Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାସ୍ତୁଶାସ୍ତ୍ର ଟିପ୍ସ: ଘରେ କରନ୍ତୁ ଏହି ସହଜ ଉପାୟ, ମାତା ଲକ୍ଷ୍ମୀଙ୍କର କୃପା ପାଆନ୍ତୁ
ଆଜିର ଖବର

ବାସ୍ତୁଶାସ୍ତ୍ର ଟିପ୍ସ: ଘରେ କରନ୍ତୁ ଏହି ସହଜ ଉପାୟ, ମାତା ଲକ୍ଷ୍ମୀଙ୍କର କୃପା ପାଆନ୍ତୁ

March 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାସ୍ତୁଶାସ୍ତ୍ର ଟିପ୍ସ: ବାସ୍ତୁର କିଛି ଛୋଟ ଛୋଟ ଉପାୟ ଜରିଆରେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ପାଇପାରିବା। ବାସ୍ତୁ ଅନୁସାରେ ଏହି ଛୋଟ କଥା ତଥା ବ୍ୟବହାରିକ ପରିବର୍ତ୍ତନ ଯୋଗୁଁ ଘରେ ସୁଖ ସମୃଦ୍ଧି ବିରାଜିତ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଦୈନନ୍ଦୀନ ଜୀବନରେ ବାସ୍ତୁର କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା ଦ୍ବାରା ଆମେ ମାତା ଲକ୍ଷ୍ମୀଙ୍କର କୃପା ପାଇପାରିବା।

ଫଳ ଖାଇବା ବହୁତ ଭଲ କଥା। ତେବେ ଫଳ ଓ ପରିବାର ଚୋପାକୁ ଆମେ ସର୍ବଦା ଡଷ୍ଟବିନ୍‌ରେ ପକାଇଥାଉ। କିନ୍ତୁ ଯଦି ଆମେ ଏହି ଚୋପାକୁ ଡଷ୍ଟବିନ୍‌ରେ ନ ପକାଇ ଘର ବାହାରେ ଅଳିଆ ଏକାଠି ହେଉଥିବା ଜାଗାରେ ଏହି ଚୋପାକୁ ରଖିଲେ ଏହା ଦ୍ବାରା ଲାଭ ମିଳିଥାଏ। ଏହାଦ୍ବାରା ବାଣିଜ୍ୟ ତଥା ଚାକିରି ସମ୍ବନ୍ଧରେ ଶୁଭ ସୂଚନା ମିଳିଥାଏ।

ଶୁକ୍ଳ ପକ୍ଷ ଦିନ ବିଶେଷକରି ଗୁରୁବାର ବା ଶୁକ୍ରବାର ଦିନ ମିଶ୍ରିରେ କ୍ଷୀର ବନାଇବା ଉଚିତ୍‌। ଏବଂ ଏହି କ୍ଷୀରକୁ ଘରର ସମସ୍ତ ସଦସ୍ୟ ଏକାଠି ବସି ଖାଇବା ଦରକାର। ଏହି କ୍ଷୀରକୁ ସର୍ବପ୍ରଥମେ ଘରର ବୟୋଜ୍ୟେଷ୍ଠଙ୍କୁ ଦେବା ଉଚିତ୍‌। ଏପରି କରିବା ଦ୍ବାରା ମା’ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଘରେ ଥିବା ସମସ୍ତ ବାସ୍ତୁ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ।

ଯଦି ଆପଣ ବୃହସ୍ପତି ସମ୍ପର୍କିତ କିଛି ଉପାୟ କରିବାକୁ ଚାହୁଁଛନ୍ତି ,ତେବେ ବାସ୍ତୁ ହିସାବରେ ଗୁରୁବାର ଦିନ ହଳଦିଆ ବସ୍ତୁ ଅର୍ଥାତ୍‌ ଖାଦ୍ୟରେ ହଳଦୀ ଅଥବା ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ। ସେହିପରି ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ। ସେହିପରି ବୁଧବାର ଦିନ ସବୁଜ ରଙ୍ଗର ଖାଦ୍ୟ ପଦାର୍ଥ ଖାଇବା ସହ ହଳଦିଆ ରଙ୍ଗର ଖାଦ୍ୟ ବା ବସ୍ତୁଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ବାରା ଘରେ ଶାନ୍ତି ରହିବ।

ସେହିପରି କେହି କେହି ଗାଧୋଇବା ପରେ ଓଦା ଟାଓ୍ବେଲ୍‌କୁ ରଖି ଦେବାର ଅଭ୍ୟାସ ଥଶଏ। ଏପରି କରିବା ଅନୁଚିତ୍‌। ଏପରି କରିବା ଦ୍ବାରା ଘରେ ମତଭେଦ ସୃଷ୍ଟି ହୋଇଥଏ। ଏଥିପାଇଁ ସର୍ବଦା ଓଦା ଟାଓ୍ବେଲ୍‌କୁ ଶୁଖାଇବା ଉଚିତ୍‌।

ବାସ୍ତୁଶାସ୍ତ୍ର ଟିପ୍ସ ମାତା ଲକ୍ଷ୍ମୀ ଶୁକ୍ଳ ପକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026

Urdu Poets’ Conference: ଭୁବନେଶ୍ବରରେ ଆୟୋଜିତ ହେଲା ଉର୍ଦ୍ଦୁ କବି ସମ୍ମିଳନୀ

August 12, 2026
Latest News

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.