ନୂଆଦିଲ୍ଲୀ: ଫାଇଜର ପ୍ରସ୍ତୁତ କରୋନା ଟିକାକୁ ବ୍ରିଟେନ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ଲାଇସେନ୍ସ ଦେଇଛି । ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ 40 ନିୟୁତ ଡୋଜ କିଣିଥିବା ଜଣାଯାଇଛି । ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ 95 ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ବ୍ରିଟେନ୍ର ମେଡିସିନ୍ ଏବଂ ହେଲଥ୍ କେୟାର ପ୍ରଡକ୍ଟ ରେଗୁଲେଟାରୀ ଏଜେନ୍ସି ଏହି ଟିକାର ଗୁଣବତ୍ତା ଆକଳନ ଲାଗି ମଞ୍ଜୁରୀ ଦେଇଛନ୍ତି।
Tags: