Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁ ଅଭିଶାପ ମିଳିଥିଲେ ବି ଉଦ୍ଧାର ହେଲେ ଅର୍ଜୁନଙ୍କ ପୌତ୍ର?, ଜାଣନ୍ତୁ କିପରି
ଆଜିର ଖବର

ମୃତ୍ୟୁ ଅଭିଶାପ ମିଳିଥିଲେ ବି ଉଦ୍ଧାର ହେଲେ ଅର୍ଜୁନଙ୍କ ପୌତ୍ର?, ଜାଣନ୍ତୁ କିପରି

December 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ପରୀକ୍ଷିତ ହସ୍ତିନାପୁରର ରାଜା ଥିଲେ। ସେ ଅର୍ଜୁନଙ୍କ ପୌତ୍ର ଏବଂ ଅଭିମନ୍ୟୁଙ୍କ ପୁତ୍ର ଥିଲେ। କଳିଯୁଗର ପ୍ରଭାବରେ ସେ ଥରେ ଜଙ୍ଗଲକୁ ଯିବା ସମୟରେ ଜଣେ ଋଷିଙ୍କ ବେକରେ ମୃତ ସର୍ପଟିଏ ପକାଇଦେଇଥିଲେ। ସେହି ଋଷିଙ୍କ ପୁତ୍ର ଏହା ଦେଖି ଅତ୍ୟନ୍ତ କ୍ରୋଧିତ ହୋଇ ପରୀକ୍ଷିତଙ୍କୁ ଅଭିଶାପ ଦେଲେ, ‘ତୁମର ସାତ ଦିନ ଭିତରେ ତକ୍ଷକ ସର୍ପ ଦଂଶନରେ ମୃତ୍ୟୁ ହେଉ।

ଋଷି ଧ୍ୟାନରୁ ଉଠି ଏସବୁ ଶୁଣି ମନ ଦୁଃଖ କଲେ। ପୁତ୍ରକୁ ତିରସ୍କାର କରି ସେ ମହାରାଜଙ୍କୁ ସନ୍ଦେଶ ଦେଲେ, ତୁମର ସାତ ଦିନ ଭିତରେ ମୃତ୍ୟୁ ହେବ। ଏସବୁ ଶୁଣି ପରୀକ୍ଷିତ ରାଜ୍ୟ ତ୍ୟାଗ କରି ଗଙ୍ଗାନଦୀ କୂଳରେ ତପସ୍ୟା କରୁଥିବା ମୁନି ଋଷିମାନଙ୍କୁ ସାତ ଦିନ ଭିତରେ କିପରି ଉଦ୍ଧାର ହେବେ ଜିଜ୍ଞାସା କଲେ। କିନ୍ତୁ କେହି ହେଲେ କୌଣସି ସିଦ୍ଧାନ୍ତ ଦେଇପାରିଲେ ନାହିଁ। ଶେଷରେ ବ୍ୟାସଦେବଙ୍କ ପୁତ୍ର ଶୁକ ଦେବଜୀ ପହଞ୍ଚି ତାଙ୍କୁ ଶ୍ରୀ ଭାଗବତ ଉପଦେଶ ଦେଇ ପରୀକ୍ଷିତଙ୍କୁ ଉଦ୍ଧାର କଲେ। ସାତ ଦିନ ପରେ ତକ୍ଷକ ସର୍ପ ଦଂଶନ କଲାବେଳକୁ ପରକ୍ଷିତ ସ୍ଵର୍ଗପୁରକୁ ଚାଲିଯାଇଥିଲେ। ତକ୍ଷକ ସର୍ପ କେବଳ ତାଙ୍କ ଶବକୁ ଦଂଶନ କଲା।

ସାତ ଦିନ ଭିତରେ ପରୀକ୍ଷିତଙ୍କ ଉଦ୍ଧାର ହେଲା, ଆମର କାହିଁକି ହେବ ନାହିଁ? ଆମକୁ ପରୀକ୍ଷିତଙ୍କ ଭଳି ଶ୍ରୋତା ଏବଂ ଶୁକଦେବଙ୍କ ଭଳି ବକ୍ତା ମିଳିଲେ, ଆମର ନିଶ୍ଚିତ ଉଦ୍ଧାର ହେବ। ଆମେ ସମସ୍ତେ ଜଣେ ଜଣେ ପରୀକ୍ଷିତ। ଏଜୀବ ଯେତେବେଳେ ଗର୍ଭରେ ପ୍ରବେଶ କଲା, ସେତେବେଳେ ଯିଏ ଜୀବକୁ ରକ୍ଷା କରିଥିଲା, ସେହି ଚତୁର୍ଭୁଜ ସ୍ଵରୂପ ବାଲା ପୁରୁଷ କାହିଁ? କାହିଁ କାହିଁ (କୁଆଁ କୁଆଁ) ବୋଲି ଉଚ୍ଚାରଣ କରି ତାଙ୍କୁ ଖୋଜିବାରେ ଲାଗିଲା। ପରୀକ୍ଷିତ ଅର୍ଥାତ ଭଗବାନଙ୍କ ଦର୍ଶନ ପାଇଁ ଆତୁର ହେଉଥିବା ଜୀବ, ଆତୁରତାରା କାରଣ ହେଉଛି ସେ ବୁଝିପାରିଛି ସପ୍ତାହକ ସାତ ଦିନ ଭିତରେ ହିଁ ତାର ମୃତ୍ୟୁ ସୁନିଶ୍ଚିତ।

କାଳ ରୂପୀ ତକ୍ଷକ କାହାକୁ ହେଲେ ଛାଡେ ନାହିଁ। ସପ୍ତାହକ ମୋଟ ସାତ ଦିନ ଭିତରେ ହିଁ କୌଣସି ଏକ ବାରରେ ସେ କାଳ ରୂପୀ ତକ୍ଷକ ଅବଶ୍ୟ ଦଂଶନ କରିବ। ଏହି ସାତ ବାରରୁ କୌଣସି ଏକ ବାର ଆମ ପାଇଁ ନିଶ୍ଚିତ ହୋଇସାରିଛି। ତେଣୁ ପରୀକ୍ଷିତଙ୍କ ପରି ମୃତ୍ୟୁକୁ ଭୁଲ ନାହିଁ। ମୃତ୍ୟୁର କେବଳ ଜୀବକୁ ନୁହେଁ, ବ୍ରହ୍ମାଜୀଙ୍କୁ ମଧ୍ୟ ଲାଗିଥାଏ। ମୃତ୍ୟୁକୁ ଆମେ ଅମଙ୍ଗଳ ବୋଲି ମାନିଥାଉ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ମୃତ୍ୟୁ ହେଉଛି ପ୍ରଭୁଙ୍କର ସେବିକା। ତେଣୁ ମଙ୍ଗଳ ଦାୟକ। ଶ୍ରୀ ଠାକୁରଜୀଙ୍କୁ ଯେତେବେଳେ ଲାଗେ ମୋର ବାଳକ ଯୋଗ୍ୟ ହୋଇଗଲାଣି, ସେତେବେଳେ ସେ ମୃତ୍ୟୁକୁ ଆଜ୍ଞା ଦିଅନ୍ତି।

ଉପେନ୍ଦ୍ର ବଳିୟାରସିଂହ କଳିଯୁଗ ତକ୍ଷକ ସର୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Latest News

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.