ସ୍ୱାସ୍ଥ୍ୟ ଟିପ୍ସ: ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସୀୟ ହାର୍ଟ ଇନଷ୍ଟିଚ୍ୟୁଟର ଭିସି ତଥା ଏମଡି ଡକ୍ଟର ରମାକାନ୍ତ ପଣ୍ଡା କହିଛନ୍ତି ଯେ, ୨୦ ରୁ ୨୫ ବର୍ଷ ପୂର୍ବେ, ୩୦ ବର୍ଷ ଏବଂ ତାହାଠାରୁ କମ ବର୍ଷ ଲୋକଙ୍କ ମଧ୍ୟରେ ହୃଦଘାତର ବିରଳ ଘଟଣା ଘଟୁଥଲା। କିନ୍ତୁ ବର୍ତ୍ତମାନ ପ୍ରତି ସପ୍ତାହରେ ଏଭଳି ମାମଲା ସାମ୍ନାକୁ ଆସୁଛି। ଭାରତର ବେଷ୍ଟ ହାର୍ଟ ସର୍ଜନ ତଥା ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡକ୍ଟର ପଣ୍ଡା କହିଛନ୍ତି ଯେ, ବ୍ୟାୟାମ ଆମ ଶରୀର ଉପରେ ଉଭୟ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। କିନ୍ତୁ ଆପଣ ବ୍ୟାୟାମ କିପରି କରୁଛନ୍ତି ତାହା ଉପରେ ଏହା ନିର୍ଭର କରେ। ଏହି କାରଣରୁ ଯୁବକମାନଙ୍କଠାରେ ହୃଦଘାତର ସମସ୍ୟା ମଧ୍ୟ ବଢିବାରେ ଲାଗିଛି।
ଶାରୀରିକ ବ୍ୟାୟାମ ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:
ଶରୀରରେ ମଧ୍ୟମ ସ୍ତରର ବ୍ୟାୟାମ ଆବଶ୍ୟକ ବୋଲି ଡକ୍ଟର ପଣ୍ଡା ଦର୍ଶାଇଛନ୍ତି। ନିମ୍ନ ସ୍ତର କିମ୍ବା ଉଚ୍ଚ ସ୍ତରର ଶାରୀରିକ କାର୍ଯ୍ୟକଳାପ ପ୍ରତିକୂଳ ପ୍ରଭାବ ପକାଇପାରେ, ଯେଉଁଥିରେ ହୃଦଘାତ ଭଳି ରୋଗ ଅଧିକ ଘଟୁଛି।
କିପରି ସଠିକ୍ ବ୍ୟାୟାମ କରିବେ?:
– ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ୱାର୍ମ ଅପ କରନ୍ତୁ।
– ୨୦-୩୦ ମିନିଟ୍ ବ୍ୟାୟାମ କରନ୍ତୁ।
– ଶରୀରକୁ ୫ ରୁ ୧୦ ମିନିଟ୍ ରିଲାକ୍ସ କରନ୍ତୁ
ଡକ୍ଟର ପଣ୍ଡା ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଶରୀର କିପରି କାର୍ଯ୍ୟ କରୁଛି ତାହା ଉପରେ ନଜର ରଖିବା ଉଚିତ୍। ଛାତିର ବାମ ପାର୍ଶ୍ୱରେ ଯଦି ଯନ୍ତ୍ରଣା ଅନୁଭବ ହୁଏ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହୁଏ, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।