Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନେପାଳ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି
ଅନ୍ତରାଷ୍ଟ୍ରୀୟ

ନେପାଳ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି

September 7, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Widespread destruction in Nepal as a village lies buried under mud and debris following catastrophic flooding and landslides.
Widespread destruction in Nepal as a village lies buried under mud and debris following catastrophic flooding and landslides.

କାଠମାଣ୍ଡୁ: ନେପାଳ-ଚୀନ୍ ସୀମାନ୍ତରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରୁ ଅଚିହ୍ନା ମୃତଦେହ ଓ ଶରୀରର ଅବଶେଷ ସମେତ ମୋଟ ୧,୩୫୫ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ୯୮ଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ପ୍ରାୟ ୪,୯୯୬ ଜଣ ନିଖୋଜ ଅଛନ୍ତି, ଯେଉଁଥିରେ ୫୮୯ ଜଣ ବିଦେଶୀ ନାଗରିକ ଏବଂ ୧୦୦ ଜଣ ସୁରକ୍ଷା କର୍ମୀ ଓ ସରକାରୀ ଅଧିକାରୀ ରହିଛନ୍ତି। ଅନ୍ୟପଟେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ଆହତ ହୋଇଥିବା ୬,୬୭୨ ଜଣ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ବଡ଼ ଧରଣର ଅପରେସନ ଜାରି ରହିଛି।

ଖବର ମୁତାବକ, ଗତ ୨୬ ତାରିଖ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଖସିଥିଲା। ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ ମାଡ଼ିଆସିଥିଲା। ମାତ୍ର ୧୦ ମିନିଟରେ ରାସୁୱାଗଢ଼ିରୁ ସ୍ୟାବ୍ରୁବେସୀରେ ପହଞ୍ଚି ପ୍ରଳୟ ରଚିଥିଲା ବନ୍ୟା। ପ୍ରାୟ ସକାଳ ୯ଟାରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ବିଭାଗକୁ ସୂଚନା ଦେବା ପରେ ୯ଟା ୧୫ ମିନିଟରେ ମାଇକ୍, ବାର୍ତ୍ତା ଓ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସତର୍କ କରାଯାଇଥିଲା। ଅର୍ଥାତ୍ ୩୮ ମିନିଟ୍ ପରେ ସରକାରୀ ସତର୍କ ସୂଚନା ପହଞ୍ଚିବା ବେଳକୁ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟିସାରିଥିଲା। ଟେଲିକମ୍ ଟାୱାର ଓ ସେନ୍ସର ଭାଙ୍ଗିଯିବାରୁ ସୂଚନା ପ୍ରେରଣା ଆହୁରି କଷ୍ଟକର ହୋଇପଡ଼ିଥିଲା। ମାତ୍ର ଅଧଘଣ୍ଟା ମଧ୍ୟରେ ତ୍ରିଶୂଳୀ ନଦୀର ଜଳସ୍ତର ୯ ମିଟର ବଢ଼ିଯାଇ ଜଳବିଦ୍ୟୁତ ପ୍ରକଳ୍ପ, ସେତୁ, କଷ୍ଟମ୍ସ କମ୍ପ୍ଲେକ୍ସ ଏବଂ ନଦୀକୂଳିଆ ଜନବସତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଜଳବିଦ୍ୟୁତ୍ ପ୍ରକଳ୍ପର ସୁଡ଼ଙ୍ଗ ଭିତରେ କାଦୁଅ ଅଜାଡ଼ି ହୋଇପଡ଼ିବାରୁ ଏବେ ବି ଶହ ଶହ ଶ୍ରମିକ ସେଠାରେ ଫସି ରହିଥିବା ଆଶଙ୍କା କରାଯାଉଛି। ଏଭଳି ଏକ ଜରୁରୀ ସମୟରେ ନେପାଳର ପ୍ରଭାବିତ ଜନସାଧାରଣଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଆମେରିକାର ଭର୍ଜିନିଆରେ ରହୁଥିବା ପ୍ରବାସୀ ନେପାଳୀ ଗୋଷ୍ଠୀ ଆଗେଇ ଆସିଛନ୍ତି। ହାଇମାର୍କେଟ୍‌ର ପୂର୍ବତନ କାଉନସିଲର ମଧୁ ପନ୍ଥୀ ଏବଂ ମାନାସାସ ଆଧାରିତ ‘ଆମେରିକା ନେପାଳ ହେଲପିଂ ସୋସାଇଟି’ ପକ୍ଷରୁ ସାରା ବିଶ୍ୱକୁ ପ୍ରଭାବିତଙ୍କ ସହାୟତା ପାଇଁ ନିବେଦନ କରାଯାଇଛି। ଫସିରହିଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ ଖୋଳିପାରୁଥିବା ଆଧୁନିକ ଯନ୍ତ୍ରପାତି ଯୋଗାଇଦେବାକୁ ପନ୍ଥୀ ଅନୁରୋଧ କରିଛନ୍ତି।

୨୦୦୧ ମସିହାରୁ ଉତ୍ତର ଭର୍ଜିନିଆରେ ବାସ କରୁଥିବା ପନ୍ଥୀ ୨୦୧୫ର ବିନାଶକାରୀ ଭୂକମ୍ପ ସମୟରେ ମଧ୍ୟ ରିଲିଫ୍ କାର୍ଯ୍ୟର ସଂଯୋଜନା କରିଥିଲେ। ସେତେବେଳେ ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷରୁ ଅଧିକ ଘରଦ୍ୱାର ଭାଙ୍ଗିଯାଇଥିଲା। ସେହି ତୁଳନାରେ ଏଥରର ବନ୍ୟା ଓ ଭୂସ୍କଳନ ସବୁକିଛି ଭସାଇ ନେଇ ନିଶ୍ଚିହ୍ନ କରିଦେଇଥିବାରୁ ସ୍ଥିତି ଅତି ସଙ୍କଟଜନକ ରହିଛି। ରାସ୍ତାଘାଟ, ପୋଲ, ଘରଦ୍ୱାର, ସ୍କୁଲ ଆଦି ସବୁକିଛି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ଏହି ବେସରକାରୀ ସଂସ୍ଥା ପ୍ରଭାବିତଙ୍କୁ ଜରୁରୀକାଳୀନ ଆଶ୍ରୟ, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରାଥମିକ ଭାବେ ୧ ଲକ୍ଷ ଡଲାର ସଂଗ୍ରହର ଲକ୍ଷ୍ୟ ରଖିଛି। ଆବଶ୍ୟକତା ଅନୁସାରେ ସଠିକ୍ ସ୍ଥାନରେ ସହାୟତା ପହଞ୍ଚାଇବା ପାଇଁ ଏହି ସଂଗଠନ ୱାଶିଂଟନ୍ ଡି.ସି.ରେ ଥିବା ନେପାଳ ଦୂତାବାସ ଏବଂ ନେପାଳ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ଆଦାୟ ହେଉଥିବା ପ୍ରତ୍ୟେକ ଟଙ୍କା ଶତପ୍ରତିଶତ ଦୁର୍ଗତଙ୍କ ଖାଦ୍ୟ, ଆଶ୍ରୟ, ଚିକିତ୍ସା, ବସ୍ତ୍ର ଓ ଜୀବିକା ପାଇଁ ବିନିଯୋଗ କରାଯିବ। ନେପାଳ ସରକାରଙ୍କ ‘ଏକକ ଦ୍ୱାର ନୀତି’ ଅନୁସାରେ ରିଲିଫ୍ ବଣ୍ଟନକୁ ସୁବ୍ୟବସ୍ଥିତ କରିବା ପାଇଁ ସଂସ୍ଥା ପ୍ରତ୍ୟକ୍ଷ ଭାବେ କୌଣସି ଉଦ୍ଧାରକାରୀ ଦଳ ନପଠାଇ କେବଳ ଆର୍ଥିକ ସହାୟତା ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି। ଏହାଦ୍ୱାରା ସମସ୍ତ ପ୍ରଭାବିତ ଅଞ୍ଚଳରେ ସମାନ ଭାବେ ସହାୟତା ପହଞ୍ଚିପାରିବ। ସେହିପରି ପିକେପି ଟେଣ୍ଡର ହାର୍ଟସ ଫାଉଣ୍ଡେସନ୍ ଏବଂ ଜର୍ଜ ମେସନ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ର ସଂସଦ ପକ୍ଷରୁ ଫେୟାରଫ୍ୟାକ୍ସ କାଉଣ୍ଟିରେ ଏକ ମୋମବୁତି ଶୋଭାଯାତ୍ରା ଆୟୋଜନ କରାଯାଇ ବନ୍ୟା ପୀଡ଼ିତଙ୍କ ପାଇଁ ଅର୍ଥ ଓ ସଚେତନତା ସଂଗ୍ରହ କରାଯାଇଛି।

ନେପାଳବନ୍ୟା ରିଲିଫସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026
Latest News

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026

‘୪ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ’: ଟିଏମସିର ନିର୍ବାଚନ ଚିହ୍ନ ଉପରେ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.