ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି।
ରାଷ୍ଟ୍ରପତି ଜେଲେନ୍ସ୍କି ଚାଲିଥିବା ସଂଘର୍ଷ ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଭାରତର ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣକୁ ପୁନଃ ଦୋହରାଇଛନ୍ତି ଏବଂ ଏହି ସଂଘର୍ଷର ସମାଧାନ କେବଳ ଆଲୋଚନା ଓ କୂଟନୈତିକ ମାଧ୍ୟମରେ ହେବା ଉଚିତ ବୋଲି ଭାରତର ସୁନିଶ୍ଚିତ ଆଭିମୂଖ୍ୟକୁ ପୁନର୍ବାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କରାଯାଉଥିବା ସମସ୍ତ ପ୍ରୟାସରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ଅଛି।
ଉଭୟ ନେତା ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ।


