ରୋମାନ୍ସ ପାର୍ଟି କରି ମଜା ନେଲେ ସାଂସଦ, ଏବେ ମିଳିଲା ସଜା

Published: Dec 2, 2020, 4:39 pm IST

ହଙ୍ଗେରୀ : ହଙ୍ଗେରୀର ୟୁରୋପିଆନ୍‌ ସାଂସଦ ଯୋଶେଫ୍‌ଙ୍କୁ ସେକ୍ସ ପାର୍ଟି କରି ମଜା କରିବା ବେଶ୍‌ ମହଙ୍ଗା ପଡିଛି ।  ବେଲ୍‌ଜିୟମ ରାଜଧାନୀ ବ୍ରୁସେଲ୍‌ରେ ହଙ୍ଗେରୀ ୟୁରୋପିୟନ୍‌ ଏମ୍‌ପି ଯୋଶେଫ ଜାଜେର ସେକ୍ସ ପାର୍ଟି କରୁଥିବାବେଳେ ଧରାପଡିଛନ୍ତି। ପ କରୋନା ଗାଇଡଲାଇନ୍‌ ଉଲଂଘନ କରୁଥିବା ଅଭିଯୋଗରେ ପୋଲିସ ଏହି ପାର୍ଟି ଉପରେ ଚଢାଉ କରିଥିଲା। ଯୋଶେଫ‌ ଏହି ଘଟଣା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 59 ବର୍ଷୀୟ ଯୋଶେଫ୍‌ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ଦକ୍ଷିଣପନ୍ଥୀ ଫିଦେସ୍ (Fidesz) ପାର୍ଟିର ଫାଉଣ୍ଡିଙ୍ଗ୍‌ ମେମ୍ବର ଥିଲେ। ପୋଲିସ ସେକ୍ସ ପାର୍ଟି ଉପରେ ଚଢାଉବେଳେ ଯୋଶେଫ୍‌ ବାହାର କବାଟ ବାଟ ଦେଇ ତଳକୁ ଡେଇଁଥିଲେ। ସିଟି ସେଣ୍ଟରରେ ହେଉଥିବା ଏହି ପାର୍ଟିରେ ପୋଲିସ୍‌ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରିଛି । ଏହି ପାର୍ଟିରେ  ୟୁରୋପିଆନ୍‌ ଡିପ୍ଲୋମେଟସ୍‌ ମଧ୍ୟ ସାମିଲ୍‌ ଥିଲେ । ସମସ୍ତଙ୍କ ଉପରେ ପ୍ରାୟ 23 ହଜାରଟଙ୍କାର ଜରିମାନା କରାଯାଇଛି । ତେବେ ଯୋଶେଫ୍‌ କରୋନା ଗାଇଡଲାଇନ୍‌ ଉଲ୍ଲଂଘନ କରିଥିବାରୁ କ୍ଷମା ମାଗିବା ସହିତ ସଜ୍ଜା ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯୋଶେଫ୍‌ 1990ରୁ 2002 ମସିହା ମଧ୍ୟରେ ହଙ୍ଗେରୀ ପାର୍ଲିଆମେଣ୍ଟ ପାଇଁ ସେ ଚାରିଥର  ନିର୍ବାଚିତ ହୋଇଛନ୍ତି । ସେହିପରି 2004 ମସିହାରେ ସେ  ୟୁରୋପର ସଂସଦ ପାଇଁ ନିର୍ବାଚିତ ହୋଇଥିଲେ ।

Related posts