ମହମ୍ମଦଙ୍କ କାର୍ଟୁନ୍‌ ଫଟୋ ଦେଖାଇବାରୁ ଶିକ୍ଷକଙ୍କୁ ହତ୍ୟା

Published: Oct 17, 2020, 3:04 pm IST

ପ୍ୟାରିସ :  ବିଗତ କିଛି ଦିନ ଧରି ଅପରାଧର ମାତ୍ରା ବଢିଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରାୟ ସବୁଦିନ ଅପରାଧ ଘଟୁଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ର ଉତ୍ତର ପୂର୍ବ କ୍ଷେତ୍ରରେ  ପ୍ରଫେଟ୍‌ ମହମ୍ମଦଙ୍କ ଫଟୋକୁ ନେଇ ହୋଇଥିବା ବିବାଦରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନସାରେ ଛାତ୍ରଙ୍କୁ ପାଠ ପଢାଉଥିବା ସମୟରେ ମହମ୍ମଦଙ୍କ ପ୍ରତିକୃତି ଦେଖାଇଥିବାରୁ ଜଣେ ଇତିହାସ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ଶିକ୍ଷକ ଜଣଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ହତ୍ୟାକାରୀ । ଫ୍ରେଞ୍ଚ ପୋଲିସର ଆତଙ୍କ ନିବାରଣ ବିଭାଗ ପକ୍ଷରୁ ମାମଲାର ଯାଞ୍ଚ ଜାରି ରହିଛି । ପ୍ରାୟ ୫ଟା ସମୟରେ ପ୍ୟାରିସର ପଶ୍ଚିମ ଉପାନ୍ତରେ ଥିବା କନଫ୍ଲାନସ ସେଣ୍ଟ ଅନରାଇନ ସ୍କୁଲ ନିକଟରେ ଏହି ଘଟଣା ଘଟିଥିଲା । ସ୍କୁଲର ଇତିହାସ ଶିକ୍ଷକଙ୍କୁ ଦୁର୍ବୃର୍ତ୍ତ ଜଣକ ଆକ୍ରମଣ କରିବା ସହିତ ମୁଣ୍ଡ କାଟି ପକାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍ସରେ ଧର୍ମ ନାମରେ ନିୟମିତ ଆକ୍ରମଣ ହେଉଛି । ଦୁଇ ସପ୍ତାହ ପୂର୍ବରୁ ଚାର୍ଲି ହେବଡୋ ଘଟଣାରେ ଜଣେ ପାକିସ୍ତାନୀ ନାଗରିକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁଇ ଜଣଙ୍କୁ ଗୁରୁତର ଭାବରେ ଆହତ କରିଥିଲେ ।

Related posts