Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister addresses Australia-India CEOs Forum and Economic Roadmap Business event
Prime Minister addresses Australia-India CEOs Forum and Economic Roadmap Business event

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ମିଳିତ ଭାବେ ୯ ଜୁଲାଇ ୨୦୨୬ ରେ ମେଲବୋର୍ଣ୍ଣଠାରେ ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ ଏବଂ ଇକୋନୋମିକ୍ ରୋଡମ୍ୟାପ୍ ବିଜନେସ୍ ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି। ଏହି ଦୁଇଟି କାର୍ଯ୍ୟକ୍ରମରେ ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରମୁଖ ସିଇଓ ଏବଂ ବ୍ୟବସାୟିକ ନେତୃବୃନ୍ଦ, ପ୍ରମୁଖ ଅଷ୍ଟ୍ରେଲୀୟ ସୁପରଆନୁଏସନ ଫଣ୍ଡ ଏବଂ ପ୍ରାତିଷ୍ଠାନିକ ନିବେଶକମାନଙ୍କ ପ୍ରତିନିଧି ଏବଂ ଅଷ୍ଟ୍ରେଲିଆର ଅଗ୍ରଣୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନେ ଅଂଶଗ୍ରହଣ କରିଥିଲେ।

ସିଇଓ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତର ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି, ନୀତିଗତ ସଂସ୍କାର, ଡିଜିଟାଲ୍ ରୂପାନ୍ତରଣ ଏବଂ ସମ୍ପ୍ରସାରିତ ହେଉଥିବା ନବୋନ୍ମେଷ ପରିସଂସ୍ଥା ଅଷ୍ଟ୍ରେଲୀୟ ଅଂଶୀଦାରମାନଙ୍କ ପାଇଁ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରୁଛି। ଭାରତୀୟ ଏବଂ ଅଷ୍ଟ୍ରେଲୀୟ ଅର୍ଥନୀତି ମଧ୍ୟରେ ଥିବା ପରିପୂରକତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଉତ୍ପାଦନ, ସ୍ୱଚ୍ଛ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଖନନ, ଭିତ୍ତିଭୂମି, ସହରୀ ବିକାଶ, ବିମାନ ଚଳାଚଳ, ଲଜିଷ୍ଟିକ୍ସ, ଉନ୍ନତ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା, ଫିନଟେକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରଗୁଡ଼ିକରେ ଉପଲବ୍ଧ ବ୍ୟାପକ ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଭାରତର ବୃହତ ପରିସର ଏବଂ ଅଷ୍ଟ୍ରେଲିଆର ଦକ୍ଷତା ଉଭୟଙ୍କ ପାଇଁ ଏକ ଲାଭଦାୟକ ପରିସ୍ଥିତି ସୃଷ୍ଟି କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲୀୟ ନିବେଶକମାନଙ୍କୁ ଭାରତରେ ଦୀର୍ଘକାଳୀନ ନିବେଶର ସୁଯୋଗର ଲାଭ ଉଠାଇବା ପାଇଁ ଆମନ୍ତ୍ରଣ କରିଥିଲେ। ସେ ଭାରତରେ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବଢ଼ୁଥିବା ଉପସ୍ଥିତିକୁ ସ୍ୱାଗତ କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଉଚ୍ଚଶିକ୍ଷା, ଗବେଷଣା, ନବୋନ୍ମେଷ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଗଭୀର ସହଯୋଗ କେବଳ ଉଭୟ ଦେଶର ପ୍ରତିଭାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ନାହିଁ, ବରଂ ସେମାନଙ୍କୁ ବିଶ୍ୱସ୍ତରୀୟ ସୁଯୋଗଗୁଡ଼ିକର ଲାଭ ଉଠାଇବାରେ ମଧ୍ୟ ସାହାଯ୍ୟ କରିବ।

ସିଇଓ ଫୋରମ୍ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଇକୋନୋମିକ୍ ରୋଡମ୍ୟାପ୍ ବିଜନେସ୍ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିଥିଲେ। ଏଥିରେ ଉଭୟ ପକ୍ଷର ୨୦୦ ରୁ ଅଧିକ ସିଇଓ ଏବଂ ବ୍ୟବସାୟିକ ନେତୃବୃନ୍ ଯୋଗ ଦେଇଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ପ୍ରାକୃତିକ ସମନ୍ୱୟ ବିଷୟରେ କହି ସେ ଦୁଇ ଦେଶର ଜନସାଧାରଣଙ୍କ ଭିତରେ ଥିବା ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ସାଧାରଣ ଦୂରଦୃଷ୍ଟି, ଜୀବନ୍ତ ଜନସମ୍ପର୍କ ଏବଂ ଦୃଢ଼ ରାଜନୈତିକ ବୁଝାମଣା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସହଭାଗିତା ବୃଦ୍ଧି ଏବଂ ଏକତ୍ର ସମୃଦ୍ଧ ହେବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି। ୨୦୨୨ ର ଅର୍ଥନୈତିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଧାରିତ ବାଣିଜ୍ୟ ଏବଂ ନିବେଶ ସମ୍ପର୍କର ଅଭିବୃଦ୍ଧି ପ୍ରତି ସନ୍ତୋଷ ବ୍ୟକ୍ତ କରି, ସେ ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିର ଶୀଘ୍ର ସମାପ୍ତି ପାଇଁ ଆହ୍ୱାନ ଦେଇଥିଲେ, ଫଳରେ ବ୍ୟବସାୟିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନିଆଯାଇପାରିବ। ସେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ଉଭୟ ପକ୍ଷର ପରିପୂରକ ଶକ୍ତିର ଉପଯୋଗ କରିବାକୁ ଏବଂ ବିଶେଷ କରି ବିରଳ ମୃତ୍ତିକା, ଲିଥିୟମ୍, ବ୍ୟାଟେରୀ, ଇଲେକ୍ଟ୍ରୋନିକ୍ସ, ଇଭି, ସେମିକଣ୍ଡକ୍ଟର, ଏଆଇ ଏବଂ ପ୍ରତିରକ୍ଷା ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଭାରତୀୟ ରାଜ୍ୟ ଏବଂ ଅଷ୍ଟ୍ରେଲୀୟ ପ୍ରଦେଶଗୁଡ଼ିକ ସେମାନଙ୍କର ମୂଳ ଦକ୍ଷତା ଆଧାରରେ ଗତିଶୀଳ ଅର୍ଥନୈତିକ ସହଭାଗିତା ଗଠନ କରିବା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ଫୋରମର ଆଲୋଚନାରୁ ସୃଷ୍ଟି ହୋଇଥିବା ଆଶାବାଦ ଏବଂ ଅର୍ଥପୂର୍ଣ୍ଣ ଚିନ୍ତାଧାରାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ  ଭାରତ-ଅଷ୍ଟ୍ରେଲିଆ ଅର୍ଥନୈତିକ ସମ୍ପର୍କ ସଦାସର୍ବଦା ସମୃଦ୍ଧ ହେବାରେ ଲାଗିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ଅଷ୍ଟ୍ରେଲିଆ-ଭାରତ ଆନ୍ଥୋନୀ ଆଲବାନିଜ୍ ଇକୋନୋମିକ୍ ରୋଡମ୍ୟାପ୍ ବିଜନେସ୍ ଇଭେଣ୍ଟ ନରେନ୍ଦ୍ର ମୋଦୀ ସିଇଓ ଫୋରମ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

NEET ପରେ UGC NET ମଧ୍ୟ ଲିକ୍!: ପ୍ରଶ୍ନ ପତ୍ର ୨.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ

July 9, 2026

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026
Latest News

ଅଷ୍ଟ୍ରେଲିଆ-ଭାରତ ସିଇଓ ଫୋରମ୍ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 9, 2026

୨୦୦୦ ଟଙ୍କିଆ ନୋଟ୍ ଉପରେ ବଡ଼ ଅପଡେଟ୍: ଜରୁରୀ ସୂଚନା ଜାରି କଲା RBI

July 9, 2026

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ, ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

July 9, 2026

NEET ପରେ UGC NET ମଧ୍ୟ ଲିକ୍!: ପ୍ରଶ୍ନ ପତ୍ର ୨.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ

July 9, 2026

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.