ନଦୀକୁ ବିଏମ୍‌ଡବ୍ଲ୍ୟୁ କାର୍‌ ଖସାଇ ଗିରଫ ହେଲେ ଯୁବକ

Published: Dec 1, 2020, 11:54 am IST

ନୂଆଦିଲ୍ଲୀ :  ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରାଙ୍କ୍‌‌ ଭିଡିଓ ସେୟାର କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ବ୍ୟକ୍ତି ଜଣକ ବିଏମ୍‌ଡବ୍ଲ୍ୟୁର ଗାଡିକୁ ନଦୀରେ ପକାଇଥିଲେ । ପରିବେଶକୁ କ୍ଷତି ତଥା ସଡକ ସୁରକ୍ଷା ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ୟକ୍ତିଙ୍କୁ ଗିରଫ କରିଥିବାର ସୂଚନା ରହିଛି ।

ସ୍ପେନ୍‌ଠାରେ ଜଣେ ବ୍ୟକ୍ତି ନଦୀକୁ ବିଏମ୍‌ଡବ୍ଲ୍ୟୁ ଗାଡିକୁ ଖସାଇଥିଲେ । ଅଭିଯୁକ୍ତ ଯୁବକ ଜଣକ ବ୍ରିଟେନ୍‌ ବାସିନ୍ଦା ବୋଲି ସୂଚନା ରହିଛି । ଯୁବକ ଜଣକ ମାରବେଲା ନଦୀରେ ବିଏମ୍‌ଡବ୍ଲ୍ୟୁ କାରକୁ ଖସାଇ ଭିଡିଓ ଶୁଟ୍‌ କରିବା ସହ ଏହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଥିଲେ । ତା’ପରେ କିଛି ସମୟରେ ଏହି ଭିଡିଓକୁ ହଟାଇ ଦେଇଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଦେଖି ପୋଲିସ୍‌ ଯୁବକଙ୍କୁ ତଲାସ କରିଥିଲା । ପୋଲିସ୍‌ ଯାଞ୍ଚ ପରେ ଯୁବକ ଜଣଙ୍କ ନିକଟରୁ ଦସ୍ତାବିଜ୍‌ ମିଳିଥିଲା । ଯୁବକ ଜଣଙ୍କ ପାଖରେ ଗୋଟିଏ ନମ୍ବରର ଦୁଇଟି କାର୍‌ ରହିଥିବାର ସୂଚନା ରହିଛି । ତେବେ ପୋଲିସ୍‌ ନଦୀରୁ ବିଏମ୍‌ଡବ୍ଲ୍ୟୁ କାର୍‌କୁ ଉଦ୍ଧାର କରିଛି । ଯୁବକ ଜଣକ ଯେଉଁସ୍ଥାନରେ କାର୍‌ଟିକୁ ଫୋପାଡିଥିଲେ ତାହା ସ୍ବତନ୍ତ୍ର ସଂରକ୍ଷଣ ଅଞ୍ଚଳ ଭିତରେ ରହିଛି।  ତେବେ ପୋଲିସ୍‌ ଯୁବକ ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)

Related posts