କରୋନା ଆଗରେ ହାର ମାନି ନାହାନ୍ତି ବୃଦ୍ଧ ଦମ୍ପତି: ହସ୍ପିଟାଲ୍‌ରେ ପାଳିଲେ 50ତମ ବିବାହ ବାର୍ଷିକୀ

Published: Apr 15, 2020, 11:57 am IST

ଇଟାଲୀ: ଦୁନିଆରେ କରୋନା  ଭାଇରସ୍ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକେ ଏବେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଅଚାନକ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।  କରୋନାକୁ ହରାଇ  କିଛି ଲୋକ ସୁସ୍ଥ ହୋଇ ନିଜ ଜୀବନକୁ ଫେରି ପାଇଛନ୍ତି। ଏମିତି ଜଣେ ବୃଦ୍ଧ ଦମ୍ପତି ନଜରକୁ ଆସିଛନ୍ତି, ସେମାନେ କରୋନା ସହ ଦୃଢତାର ଲଢେଇ କରୁଥିବାବେଳେ ଦୁହେଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ବୃଦ୍ଧ ଦମ୍ପତି ବୟସର ପରିଣତି ବୟସରେ ମଧ୍ୟ ସେମାନେ କରୋନା ସହ ଦୃଢତାର ଲଢି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଇଟାଲୀର ମାର୍ସ ପ୍ରାନ୍ତର ଫେର୍ମୋ ସ୍ଥିତ ହସ୍ପିଟାଲର ଆଇସିୟୁରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି ଏହି ବୃଦ୍ଧ ଦମ୍ପତି। ବୃଦ୍ଧ ସ୍ବାମୀଙ୍କ ବୟସ 73 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ବୟସ 71 ବର୍ଷ। ଦୁହେଁ କରୋନା ଉପଚାର ଲାଗି ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ ସେମାନେ ସେଠାରେ ନିଜର 50ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ମେଡ଼ିକାଲ କର୍ମଚାରୀମାନେ ଏହି ଦମ୍ପତିଙ୍କୁ ସାହାଯ୍ୟ କରିଥିବାର ଜଣାପଡିଛି। ଦୁହିଁଙ୍କ ବେଡ୍‌କୁ ନିକଟକୁ ଆଣିଥିଲେ। ଦୁହେଁ ଦୁହିଁଙ୍କ ହାତ ଧରିଥିବାବେଳେ ତାଙ୍କ ଫଟୋ ଉଠାଯାଇଥିଲା। ମେଡିକାଲ୍‌ ଷ୍ଟାପ୍‌ ଏହି ଅବସରରେ ଗୀତ ବଜାଇଥିଲେ। ଦୁହେଁ ସୁସ୍ଥ ଥିବାବେଳେ ଦୁହେଁ ବହୁତ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ। (ଏଜେନ୍ସି)

Related posts