Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଇସଲାମାବାଦ୍: ଉତ୍ତର-ପଶ୍ଚିମ ପାକିସ୍ତାନରେ ପୁଣି ଏକ ରକ୍ତାକ୍ତ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାରେ ଏକ ପୁଲିସ୍ ଚେକପୋଷ୍ଟ ନିକଟରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟ ସଫଦର ବଲୋଚଙ୍କ ସୂଚନା ଅନୁସାରେ, ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ଚେକପୋଷ୍ଟରେ ପିଟି ଦେଇଥିଲା। ବିସ୍ଫୋରଣ ପୂର୍ବରୁ ଆକ୍ରମଣକାରୀମାନେ ଅନ୍ଧାଧୁନ ଗୁଳିଚାଳନା ମଧ୍ୟ କରିଥିଲେ। ମୃତାହତଙ୍କ ମଧ୍ୟରେ ଅଧିକାଂଶ ସୁରକ୍ଷା କର୍ମୀ, କଷ୍ଟମସ ଓ ବନ ବିଭାଗର ଅଧିକାରୀଙ୍କ ସମେତ କିଛି ସାଧାରଣ ନାଗରିକ ରହିଛନ୍ତି। ଏହି ବର୍ବର ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଘଟଣାପଛରେ ପାକିସ୍ତାନ ତାଲିବାନ (ଟିଟିପି)ର ହାତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଆଫଗାନିସ୍ତାନ ସୀମା ନିକଟରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇ ୧୩ ଜଣ ଆଫଗାନ ତାଲିବାନ ଲଢୁଆଙ୍କୁ ନିପାତ କରାଯାଇଥିବା ଦାବି କରାଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ଆତ୍ମଘାତୀ ଆକ୍ରମଣ ଘଟିଥିବାରୁ ଏହାକୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମନେକରାଯାଉଛି।

ଆତ୍ମଘାତୀ ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

ଫ୍ରାନ୍ସରେ ହିଂସା ଓ ଅରାଜକତା: ୧୨୦୦ରୁ ଅଧିକ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026
Latest News

ଦରମା ଭଲ, ତଥାପି ଚାକିରି ଛାଡ଼ୁଛନ୍ତି କର୍ମଚାରୀ, ଜାଣନ୍ତୁ କାରଣ କଣ ?

October 19, 2026

Heavy Rain Alert: ଆଜି ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

October 19, 2026

କୋଲକାତା ଅଘଟଣ ପରେ ଓଡ଼ିଶା ପୋଲିସ ଆଲର୍ଟ, ନିୟମ ଭାଙ୍ଗିଲେ ଆକ୍ସନ!

October 19, 2026

ଜାଣନ୍ତୁ ଅକ୍ଟୋବର ୧୯ ତାରିଖ ସୋମବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 19, 2026

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.