Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ
ଅନ୍ତରାଷ୍ଟ୍ରୀୟ

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚୀନ୍‌ରେ ଚାଲିଥିବା ଜୁନିୟର୍ ହକି ଏସିଆ କପ୍‌ରେ ଭାରତୀୟ ଦଳର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି।  ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ପୁରୁଷ ମ୍ୟାଚ୍‌ରେ ଭାରତ ୩-୩ ଗୋଲ୍‌ରେ ଜାପାନ ସହ ରୋମାଞ୍ଚକର ଡ୍ର’ କରି ପଏଣ୍ଟ ଭାଗ କରିଛି। ଅପରପକ୍ଷରେ, ମହିଳା ବିଭାଗରେ ଭାରତୀୟ ଟିମ୍ ଏକତରଫା ଭାବେ ମାଲେସିଆକୁ ୧୧-୧ ଗୋଲ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରି ନିଜର ଦବ୍‌ଦବା ବଜାୟ ରଖିଛି। ପେନାଲ୍ଟି ଷ୍ଟ୍ରୋକ୍‌ରୁ ଗୋଲ୍ କରି କ୍ୟାପ୍‌ଟେନ୍ ଅନମୋଲ୍ ଏକ୍କା ଭାରତକୁ ୧-୦ରେ ଆଗୁଆ କରିଥିଲେ। ପେନାଲ୍ଟି କର୍ଣ୍ଣର୍‌ରୁ ଆଶୁ ମୌର୍ଯ୍ୟ ଗୋଲ୍ ଦେଇ ସ୍କୋର୍ ୨-୦ କରିଥିଲେ। ୪ର୍ଥ କ୍ୱାର୍ଟରରେ ଜାପାନର କ୍ୟାପ୍‌ଟେନ୍ କାଜୁକୀ ନାକାନିଶୀ ଦୁଇଟି ଗୋଲ୍‌ (ପେନାଲ୍ଟି କର୍ଣ୍ଣର୍) ଦେଇ ୫୯ତମ ମିନିଟ୍ ସୁଦ୍ଧା ଜାପାନକୁ ୩-୨ରେ ଆଗୁଆ କରିଦେଇଥିଲେ। ପରାଜୟର ଦ୍ୱାରଦେଶରେ ଥିବା ଭାରତ ଶେଷ ମିନିଟ୍‌ରେ ନିଜ ଗୋଲ୍‌କିପର୍‌ଙ୍କୁ ହଟାଇ ସମ୍ପୂର୍ଣ୍ଣ ଶକ୍ତି ସହ ଆକ୍ରମଣ କରିଥିଲା। ମ୍ୟାଚ୍ ଶେଷ ହେବାକୁ ମାତ୍ର ୫୯ ସେକେଣ୍ଡ ବାକି ଥିବାବେଳେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି କ୍ୟାପ୍‌ଟେନ୍ ଅନମୋଲ୍ ସ୍କୋର୍ ୩-୩ କରିବା ସହ ଟିମ୍‌କୁ ପରାଜୟରୁ ବଞ୍ଚାଇଥିଲେ। ସୂଚନାଯୋଗ୍ୟ, ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୪-୦ରେ ହରାଇଥିଲା। ପୁଲ୍‌-ଏ’ର ନିଜର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଆସନ୍ତା ମଙ୍ଗଳବାର ଦକ୍ଷିଣ କୋରିଆକୁ ଭେଟିବ।

ChakDe India Junior Hockey AsiaCup
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

September 7, 2026

ନୂଆ ନ୍ୟାୟ ସଂହିତା ଯୋଗୁଁ ଗୋଆରେ ଦଣ୍ଡବିଧାନ ହାର ୨୨% ରୁ ୫୩% କୁ ବୃଦ୍ଧି

September 7, 2026

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ’ ସଙ୍କଳ୍ପ ପୂରଣ ହେବ: ଗୃହମନ୍ତ୍ରୀ

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026
Latest News

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ କରିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026

ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

September 7, 2026

ପାରାଦୀପ ବନ୍ଦରରେ ପ୍ରଥମ ଥର ପାଇଁ ଲାଗିଲା  ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ କ୍ୟାପସାଇଜ୍ ଜାହାଜ

September 7, 2026

ନୂଆ ନ୍ୟାୟ ସଂହିତା ଯୋଗୁଁ ଗୋଆରେ ଦଣ୍ଡବିଧାନ ହାର ୨୨% ରୁ ୫୩% କୁ ବୃଦ୍ଧି

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.