24 ଘଣ୍ଟାରେ ଋଷରୁ ଚିହ୍ନଟ ହେଲେ 10 ହଜାର ଆକ୍ରାନ୍ତ

Published: May 5, 2020, 6:43 pm IST

ମସ୍କୋ : ସମଗ୍ର ବିଶ୍ବରେ ନିଜର ଆତଙ୍କ ସୃଷ୍ଟି କରିଛି କରୋନା । କୋଭିଡ୍‌-19 ପ୍ରଭାବରେ ବିଗତ 24 ଘଣ୍ଟା ମଧ୍ୟରେ ଋଷରେ 10 ହଜାରରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 10102ଟି ନୂତନ ମାମଲା ସମ୍ମୁଖକୁ ଆସିବା ସହିତ ଋଷରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 55 ହଜାର 370ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1770 ଜଣ ଆରୋଗ୍ୟ ହୋଇଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 19865ରେ ପହଞ୍ଚିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 95ଟି ନୂତନ ମୃତ୍ୟୁ ସହିତ ସମୁଦାୟ ମୃତକଙ୍କ ସଂଖ୍ୟା 1451ରେ ପହଞ୍ଚିଛି । ଋଷର ରାଜଧାନୀ ମସ୍କୋରେ ବିଗତ 24 ଘଣ୍ଟା ମଧ୍ୟରେ 5714 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 80115ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଋଷରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 44 ଲକ୍ଷ ନମୂନାର ପରୀକ୍ଷଣ ସରିଛି । (ଏଜେନ୍ସି)

Related posts