Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନେପାଳରେ ରାଜନୈତିକ ସଂକଟ, ଓଲି ସରକାର ପ୍ରତି ବଢିଲା ବିପଦ
ଅନ୍ତରାଷ୍ଟ୍ରୀୟ

ନେପାଳରେ ରାଜନୈତିକ ସଂକଟ, ଓଲି ସରକାର ପ୍ରତି ବଢିଲା ବିପଦ

July 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କାଠମାଣ୍ଡୁ: ଗତ କିଛି ଦିନ ଧରି ଭାରତ ବିରୋଧୀ ମନୋଭାବ ପୋଷଣ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପିିଏସ୍ ଓଲିଙ୍କ ସ୍ଥିତି ଏବେ ଟଳମଳ। ନିଜ ଆସନ ବଞ୍ଚାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇ ପଡ଼ିଛି। ଓଲିଙ୍କ କ୍ୟାବିନେଟରେ ଥିବା ଦଳଗୁଡ଼ିକ ଆଣିଥିବା ପାର୍ଟିସନ ଅର୍ଡିନାନସକୁ କେନ୍ଦ୍ର କରି ସଂକଟ ଉପୁଜିଛି। ମ୍ୟାପ୍ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦ ବଢିବା ପରଠାରୁ ନେପାଳରେ ରାଜନୈତିକ ସଂକଟ ଘନୀଭୂତ ହେବାରେ ଲାଗିଛି। ବିରୋଧୀମାନେ ଏଥିପାଇଁ ଓଲିଙ୍କୁ ଦାୟୀ କରି ଆସୁଛନ୍ତି।

ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ଦିନ ଡାକିଥିବା କ୍ୟାବିନେଟ ବୈଠକ ପୂର୍ବରୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କୁ ଭେଟିଥିଲେ। ପରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ସଂସଦର ଚଳିତ ବଜେଟ ଅଧିବେଶନ ବାତିଲ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ସହିତ ମ୍ୟାପ୍ ବିବାଦ ପରେ ଦଳର ନେତାମାନେ ପ୍ରଥମେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ, ଏହାପରେ ସେମାନେ ଦଳର ମୁଖ୍ୟଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଓଲି ଗୁରୁବାର ଦିନ ରାଷ୍ଚ୍ରପତିଙ୍କୁ ଭେଟି ଆଲୋଚନା କରୁଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଷ୍ଚାଣ୍ଡିଂ କମିଟିର ବୈଠକ ତାଙ୍କ ଅନୁପସ୍ଥିତିରେ ବସିଥିଲା। ସଂକଟ ଟାଳିବାକୁ ଓଲି ଗୋଟିଏ ପଟେ ଜାରି ରଖିଥିବା ବେଳେ, ଅନ୍ୟ ଏକ ଘଟଣାକ୍ରମରେ ସେ ପୂ୍ର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ଏକାକୀ ଭେଟିବାକୁ ମନା କରି ଦେଇଥିଲେ।

ଇତିମଧ୍ୟରେ ପ୍ରଚଣ୍ଡଙ୍କ ସମେତ ଦେଶର ଆଉ ତିନି ପ୍ରମୁଖ ନେତା ମାଧବ ନେପାଳ, ଝାଲନାଥ ଖାନାଲ ଏବଂ ବାମଦେବ ଗୌତମ ଏକ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ଓଲି କିଛିଦିନ ପୂର୍ବେ ତାଙ୍କର ଏକ ନୂଆ ଦଳ ଗଠନ କରିଥିବା ଜଣାପଡ଼ିଛି। ନେପାଳ କମ୍ୟୁନିଷ୍ଟ ପାର୍ଟି ନାମରେ ଗଠିତ ଏହି ନୂଆ ଦଳ  ପାର୍ଟିସନ ଅର୍ଡିନାନସକୁ ବିରୋଧ କରୁଛି। ଏହି ଅର୍ଡିନାନସକୁ ଅନୁମୋଦନ ନ କରିବାକୁ ପ୍ରଚଣ୍ଡ ରାଷ୍ଟ୍ରପତିଙ୍କୁ ଭେଟି ଦାବି ରଖିଛନ୍ତି।  ଏହା କାର୍ଯ୍ୟକାରୀ ହେଲେ ଦେଶରେ ଗୁରୁତର ରାଜନୈତିକ ଓ ସାମ୍ବିଧାନିକ ସଂକଟ ସୃଷ୍ଚି ହେବ ବୋଲି ସେ ସତର୍କ କରି ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026
Latest News

ମାଟ୍ରିକ ପରୀକ୍ଷା ଫଳ: ରଣପୁର ବ୍ଲକର ଟପ୍ପର ହେଲେ ପ୍ରତାପ, ଏ-୧ ରେ ଉତ୍ତୀର୍ଣ୍ଣ ହେଲେ ୧୬ ଛାତ୍ରଛାତ୍ରୀ

May 3, 2026

ଆଜି ମଇ ୩ ତାରିଖ ରବିବାରରେ ଛଅଟି ରାଶି ପାଇଁ ରହିଛି ଶୁଭ ଖବର, ଖୁସି ହେବେ

May 3, 2026

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.