ଲକ୍‌ ଡାଉନ୍‌ ମଧ୍ୟରେ ବଢି ଚାଲିଛି ଘରୋଇ ହିଂସା : ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏନେଇ କଲେ ଚିନ୍ତା ପ୍ରକଟ

Published: Apr 7, 2020, 11:20 am IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଦୁନିଆରେ ଏବେ ଲକ୍‌ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁଁ ସାରା ଦୁନିଆରେ ଘରୋଇ ହିଂସାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ନଜର ଆସିଛି ।

ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । ସଂଯୁକ୍ତରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁତାରେସ ଏହି ସମ୍ପର୍କରେ ପୃଷ୍ଟି କରିଛନ୍ତି । କରୋନା ଭାଇରସ୍‌କୁ ହରାଇବା ପାଇଁ ଲକ୍‌ ଡାଉନ୍‌ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ସଂଯୁକ୍ତରାଷ୍ଟ୍ରର ମହାସଚିବ ଚିନ୍ତା ପ୍ରକଟ କରିଛନ୍ତି ।

ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏହି କଥାକୁ ସମର୍ଥନ ଜଣାଇଛନ୍ତି ଲିସା କିଙ୍ଗ୍‌ । ବ୍ରିଟେନ୍‌ରେ ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ସଙ୍ଗଠନର ନିର୍ଦ୍ଦେଶକ ହେଉଛନ୍ତି ଲିସା କିଙ୍ଗ୍‌ । ବ୍ରିଟେନ୍‌ ବ୍ୟତୀତ ଋଷିଆରେ ମଧ୍ୟ ଘରୋଇ ହିଂସା ବଢିଥିବାର ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଣ୍ଟୋନିଆ ଦୁନିଆର ସମସ୍ତ ସରକାରଙ୍କୁ ଅପିଲ୍‌ କରିଛନ୍ତି । ମହିଳାଙ୍କ ପ୍ରତି ଘରୋଇ ହିଂସାକୁ ରୋକିବା ତଥା ସେମାନଙ୍କର ଚିନ୍ତା ଦୂର କରିବା ପାଇଁ କିଛି ପଦକ୍ଷେପ ନେବାକୁ କହିଛନ୍ତି ।

କରୋନା ମହାମାରୀ ପାଇଁ ଲକ୍‌ ଡାଉନ୍‌ ପରେ ଲେବାନନ ଓ ମାଲେସିଆରେ ହେଲପଲାଇନ ପରେ ଆସୁଥିବା କଲ୍‌ ସଂଖ୍ୟାରେ ଦ୍ବିଗୁଣ ବୃଦ୍ଧି ହୋଇଛି । ସେହିପରି ଚୀନ୍‌ରେ ଏହା ତିନିଗୁଣା ହୋଇଛି । ଅଷ୍ଟ୍ରେଲିଆରେ ଗୁଗୁଲ୍‌ ପରି ସର୍ଚ୍ଚ ଇଞ୍ଜିନ୍‌ରେ ଘରୋଇ ହିଂସା ସମ୍ବନ୍ଧୀୟ ସାହାଯ୍ୟ ପାଇଁ ଅଧିକତର ସର୍ଚ୍ଚ ହୋଇଥିବାର ସୂଚନା ରହିଛି ।

ସେହିପରି ଭାରତରେ ମଧ୍ୟ ଲକ୍‌ ଡାଉନ୍‌ ଯୋଗୁଁ ଘରୋଇ ହିଂସାରେ ବୃଦ୍ଧି ଘଟିଛି । ଲକ୍‌ଡାଉନ୍‌ ପରେ ଘରୋଇ ହିଂସା ସମ୍ପର୍କିତ ଅଧିକ ମାମଲା ଆସୁଥିବାର ମହିଳା ଆୟୋଗ ମଧ୍ୟ ସ୍ପଷ୍ଟ କରିଛନ୍ତି ।  (ଏଜେନ୍ସି)

Related posts