Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାତ୍ର 8 ସେକେଣ୍ଡ ପାଇଁ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ବ୍ୟକ୍ତିଜଣକ ଭରିଲେ 2ଲକ୍ଷରୁ ଉର୍ଦ୍ଧ୍ବ ଜରିମାନା
ଅନ୍ତରାଷ୍ଟ୍ରୀୟ

ମାତ୍ର 8 ସେକେଣ୍ଡ ପାଇଁ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ବ୍ୟକ୍ତିଜଣକ ଭରିଲେ 2ଲକ୍ଷରୁ ଉର୍ଦ୍ଧ୍ବ ଜରିମାନା

December 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାଇଓ୍ବାନ : ସାରା ବିଶ୍ବରେ କରୋନା ତା’ର ପ୍ରକୋପ ଜାରି ରଖିଛି । ଯଦିଓ ଏବେ କରୋନାକୁ ନେଇ ଜାରି ହୋଇଥିବା କଠୋର କଟକଣାରେ ଟିକେ କୋହଳ କରାଯାଇଛି । କିନ୍ତୁ ଏବେବି ଅନେକ ଦେଶରେ କରୋନାକୁ ନେଇ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଉଛି । ତାଇଓ୍ବାନରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ମାତ୍ର 8 ସେକେଣ୍ଡ ପାଇଁ ବ୍ୟକ୍ତିଜଣକ କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି 3500 ଡଲାର୍‌ ଅର୍ଥାତ୍‌ 2 ଲକ୍ଷ 57 ହଜାର 495ଟଙ୍କା ଜରିମାନା ଭରିଛନ୍ତି । ବ୍ୟକ୍ତିଜଣକ ଜଣେ ପ୍ରବାସୀ କର୍ମଚାରୀ ରୂପେ ସୂଚନା ରହିଛି । ସେ କ୍ବାୟୋସିୟୁଙ୍ଗ ସିଟିର ଏକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିଲେ । ସେ ନିଜ ରୁମ୍‌ରୁ ବାହାରି ହଲ୍‌ ପର୍ଯ୍ୟନ୍ତ ଯାଇଥିବାରୁ ତାଙ୍କୁ ଅର୍ଥଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି ।

ଫିଲିଫାଇନ୍ସର ଏହିବ୍ୟକ୍ତିଜଣକ ହୋଟେଲ୍‌ରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ହୋଟେଲ୍‌ର କର୍ମଚାରୀ ସିସିଟିଭ୍‌ ଫୁଟେଜ୍‌ରୁ ତାଙ୍କୁ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରୁଥିବାର ଦେଖିଦେଇଥିଲେ । ଏହାପରେ କର୍ମଚାରୀଜଣକ ସ୍ବାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସ୍ବାସ୍ଥ୍ୟ ଅଧିକାରୀ ଏହାର ଯାଞ୍ଚ କରି ତାଙ୍କ ଉପରେ 1,00,000 ତାଇଓ୍ବାନୀ ଡଲାର ଅର୍ଥାତ୍‌ 3,500 ଆମେରିକୀୟ ଡଲାରର ଅର୍ଥ ଦଣ୍ଡ ଲଗାଇଥିଲେ ।

ତାଇଓ୍ବାନର କ୍ବାରେଣ୍ଟାଇନ୍‌ ନିୟମ ଅନୁସାରେ କୌଣସି ପ୍ରତି ନିଜ ରୁମ୍‌କୁ ଗୋଟିଏ କ୍ଷଣ ପାଇଁ ମଧ୍ୟ ଛାଡି ପାରିବ ନାହିଁ । ବ୍ୟକ୍ତିଜଣକ ନିଜ ରୁମ୍‌ରୁ ବାହାରକୁ ଆସି କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଳଂଘନ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026
Latest News

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଛତିଶଗଡ଼ର ରାଜ୍ୟପାଳ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.