ନେପାଳରେ ତେଜିଲା ରାଜନୈତିକ ସଂକଟ, ଇସ୍ତଫା ଦେବାକୁ ମନା କଲେ ପ୍ରଧାନମନ୍ତ୍ରୀ ଓଲି,

Published: Jul 4, 2020, 2:57 pm IST

କାଠମାଣ୍ଡୁ : ନେପାଳରେ ସୃଷ୍ଚି ହୋଇଥିବା ରାଜନୈତିକ ସଂକଟ ଅଧିକ ଘନିଭୂତ ହେବାରେ ଲାଗିଛି। ଆଜି ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିବାକୁ ଆସିନଥିଲେ। ଆଜିର ଏହି ଘଟଣା ପରେ ଦଳ ଏବେ ବିଭାଜନ ଆଡକୁ ମୁହାଁଇଥିବା ସ୍ପଷ୍ଚ ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି ।ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ଦୀର୍ଘ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲା । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ପାରିନାହିଁ । ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକ ଆସନ୍ତା ସୋମବାର ଦିନ ବସିବ। ପ୍ରଚଣ୍ଡଙ୍କ ସମର୍ଥକମାନେ ଓଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଚାହାଁନ୍ତି । କିନ୍ତୁ ଓଲି ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। (ଏଜେନ୍ସି)

Related posts