Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରେମ ଆଗରେ ହାର ମାନିଲା କରୋନା : 90 ବର୍ଷୀୟା ଅସୁସ୍ଥ ସ୍ବାମୀଙ୍କ ପାଇଁ 55 ଦିନ ଭିତରେ 45ଟି ଚିଠି ଲେଖିଲେ ସ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ପ୍ରେମ ଆଗରେ ହାର ମାନିଲା କରୋନା : 90 ବର୍ଷୀୟା ଅସୁସ୍ଥ ସ୍ବାମୀଙ୍କ ପାଇଁ 55 ଦିନ ଭିତରେ 45ଟି ଚିଠି ଲେଖିଲେ ସ୍ତ୍ରୀ

March 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ ହରାଇପାରିନାହିଁ । ଏପରି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏହି କାହାଣୀ ହେଉଛି ବୃଦ୍ଧା ଦମ୍ପତିଙ୍କର । ଯାହାଙ୍କ ପ୍ରେମ ଆଗରେ କରୋନା ମଧ୍ୟ ହାର୍ ମାନିଛି । ବୃଦ୍ଧ ସ୍ବାମୀଙ୍କ କରୋନା ସଂକ୍ରମିତ ହେବା ପରେ ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖା ମଧ୍ୟ କରିପାରୁନଥିଲେ । ଦେଶରେ ଲକ୍‌ ଡାଉନ୍‌ ଚାଲିଥିବା ହେତୁ ସେ ତାଙ୍କ ସ୍ବାମୀଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ ମଧ୍ୟ ଯାଇପାରୁନଥିଲେ । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ପାଇଁ ପ୍ରେମପୂର୍ଣ୍ଣ ଚିଠି ଲେଖିବା ଆରମ୍ଭ କଲେ ।

ଚୀନ୍‌ର ହୋଙ୍ଗଝାଓ ସହରର ରହୁଥିବା ଜଣେ 80 ବର୍ଷୀୟା ବୃଦ୍ଧା ହୁଆଙ୍ଗ ଗୁୟେକି ଓ  ତାଙ୍କ ସ୍ବାମୀ 90 ବର୍ଷୀୟ ମିଷ୍ଟର ସନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ।  ସ୍ବାମୀଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖିବା ପାଇଁ ପ୍ରତ୍ୟହ ହସ୍ପିଟାଲ୍‌ ଯାଉଥିଲେ । କିନ୍ତୁ କରୋନା ଭାଇରସ୍‌ କାରଣରୁ ସହରରେ ଲକ୍‌ ଡାଉନ୍‌ ହୋଇଗଲା । ଏବଂ ସେ ଘରୁ ମଧ୍ୟ ବାହାରକୁ ବାହାରି ପାରିଲେ ନାହିଁ ।  କିନ୍ତୁ ସେ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ସ୍ବାମୀଙ୍କ ପ୍ରତି ଅନୁରକ୍ତ ପ୍ରେମ ପ୍ରଦର୍ଶନ ପୂର୍ବକ ଚିଠି ଲେଖୁଥିଲେ।  ପ୍ରେମ ପୂର୍ଣ୍ଣ ଉପଦେଶ ଦେଇ ତାଙ୍କୁ ଚିଠି ଲେଖୁଥିଲେ । ଅପରପକ୍ଷରେ ତାଙ୍କ ସ୍ବାମୀ ମଧ୍ୟ ହସ୍ପିଟାଲ୍‌ରେ ବେଡରେ ପଡି ତାଙ୍କ ସ୍ତ୍ରୀଙ୍କ ଚିଠିକୁ ପଢୁଥିଲେ । ବୃଦ୍ଧା ସ୍ତ୍ରୀ ଜଣକ 55 ଦିନ ଭିତରେ ତାଙ୍କ ସ୍ବାମୀଙ୍କ ନିକଟକୁ 45ଟି ପ୍ରେମ ପତ୍ର ଲେଖିଥିଲେ । ସେ ଏହି ପତ୍ରରେ ସ୍ବାମୀଙ୍କୁ ସାନ୍ତ୍ବାନା ଦେବା ସହ ତାଙ୍କ ସହ ସବୁବେଳେ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କ ମିଳନ ହେବ ବୋଲି ସେ ଲେଖିଥିଲେ ।

ଗତ ସପ୍ତାହରେ ସହରରୁ ଲକ୍‌ଡାଉନ୍‌ ହଟିବା ପରେ ବୃଦ୍ଧଙ୍କୁ ଭେଟିଛନ୍ତି ତାଙ୍କ ବୃଦ୍ଧା ପତ୍ନୀ । ସେ ସାଙ୍ଗରେ ତାଙ୍କ ପସନ୍ଦର କୋବି ଫ୍ରୁଟ୍‌ ନେଇଥିବାବେଳେ ତାଙ୍କୁ ପ୍ରେମରେ ଖୁଆଇ ଥିଲେ।
ଏହି ଦୁଇ ବୃଦ୍ଧ ଦମ୍ପତ୍ତିଙ୍କ ପ୍ରେମ କାହାଣୀକୁ ନେଇ ହସ୍ପିଟାଲ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଏପରିକି ତାଙ୍କୁ ହସ୍ପିଟାଲ୍‌ରେ ‘ଦାଦା ସନ୍‌’ ନାମରେ ଡାକିବା ଆରମ୍ଭ କରିଥିଲେ । କରୋନା ପରି ମହାମାରୀ ଆଗରେ ଏହି ବୃଦ୍ଧ ଦମ୍ପତି ହାର୍‌ ନ ମାନି ନିଜ ପ୍ରେମ ଜରିଆରେ ତାକୁ ଜିତି ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କରୋନା ପରି ଏକ ମହାମାରୀ ସାମ୍ନାରେ ନିଜର ଧୈର୍ଯ୍ୟ ଓ ପ୍ରେମକୁ ଢାଲ କରି ଏହି ବୃଦ୍ଧ ଦମ୍ପତି ମୃତ୍ୟକୁ ମଧ୍ୟ ଜିଣିଛନ୍ତି । ଦେଶର ଏପରି ସଂକଟ ସମୟରେ ମଧ୍ୟ ଆମେ ଧେର୍ଯ୍ୟ, ପ୍ରେମ ଓ ସଂଯମକୁ ଢାଲ କରି ଚଳିବା ଉଚିତ୍‌ ।  (ଏଜେନ୍ସି)

corona letter
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.