Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି
ଅନ୍ତରାଷ୍ଟ୍ରୀୟ

ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି
ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ସୋମବାର ଗୋଟିଏ ଦିନରେ ଭାରତ ଦୁଇ ପକ୍ଷ ସହ କଥା ହୋଇଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି, ସେପଟେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ଙ୍କୁ ଫୋନ୍ କରିଛନ୍ତି।

ଜୟଶଙ୍କର ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ଙ୍କ ସହ ଆଲୋଚନା ହେଲା। ଆମ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ୟୁକ୍ରେନ୍ ସଂଘର୍ଷ ଏବଂ ଏହି ଦିଗରେ ଚାଲୁଥିବା କୂଟନୈତିକ ପ୍ରୟାସ ରହିଲା।”

ମୋଦୀ ଜେଲେନ୍‌ସ୍କିଙ୍କୁ କଣ କହିଲେ?

ପିଏମ୍‌ଓ ପକ୍ଷରୁ ଜାରି ବୟାନ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଭାରତର ମାନବ-କେନ୍ଦ୍ରିକ ଆଭିମୁଖ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଭାରତର ସବୁବେଳେ ଆଭିମୁଖ୍ୟ ରହିଛି ଏହି ସଂଘର୍ଷର ସମାଧାନ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହେବା ଉଚିତ୍। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାଲୁଥିବା ସବୁ ପ୍ରୟାସରେ ଯୋଗଦାନ ଦେବାକୁ ଭାରତ ପ୍ରତିବଦ୍ଧ।

ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି ଯେ, “ଚାଲୁଥିବା ସଂଘର୍ଷ, ଏହାର ମାନବୀୟ ଦିଗ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରୟାସ ଉପରେ ତାଙ୍କ ମତ ବାଣ୍ଟିବା ପାଇଁ ମୁଁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଧନ୍ୟବାଦ ଦେଲି। ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ସବୁ ସମ୍ଭବ ଭାବେ ଯୋଗଦାନ ଦେବାକୁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ମୁଁ ପୁଣି ଦୋହରାଇଲି।”

ମୋଦୀଙ୍କ ସହ କଥା ପରେ ଜେଲେନ୍‌ସ୍କି କଣ କହିଲେ?

ଜେଲେନ୍‌ସ୍କିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଭାରତ ଖାଦ୍ୟ ଯୋଗାଣ ପାଇଁ ସୁରକ୍ଷିତ ଫୁଡ୍ କରିଡର ତିଆରି କରିବାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛି ଏବଂ ୟୁକ୍ରେନ୍ ଏହି ଦିଗରେ ଭାରତର ନିରନ୍ତର ପ୍ରୟାସ ଆଶା କରୁଛି।

ଜେଲେନ୍‌ସ୍କି କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତିଙ୍କ ସମେତ ଅନେକ ନେତାଙ୍କୁ ବାରମ୍ବାର କହିଛନ୍ତି ଯେ ଏବେ ଯୁଦ୍ଧ ଜାରି ରଖିବାର ନୁହେଁ, ବରଂ ଏହାକୁ ଶେଷ କରିବାର ସମୟ। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଭାରତ ସେହି ପଦକ୍ଷେପ ଖୋଜୁ ଯାହାକୁ ସେ ନେଇପାରିବ ଏବଂ ଯୁଦ୍ଧ ଶେଷ କରିବା ଦିଗରେ ପ୍ରଗତି ତୀବ୍ର କରିବା ପାଇଁ ଅନ୍ୟ ନେତାଙ୍କ ସହ ଆଲୋଚନା କରୁ।”

BreakingNews ForeignPolicy india Jaishankar Lavrov odishanews pmmodi russia UkraineWar Zelensky
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.