Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନିଜ ମନପସନ୍ଦର ଖାଦ୍ୟର ନାଁ ଶୁଣି କୋମାରୁ ଉଠିଲେ ଯୁବକ : 62 ଦିନ ଧରି ରହିଥିଲେ କୋମାରେ
ଅନ୍ତରାଷ୍ଟ୍ରୀୟ

ନିଜ ମନପସନ୍ଦର ଖାଦ୍ୟର ନାଁ ଶୁଣି କୋମାରୁ ଉଠିଲେ ଯୁବକ : 62 ଦିନ ଧରି ରହିଥିଲେ କୋମାରେ

November 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାଇଓ୍ପାନ୍‌ : ଉତ୍ତରପଶ୍ଚିମ ତାଇଓ୍ବାନ୍‌ରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କୁହାଯାଏ, ନିଜ ମନ ପସନ୍ଦର ଖାଦ୍ୟର ନା ଶୁଣିଲେ ପାଟିରୁ ଲାଳ ଗଡିଥାଏ । କିନ୍ତୁ ଏଠାରେ କିଛି ଅଜବ ଘଟିଛି । ଖାଦ୍ୟର ନାଁ ଶୁଣି 62 ଦିନ ଧରି କୋମାରେ ରହିଥିବା ଜଣେ ରୋଗୀଙ୍କୁ ହୋସ୍‌ ଆସିଯାଇଛି । 18 ବର୍ଷୀୟ ଏହି ଯୁବକ ଜଣକ 62 ଦିନ ଧରି କୋମାରେ ରହିଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟ ନା ଶୁଣି ତାଙ୍କର ହୋସ୍‌ ଆସିଯାଇଛି ।

ଉତ୍ତରପଶ୍ଚିମ ତାଇଓ୍ବାନ୍‌ରେ ରହୁଥିବା 18 ବର୍ଷୀୟ ଚିୟୁ ସ୍କୁଟରରେ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗୁରୁତର ଅବସ୍ଥାରେ ତା୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଚିୟୁଙ୍କର ଶହାହଶ କିଡ୍‌ନୀ, ଲିଭର୍‌ରେ ଗଭୀର ଆଘାତ ଲାଗିଥିଲା । ଶରୀରରୁ ଅଧିକ ରକ୍ତ ଯାଇଥିବାରୁ ତାଙ୍କର ଛଅଟି ସର୍ଜରୀ କରାଯାଇଥିଲା । ଦୁର୍ଘଟଣା ପରେ ତାଙ୍କର ଜୀବନ ବଞ୍ଚିଯାଇଥିଲା ସତ, କିନ୍ତୁ ସେ କୋମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ଡାକ୍ତର କୋମାରୁ ବାହାର କରିବା ପାଇଁ ସବୁ ପ୍ରକାରର ଚେଷ୍ଟା ଜାରି ରଖିଥିଲେ କିନ୍ତୁ ଏଥିରେ କୌଣସି ସଫଳତା ମିଳିପାରୁନଥିଲା । ତେବେ 62 ଦିନ ପରେ ଅଚାନକ ଏକ ଚମତ୍କାର ହେଲା, ଯାହାକୁ ପରିବାର ଲୋକେ କିମ୍ବା ଡାକ୍ତର କେହି ବିଶ୍ବାସ କରିପାରୁନାହାନ୍ତି । ଚିୟୁଙ୍କ ଡବଡ ଭାଇ ମଜାକ୍‌ରେ ଚିୟୁକୁ କହିଥିଲେ ଯେ, ସେ ଚିୟୁଙ୍କ ପସନ୍ଦିତା ଖାଦ୍ୟ ଚିକେନ୍‌ ଫିଲେଟ୍‌ ଖାଇବାକୁ ଯାଉଛନ୍ତି । ଚିୟୁଙ୍କୁ ଚିକେନ ବହୁତ ପସନ୍ଦ । ନିଜ ମନପସନ୍ଦର ଖାଦ୍ୟ ନାଁ ଶୁଣି ହଠାତ୍‌ ଚିୟୁଙ୍କ ଶରୀରର ସକ୍ରିୟ ହୋଇଥିଲା । ଏହା ଦେଖି ସେ ଡାକ୍ତରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଚିୟୁଙ୍କ ପ୍ଲସ୍‌ ରେଟ୍‌ ମଧ୍ୟ ତୀବ୍ରତର ହୋଇଥିଲା । ଏହାର କିଛି ସମୟ ପରେ ସେ କୋମାରୁ ବାହାରି ଆସିଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲିଡାକ୍ତର କହିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.