ବେରୁଟ୍ ବିସ୍ଫୋରଣରେ 2750  ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା : ଲେବାନନ୍ ପ୍ରଧାନମନ୍ତ୍ରୀ

Published: Aug 5, 2020, 1:19 pm IST

ବେରୁଟ : ଲେବାନନର ବେରୁଟ୍‌ରେ ବିସ୍ଫୋରଣରେ ପ୍ରାୟ  2750 ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିବା ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ହସନ୍ ଡିଆବ୍ ସୂଚନା ଦେଇଛନ୍ତି । ବେରୁଟ୍ ବନ୍ଦରର ଏକ ଗୋଦାମ ଘରେ ବିଗତ 6 ବର୍ଷ ଧରି ଏହି ବିସ୍ଫୋରକ ମହଜୁଦ ରହିଥିବା ନେଇ ଲେବାନନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ପ୍ରତିରକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଏହି ସୂଚନା ପ୍ରଦାନ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ କାହାରିକୁ ବି ଛଡାଯିବ ନାହିଁ ବୋଲି ହସନ ଡିଆବ ପ୍ରକାଶ କରିଛନ୍ତି । ବିନା କୌଣସି ପ୍ରତିଶେଧକ ବ୍ୟବସ୍ଥାରେ ଏକ ଗୋଦାମ ଘରେ 2750 ଟନ୍ ଆମୋନିୟମ ନାଇଟ୍ରେଟ୍ ରଖିବା ଆଦୌ ଗ୍ରହଣୀୟ ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ବେରୁଟ୍‌ରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ 78ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 4 ହଜାରରୁ ଅଧିକ ଆହତ ହୋଇଛନ୍ତି ।(ଏଜେନ୍ସି)

Related posts