
ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର କମିଶନ ପକ୍ଷରୁ ଯାଚିକା ଦାଖଲ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାତିସଂଘର ମାନବାଧିକାର ସେଲ୍ ଉଚ୍ଚାୟୁକ୍ତ ମିସେଲ୍ ବାରେଟ୍ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ଯାଚିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମତ ରଖିଛନ୍ତି । (ଏଜେନ୍ସି)