Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ କେମିତି ଚାଲିଛି ଲକ୍‌ ଡାଉନ୍‌: ସ୍କୁଲ ବନ୍ଦ, କିନ୍ତୁ ମସ୍‌ଜିଦ୍‌ ରହିଛି ଖୋଲା
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ କେମିତି ଚାଲିଛି ଲକ୍‌ ଡାଉନ୍‌: ସ୍କୁଲ ବନ୍ଦ, କିନ୍ତୁ ମସ୍‌ଜିଦ୍‌ ରହିଛି ଖୋଲା

April 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍‌ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍‌ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି । କିନ୍ତୁ ପାକିସ୍ତାନ ଟିକେ ଭିନ୍ନ ଧରଣର ଲକ୍‌ ଡାଉନ୍‌ ନିୟମ ପାଳନ କରୁଛି। ଏଠାରେ ସ୍କୁଲ କଲେଜ, ମଲ୍‌ ସବୁ ବନ୍ଦ ରହିଛି । କିନ୍ତୁ ମସଜିଦ୍‌ ଖୋଲା ରହିଛି।

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 200 ଟପିଛି। ସେହିପରି 2300ରୁ ଉର୍ଦ୍ଧ୍ବ ଲୋକେ ସୁସ୍ଥ ହୋଇଛନ୍ତି।

ପାକିସ୍ତାନର ରାଷ୍ଟ୍ରପତି ଆରିଫ୍‌ ଅଲ୍‌ବୀ ଅପ୍ରେଲ୍‌ 18 ତାରିଖରେ ଘୋଷଣା କରିଥିଲେ ଯେ, ରାମଜାନ୍‌ ମାସର ସନ୍ଧ୍ୟା ସମୟରେ ନମାଜ ପଢିବା ପାଇଁ ମସ୍‌ଜିଦ୍‌ ଖୋଲା ରହିବ। ନାଗରିକ ଓ ଧର୍ମଗୁରୁଙ୍କ ମସ୍‌ଜିଦ୍‌ ଆସିବାକୁ ନେଇ ନିୟମ ପାଳନ କରିବାକୁ କୁହାଯାଇଛି। କରୋନା ନେଇ ସାବଧାନୀ ରହିବାକୁ କୁହାଯାଇଛି। ତେବେ 50 ବର୍ଷରୁ ଅଧିକ ବୟସ୍କ ଓ ଶିଶୁମାନଙ୍କୁ ମସଜିଦ୍‌ ଆସିବାକୁ ଅନୁମତି ଦିଆଯାଇନି। ସେହିପରି ଶୁକ୍ରବାର ଦିନ ନମାଜ ପାଠ ପଢିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି।

ତେବେ ପାକିସ୍ତାନ ରାମଜାନ ମାସରେ ମସଜିଦ୍‌ରେ ସାମୂହିକ ନମାଜ ପାଠ ପଢିବାକୁ ଅନୁମତି ଦେବାକୁ ନେଇ କିଛି ଦେଶ ଚିନ୍ତା ପ୍ରକଟ କରିଛନ୍ତି। ଅପ୍ରେଲ୍‌ 21 ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ ଯେ, ରାମଜାନ ସମୟରେ ଲୋକଙ୍କୁ ମସଜିଦ୍‌ ନ ଯିବାକୁ ବାରଣ କରାଯାଇପାରିବ ନାହିଁ। ଯଦି ମସଜିଦ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାନଯିବ ତେବେ ମସଜିଦ୍‌ ବନ୍ଦ କରାଯିବ।  ପାକିସ୍ତାନ ଏକ ସ୍ବାଧୀନ କ୍ଷେତ୍ର, ଏଠାରେ ଏକତରଫା କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଆମେ କାହାକୁ ମସଜିଦ୍‌ ନ ଯିବାକୁ ବାଧ୍ୟ କରିପାରିବା ନାହିଁ ବୋଲି କହିଛନ୍ତି ଇମାନ୍‌। ଏଠାରେ ସମସ୍ତେ ସ୍ବତନ୍ତ୍ର। ସମେସ୍ତ ନିଜ ନିଜ ବୁଦ୍ଧିର ବ୍ୟବହାର କରିବେ। ନିଜ ଦେଶ ପାଇଁ କ’ଣ ଠିକ୍‌ ସମେସ୍ତ ଠିକ୍‌ ଭାବେର ବୁଝି କାମ କରିବେ ବୋଲି କହିଛନ୍ତି ଇମ୍ରାନ୍‌। ତେବେ କରୋନାକୁ ଦୃଷ୍ଟି ରଖି ପାକିସ୍ତାନରେ ନିଜ ନାଗରିକଙ୍କ ପାଇଁ 20ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଯଦି ରାମଜାନ୍‌ ମାସରେ ମସଜିଦ୍‌ ମାଧ୍ୟମରେ କରୋନା ବ୍ୟାପେ, ତେବେ ମସଜିଦ ବନ୍ଦ କରାଯିବ ବୋଲି ସୂଚନା ରହିଛି। ପାକିସ୍ତାନରେ ମାର୍ଚ୍ଚ 13 ତାରିଖରୁ ସ୍କୁଲ ବନ୍ଦ ରହିଥିବାବେଳେ ଏହା 31 ମଇ ପର୍ଯ୍ୟନ୍ତ ବନ୍ଦ ରହିବ। ଛାତ୍ରଙ୍କୁ ଅନ୍‌ ଲାଇନ୍‌ ଶିକ୍ଷା ଦିଆଯାଉଛି। (ଏଜେନ୍ସି)

Lockdown pakisthan
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.