Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହାଉସ୍‌କିପର୍‌ ଚାକିରିରେ ମିଳିବ ଏତେ ଟଙ୍କା, ଡାକ୍ତର ଓ ଇଞ୍ଜିନିୟରଙ୍କଠାରୁ ମଧ୍ୟ ଅଧିକ ମିଳିବ ଦରମା, ଜାଣନ୍ତୁ କେଉଁଠି ଦିଆଯିବ ନିଯୁକ୍ତି
ଅନ୍ତରାଷ୍ଟ୍ରୀୟ

ହାଉସ୍‌କିପର୍‌ ଚାକିରିରେ ମିଳିବ ଏତେ ଟଙ୍କା, ଡାକ୍ତର ଓ ଇଞ୍ଜିନିୟରଙ୍କଠାରୁ ମଧ୍ୟ ଅଧିକ ମିଳିବ ଦରମା, ଜାଣନ୍ତୁ କେଉଁଠି ଦିଆଯିବ ନିଯୁକ୍ତି

October 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବ୍ରିଟିଶ୍‌ ରୟାଲ୍‌ ଫ୍ୟାମିଲିଙ୍କୁ ଜଣେ ଅଭିଜ୍ଞ, ଦକ୍ଷ ହାଉସକିପରର ଆବଶ୍ୟକତା ରହିଛି । ଆପଣ ଯଦି ହାଉସ୍‌କିପରର ଦରମା ଜାଣିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ହାଉସ୍‌କିପର୍‌ ପାଇଁ ଯେତିକି ପାରିଶ୍ରାମିକ ରଖାଯାଇଛି, ତାହା ଜଣେ ଡାକ୍ତର କିମ୍ବା ଇଞ୍ଜିନିୟରର ଦରମାଠାରୁ ଅଧିକ ରହିଛି । ଏଠାରେ ହାଉସ୍‌କିପର୍‌ ପାଇଁ ରହିଥିବା ମାପଦଣ୍ଡ ଅନୁଯାୟୀ ଯିଏ ଯୋଗ୍ୟ ବିବେଚିତ ହେବ ତାଙ୍କୁ 18.5 ଲକ୍ଷର ମାସିକ ଦରମା ଦିଆଯିବ ।

 बकिंघम पैलेस

ରୟାଲ୍ସ ପରିବାର ତରଫରୁ ଏକ ରୟାଲ୍ସ ଘରୋଇ ଅଧିକାରୀ ଓ୍ବେବସାଇଟ୍‌ରେ ଏହି ଚାକିରି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି । ପଦବୀ ଅନୁସାରେ ଏହା ଲେବଲ୍‌ 2 ଯୋଗ୍ୟତାର ଚାକିରି ଅଟେ । ଚୟନ ପ୍ରାର୍ଥୀଙ୍କୁ ୟୁକରେ ବିଣ୍ଡେସର୍‌ କ୍ୟାସେଲ୍‌ରେ ରହିବାକୁ ପଡିବ । ସପ୍ତାହକୁ 5 ଦିନ କାର୍ଯ୍ୟଦିବସ ରହିଥିବାବେଳେ 2 ଦିନ ଛୁଟି ମିଳିବ । ଏହି ଚାକିରିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପାରିଶ୍ରାମିକ ବାବଦକୁ 18.5 ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ତାଙ୍କର ରହିବା, ଖାଇବା ତଥା ଅନ୍ୟାନ୍ୟ ସୁବିଧା ପ୍ୟାଲେସ୍‌ ଦ୍ବାରା କରାଯିବ ।

HOME

ଏହାଛଡା ତାଙ୍କର ଯିବା ଆସିବାର ସମସ୍ତ ଖର୍ଚ୍ଚ ମଧ୍ୟ ଅଲଗା ଦିଆଯିବ । ଚାକିରି କାଳ ମଧ୍ୟରେ 33 ଦିନର ଛୁଟି (ବ୍ୟାଙ୍କ ଛୁଟି ସହିତ) ରହିଛି । ତେବେ ପ୍ରାର୍ଥୀ ଜଣକ ଇଂରାଜୀ ଓ ଗଣିତରେ ଦକ୍ଷ ହୋଇଥିବା ଆବଶ୍ୟକ। ଚୟନ ପ୍ରାର୍ଥୀଙ୍କ ମୁଖ୍ୟ କାମ ହେଉଛି ମହଲ୍‌ ଭିତରର କାର୍ଯ୍ୟକୁ ତଦାରଖ କରିବା । ସେହିପରି ଏହି ଚାକିରି ପାଇଁ 13 ମାସର ଟ୍ରେନିଂ ଦିଆଯିବ । ଟ୍ରେନିଂ ପୂରା ହେବା ପରେ ଶାହୀ ପରିବାର ଦ୍ବାରା ତାଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଚାକିରିରେ ରଖାଯିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026
Latest News

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ରାଜ୍ୟ ସରକାର ୬୭ଟି ପ୍ରାଥମିକ ବିଦ୍ୟାଳୟକୁ କଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଖନ୍ତୁ ପୁରା ତାଲିକା

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.