ପଥର ପାଲଟିଲା ସୁନା: କୋଟିପତି ହେଲେ ମତ୍ସଜୀବୀ

Published: Dec 3, 2020, 11:18 am IST

ବ୍ୟାଙ୍କକ୍: ପଥର କେବେ ସୁନା ପାଲଟିବାର ଦେଖିଛନ୍ତି। ଏପରି ଏକ ଘଟଣା ଥାଇଲାଣ୍ଡରେ ଘଟିଛି। ଏଠାରେ ଜଣେ ମତ୍ସ୍ୟଜୀବୀ ପାଇଥିବା ପଥର ଖଣ୍ଡ ସୁନାରେ ପରିଣତ ହୋଇଛି। ତେବେ ଆସନ୍ତୁଜାଣିବା ପୂରା ଘଟଣାଟି କ’ଣ। ମାଛ ବିକ୍ରି କରି ଅନେକ ମତ୍ସ୍ୟଜୀବୀ କୋଟିପତି ହୋଇଥିବା କଥା ଆମେ ଜାଣିଛେ। ହେଲେ ମାଛର ବାନ୍ତି ବିକ୍ରି କରି ଜଣେ ମତ୍ସ୍ୟଜୀବୀ କୋଟିପତି ହୋଇପାରିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ପୂରା ସତ।

ଥାଇଲାଣ୍ଡର ଜଣେ ମତ୍ସ୍ୟଜୀବୀ ଏଭଳି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି। ସେ ଯାହାକୁ ପଥର ଖଣ୍ଡ ବୋଲି ଭାବୁଥିଲେ ତାହା ତାଙ୍କ ପାଇଁ ସୁନା ପାଲଟି ଯାଇଛନ୍ତି। ଏହି ପଥର ଖଣ୍ଡଟି ହେଉଛି ବାସ୍ତବରେ ସାର୍କର ବାନ୍ତି। ଯାହାକୁ ସମୁଦ୍ରର ଗୁପ୍ତଧନ ବୋଲି କୁହାଯାଏ। ଏଥିରେ ଗନ୍ଧହୀନ ଆଲକହଲ ଥାଏ। ବିଶେଷକରି ଅତର ବାସ୍ନାକୁ ଦୀର୍ଘ ସମୟ ରଖିବା ପାଇଁ ଏହା ବ୍ୟବହୃତ ହୋଇଥାଏ।

କେତେକଙ୍କ ମତରେ ସାର୍କର ଶରୀରରୁ ଏହି ସ୍ୱତନ୍ତ୍ର ଉପାଦାନ ବାହାରିଥାଏ। ଏହା ସାହାଯ୍ୟରେ ସାର୍କ ନିଜ ଖାଦ୍ୟ ଖାଇଥାଏ। କିନ୍ତୁ କେତେକ ଏହା ସାର୍କର ମଳ ବୋଲି ଦାବି କରୁଛନ୍ତି। ତେବେ ସେ ଯାହାହେଉନା କାହିଁକି ଥାଇଲାଣ୍ଡର ନାରିସ ସୁଆନସାଙ୍ଗ ପାଇଥିବା ଏହି ସାର୍କ ବାନ୍ତିର ଓଜନ ପ୍ରାୟ ୧୦୦ କେଜି ରହିଛି। ଜଣେ ବ୍ୟବସାୟୀ କିଲୋପିଛା ୨୩୭୪୦ ପାଉଣ୍ଡ ଦେବାକୁ କହିଥିବାବେଳେ ଏହାର ସୁରକ୍ଷା ପାଇଁ ପୁଲିସର ସାହାରା ନେଇଛନ୍ତି ନାରିସ। ମାସକୁ ମାତ୍ର ୩୨ ହଜାର ଟଙ୍କା ରୋଜଗାର କରୁଥିବା ଏହି ମତ୍ସ୍ୟଜୀବୀ ଜଣକ କୋଟିପତି ହୋଇଛନ୍ତି।

Related posts