Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଲକ୍‌ ଡାଉନ୍‌ ମଧ୍ୟରେ ବଢି ଚାଲିଛି ଘରୋଇ ହିଂସା : ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏନେଇ କଲେ ଚିନ୍ତା ପ୍ରକଟ
ଅନ୍ତରାଷ୍ଟ୍ରୀୟ

ଲକ୍‌ ଡାଉନ୍‌ ମଧ୍ୟରେ ବଢି ଚାଲିଛି ଘରୋଇ ହିଂସା : ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏନେଇ କଲେ ଚିନ୍ତା ପ୍ରକଟ

April 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଦୁନିଆରେ ଏବେ ଲକ୍‌ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁଁ ସାରା ଦୁନିଆରେ ଘରୋଇ ହିଂସାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ନଜର ଆସିଛି ।

ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । ସଂଯୁକ୍ତରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁତାରେସ ଏହି ସମ୍ପର୍କରେ ପୃଷ୍ଟି କରିଛନ୍ତି । କରୋନା ଭାଇରସ୍‌କୁ ହରାଇବା ପାଇଁ ଲକ୍‌ ଡାଉନ୍‌ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ସଂଯୁକ୍ତରାଷ୍ଟ୍ରର ମହାସଚିବ ଚିନ୍ତା ପ୍ରକଟ କରିଛନ୍ତି ।

ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏହି କଥାକୁ ସମର୍ଥନ ଜଣାଇଛନ୍ତି ଲିସା କିଙ୍ଗ୍‌ । ବ୍ରିଟେନ୍‌ରେ ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ସଙ୍ଗଠନର ନିର୍ଦ୍ଦେଶକ ହେଉଛନ୍ତି ଲିସା କିଙ୍ଗ୍‌ । ବ୍ରିଟେନ୍‌ ବ୍ୟତୀତ ଋଷିଆରେ ମଧ୍ୟ ଘରୋଇ ହିଂସା ବଢିଥିବାର ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଣ୍ଟୋନିଆ ଦୁନିଆର ସମସ୍ତ ସରକାରଙ୍କୁ ଅପିଲ୍‌ କରିଛନ୍ତି । ମହିଳାଙ୍କ ପ୍ରତି ଘରୋଇ ହିଂସାକୁ ରୋକିବା ତଥା ସେମାନଙ୍କର ଚିନ୍ତା ଦୂର କରିବା ପାଇଁ କିଛି ପଦକ୍ଷେପ ନେବାକୁ କହିଛନ୍ତି ।

କରୋନା ମହାମାରୀ ପାଇଁ ଲକ୍‌ ଡାଉନ୍‌ ପରେ ଲେବାନନ ଓ ମାଲେସିଆରେ ହେଲପଲାଇନ ପରେ ଆସୁଥିବା କଲ୍‌ ସଂଖ୍ୟାରେ ଦ୍ବିଗୁଣ ବୃଦ୍ଧି ହୋଇଛି । ସେହିପରି ଚୀନ୍‌ରେ ଏହା ତିନିଗୁଣା ହୋଇଛି । ଅଷ୍ଟ୍ରେଲିଆରେ ଗୁଗୁଲ୍‌ ପରି ସର୍ଚ୍ଚ ଇଞ୍ଜିନ୍‌ରେ ଘରୋଇ ହିଂସା ସମ୍ବନ୍ଧୀୟ ସାହାଯ୍ୟ ପାଇଁ ଅଧିକତର ସର୍ଚ୍ଚ ହୋଇଥିବାର ସୂଚନା ରହିଛି ।

ସେହିପରି ଭାରତରେ ମଧ୍ୟ ଲକ୍‌ ଡାଉନ୍‌ ଯୋଗୁଁ ଘରୋଇ ହିଂସାରେ ବୃଦ୍ଧି ଘଟିଛି । ଲକ୍‌ଡାଉନ୍‌ ପରେ ଘରୋଇ ହିଂସା ସମ୍ପର୍କିତ ଅଧିକ ମାମଲା ଆସୁଥିବାର ମହିଳା ଆୟୋଗ ମଧ୍ୟ ସ୍ପଷ୍ଟ କରିଛନ୍ତି ।  (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା

July 15, 2026

ଜୁଲାଇ ୧୫ ତାରିଖ ବୁଧବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

July 15, 2026

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026
Latest News

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା

July 15, 2026

ଜୁଲାଇ ୧୫ ତାରିଖ ବୁଧବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

July 15, 2026

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.