ବ୍ୟାପକ ଏବଂ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଇଥିଓପିଆର ଅଭିବୃଦ୍ଧି ଏବଂ ସମୃଦ୍ଧିରେ ଭାରତୀୟ ଶିକ୍ଷକ ଏବଂ ଭାରତୀୟ ବ୍ୟବସାୟର ଅବଦାନକୁ ମନେ ପକାଇଥିଲେ। ସେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନବସୃଜନ ସମେତ କ୍ଷେତ୍ରଗୁଡ଼ିକରେ ଭାରତର ବିକାଶ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ଇଥିଓପିଆକୁ ଏହାର ପ୍ରାଥମିକତା ଅନୁଯାୟୀ ବିକାଶ କ୍ଷେତ୍ରରେ ସହାୟତା ଜାରି ରଖିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ। “ବସୁଧୈବ କୁଟୁମ୍ବକମ” (ବିଶ୍ୱ ଗୋଟିଏ ପରିବାର) ନୀତି ଅନୁସାରେ ମାନବତାର ସେବା ପାଇଁ ଭାରତର ପ୍ରତିବଦ୍ଧତା ପ୍ରକାଶ କରି, ସେ କହିଥିଲେ କୋଭିଡ୍ ମହାମାରୀ ସମୟରେ ଇଥିଓପିଆକୁ ଟୀକା ପ୍ରଦାନ କରିବା ଭାରତ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ଦକ୍ଷିଣର ଦେଶ ଭାବରେ, ଭାରତ ଏବଂ ଇଥିଓପିଆ ବିକାଶଶୀଳ ଦେଶଗୁଡ଼ିକ ଲାଗି ଏକ ବଡ଼ ସ୍ୱର ହେବା ପାଇଁ ଏକତ୍ରିତ ହେବା ଉଚିତ। ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢ଼େଇକୁ ମଜବୁତ କରିବାରେ ଇଥିଓପିଆର ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଥିଲେ।

ଆଫ୍ରିକୀୟ ଏକତାର ସ୍ୱପ୍ନକୁ ସାକାର କରିବାରେ ଆଫ୍ରିକୀୟ ସଂଘର ମୁଖ୍ୟାଳୟ ଆଡିସ୍ ଆବାବାର ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜର ସଭାପତିତ୍ବ କାଳରେ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ସ୍ୱାଗତ କରି ଭାରତ ଗର୍ବିତ। ସେ କହିଥିଲେ ଯେ ତାଙ୍କ ସରକାରଙ୍କ ୧୧ ବର୍ଷ ମଧ୍ୟରେ ଭାରତ-ଆଫ୍ରିକା ସମ୍ପର୍କ ଦ୍ରୁତ ଗତିରେ ଅଗ୍ରଗତି ହାସଲ କରିଛି, ଉଭୟ ପକ୍ଷର ରାଷ୍ଟ୍ରମୁଖ୍ୟ ସ୍ତରରେ ଏବଂ ସରକାର ସ୍ତରରେ ୧୦୦ ରୁ ଅଧିକ ବୈଠକ ହୋଇଛି। ସେ ଆଫ୍ରିକାର ବିକାଶ ପ୍ରତି ଭାରତର ଗଭୀର ପ୍ରତିବଦ୍ଧତା ବିଷୟ ଦୋହରାଇଥିଲେ । ଏହି ମହାଦେଶର ୧ ନିୟୁତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେବା ପାଇଁ ଜୋହାନ୍ସବର୍ଗ ଜି-୨୦ ଶିଖର ସମ୍ମିଳନୀରେ “ଆଫ୍ରିକା ଦକ୍ଷତା ଅଭିବୃଦ୍ଧି ପଦକ୍ଷେପ” ଆରମ୍ଭ କରିବା ପାଇଁ ତାଙ୍କ ପ୍ରସ୍ତାବ ଉପରେ ପୁନଃ ଗୁରୁତ୍ୱାରୋପ କରିଥିଲେ।

ଏକ ସାଥୀ ଗଣତନ୍ତ୍ର ନିକଟରେ ଭାରତର ଯାତ୍ରା କଥା ପ୍ରକାଶ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମାନ୍ୟବର ବାଚସ୍ପତିଙ୍କୁ ଧନ୍ୟବାଦ ଦେଇ କହିଥିଲେ ବିଶ୍ବ ଦକ୍ଷିଣ ନିଜେ ନିଜର ଭାଗ୍ୟ ଲେଖୁଛି।

ଇଥିଓପିଆ ସଂସଦ ନରେନ୍ଦ୍ର ମୋଦୀ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.