ଡୋମେନ ସାର୍ଟିଫାଏଡ ଟ୍ରେନର ପଦବୀ ପାଇଁ ଆବେଦନ ଆହ୍ୱାନ

Published: Dec 14, 2021, 6:18 pm IST

ଭୁବନେଶ୍ୱର: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟର ମହାନିର୍ଦ୍ଦେଶଙ୍କ ଅଧିନରେ ଭୁବନେଶ୍ୱର ଠାରେ ଥିବା ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଆବଲେଡ (ଏନ୍‍ସିଏସ୍‍ସିଡିଏ) ପକ୍ଷରୁ ସେକ୍ଟର ସ୍କିଲ୍‍ କାଉନସିଲ ଫର ପିଡବ୍ଲ୍ୟୁଡିଏସ୍‍ (ଏସ୍‍ସିପିଡବ୍ଲ୍ୟୁଡିଏସ୍‍) ଦ୍ୱାରା ଅନୁମୋଦିତ ବିଭିନ୍ନ କୌଶଳ ବିକାଶ ତାଲିମ ପ୍ରଦାନ ପାଇଁ ଆଗ୍ରହୀ ଡୋମେନ ସାର୍ଟିଫାଏଡ ଟ୍ରେନରମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏହି ତାଲିମ ଓଡିଶା ସରକାରଙ୍କ ଏସ୍‍ଏସ୍‍ଇପିଡି ଏବଂ ଓଏସ୍‍ଡିଏଙ୍କ ମିଳିତ ସହଯୋଗରେ ଏନ୍‍ସିଏସ୍‍ସିଡିଏ ଠାରେ ପ୍ରଦାନ କରାଯିବ।

ତାଲିମ ପ୍ରଦାନ କରାଯିବାକୁ ଥିବା ବିଷୟଗୁଡିକ ମଧ୍ୟରେ ପୋଷାକପତ୍ର ତିଆରି, ବିୟୁଟି ଆଣ୍ଡ ୱେଲନେସ୍‍, ଇଲେକଟ୍ରୋନିକ୍ସ, ଏବଂ ଆଇଟି ଆଣ୍ଡ ଆଇଟିଇଏସ୍‍ ଆଦି ରହିଛି। ପୋଷାକପତ୍ର ପ୍ରସ୍ତୁତି ତାଲିମରେ ସିଲେଇ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ବିୟୁଟି ଆଣ୍ଡ ୱେଲନେସ ତାଲିମରେ ସହାୟକ ବିୟୁଟି ଥେରାପିଷ୍ଟ, ଇଲେଟ୍ରୋନିକ୍ସ ତାଲିମରେ ମୋବାଇଲ୍‍ ଫୋନ୍‍ ହାର୍ଡୱେର ମରାମତି ଟେକ୍ନିସିଆନ ଏବଂ ଫିଲ୍ଡ ଟେକ୍ନିସିଆନ ଓ ଅନ୍ୟ ଘର  କରଣା ସାମଗ୍ର ମରାମତି ଆଦି ରହିଛି। ସେହିଭଳି ଆଇଟି ଆଣ୍ଡ ଆଇଟିଇଏସ୍‍ ତାଲିମରେ ଘରୋଇ ଡାଟା ଏଣ୍ଟ୍ରି ଅପରେଟର ରହିଛି।

ଏହି ପ୍ରଶିକ୍ଷକ ପଦବୀଗୁଡିକ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର ବାୟୋଡାଟା [email protected]  ରେ ବିଷୟ Application for Skill Training Instructor ଦର୍ଶାଇ ପଠାଇ ପାରିବେ କିମ୍ବା ୦୬୭୪-୨୩୫୨୩୧୭ରେ ଫୋନ୍‍ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୫-୧୨-୨୦୨୧ ତାରିଖ ରହିଛି।

Related posts