ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍

Published: Jul 16, 2020, 8:45 am IST

ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍‌, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍‌ ବ୍ଲୁମ୍‌ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ ସିଇଓ ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍‌ ବିଲ୍‌ ଗେଟ୍ସ୍‌,  ଟେଲ୍‌ସା ସିଇଓ ଏଲୋନ୍‌ ମସ୍କ, ସେଲେବ୍ରିଟି କାନେ ଓ୍ବେଷ୍ଟ୍‌ ଓ ତାଙ୍କ ପତ୍ନୀ କିମ୍‌ କର୍‌ଦାଶିଆନ୍‌ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ‌ ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି।1 ହଜାରେ ଡଲାର ଦେଲେ 2 ହଜାର ଡଲାର ପାଇବେ ଲେଖି ଟୁଇଟ୍‌ କରିଛନ୍ତି ହ୍ୟାକର୍‌ ।

ହ୍ୟାକ୍‌ ସମ୍ପର୍କରେ ସବିଶେଷ ଯାଞ୍ଚ କରୁଥିବାର ସ୍ପଷ୍ଟ କରିଛି ଟୁଇଟ୍‌ର । ତେବେ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟକୁ ସାମୟିକ ବନ୍ଦ କରିଛି ଟୁଇଟ୍‌ର ।  ତେବେ ହ୍ୟାକ୍‌ ହୋଇଥିବା ଟୁଇଟର୍‌ ହ୍ୟାଣ୍ଡେଲ୍‌ ଖୁବଶୀଘ୍ର ସଚଳ ହେବ ବୋଲି ଟୁଇଟ୍‌ର ତରଫରୁ ସୂଚନା ରହିଛି । (ଏଜେନ୍ସି)

Related posts