ବ୍ରାଜିଲ ରାଷ୍ଟ୍ରପତି ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ

Published: Jul 16, 2020, 3:44 pm IST

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ନିଜେ ଏହା ଘୋଷଣା କରିବା ପରେ ଆଜିଠାରୁ ସଙ୍ଗରୋଧରେ ରହିଛନ୍ତି। ସେ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଥିଲେ।

ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ‌ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି। ଆଗକୁ ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସ୍ବାଭାବିକ ଭାବେ ତାଙ୍କ କାମକୁ ଫେରିବେ ବୋଲି କହିଛନ୍ତି।

Related posts