Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସା ବିଜ୍ଞାନୀଙ୍କ ଆତ୍ମ ପ୍ରୟୋଗ, ନିଜ ଦେହରେ ନିଜେ ପରୀକ୍ଷା କରନ୍ତି ନିଜ ଉଦ୍ଭାବିତ ଟିକା
ଆଜିର ଖବର

ଚିକିତ୍ସା ବିଜ୍ଞାନୀଙ୍କ ଆତ୍ମ ପ୍ରୟୋଗ, ନିଜ ଦେହରେ ନିଜେ ପରୀକ୍ଷା କରନ୍ତି ନିଜ ଉଦ୍ଭାବିତ ଟିକା

January 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନ
ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବିଜନ କୁମାର ମହାପାତ୍ର

ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ। ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି। ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ।

କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି। ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି। କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି ଦୁଃସାହସୀ, ନିର୍ଭୀକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ଏଠାରେ ଦିଆଯ଼ାଇପାରେ।

୧୮୮୧ ମସିହାରେ ଆମେରିକାର ଡକ୍ଟର କାର୍ଲୋସ ନିଶ୍ଚିତ ହୋଇଥିଲେ ଯେ, ମଶା କାମୁଡା ହିଁ ମାରାତ୍ମକ ୟେଲୋ ଫିଭର ବା ପୀତ ଜ୍ୱରର ମୁଖ୍ୟ କାରଣ। ଏହାକୁ ପ୍ରମାଣ କରିବାକୁ ଆମେରିକୀୟ ସେନାର ଡାକ୍ତରମାନେ ଅଭିଯାନରେ ବାହାରିଲେ। ଡାକ୍ତର ଡେମସ କାରୋଲ, ଆରିସଟାଇଡିସ୍ ଆଗ୍ରାମୋଂଟେ ଓ ଜେସି ଓିଲିୟମ ଲାଜଇର ଚିକିତ୍ସା ବିଜ୍ଞାନୀ ଓାଲଟର ରିଡ୍‌ଙ୍କ ନେତୃତ୍ୱରେ ୟେଲୋ ଫିଭର କାରଣର ଅନୁସନ୍ଧାନ ଆରମ୍ଭ କଲେ। କାରୋଲ ଓ ଲାଜଇର୍ ଜାଣିଶୁଣି ମଶା କାମୁଡା ଖାଇଲେ। ପରିଣାମ ସ୍ୱରୂପ, ସେମାନେ ୟେଲୋ ଫିଭର ବା ପୀତ ଜ୍ୱରରେ ପୀଡିତ ହେଲେ। କିଛି ଦିନ ପରେ ଆଖି ବୁଜିଥିଲେ ଲାଜଇର। କିନ୍ତୁ ସୁସ୍ଥ ହୋଇଥିଲେ କାରୋଲ। ୭ ବର୍ଷ ପରେ ସେହି ୟେଲୋ ଫିଭରରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ନିଜ ଉପରେ ହିଁ ନୂଆ ଡାକ୍ତରୀ ପ୍ରୟୋଗ କରିଥିବା ଆଉ ଜଣେ ଡାକ୍ତର ହେଲେ ଆମେରିକାର ଓ’ ନିଲ୍ କେନ୍। ନିଶ୍ଚେତନ ପ୍ରକ୍ରିୟାରେ ସେ ଆଣିଥିଲେ ପରିବର୍ତ୍ତନ। କିଛି ସର୍ଜରୀ ପାଇଁ ସାଧାରଣ ନିଶ୍ଚେତନ ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣ କରିଥିଲେ। ଦିନ ଥିଲା ସର୍ଜରୀ ବେଳେ ସମଗ୍ର ଶରୀରର ନିଶ୍ଚେତନ କରାଯାଉଥିଲା। କିନ୍ତୁ ଏଭଳି କରିବା ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣିତ କରିଥିଲେ। ସେ ନିଜ ସଂକ୍ରମିତ ଅଙ୍ଗୁଳିରେ ନିଶ୍ଚେତକ ଦେଇ ଏହାର ସର୍ଜରୀ କରିଥିଲେ।

୧୯୨୧ ମସିହା ଫେବ୍ରୁଆରୀ ୧୫ ତାରିଖରେ ନିଜ ପେଟରେ ଲୋକାଲ୍ ଆନେସଥେଟିକ୍ ସହାୟତାରେ ଡାକ୍ତର କେନ୍ ସଫଳତାର ସହ ଅପେନଡିକ୍ଟୋମି କରିଥିଲେ। ସେତେବେଳକୁ ତାଙ୍କ ବୟସ ଥିଲା ୬୦ ବର୍ଷ। ୧୦ ବର୍ଷ ପରେ ସେ ନିଜ ଶରୀରରେ ଆଉ ଏକ ସଫଳ ସର୍ଜରୀ କରିଥିଲେ। କେବଳ ସେତିକି ନୁହେଁ, ସର୍ଜରୀର ମାତ୍ର ୩୬ ଘଣ୍ଟା ପରେ ଡ୍ୟୁଟିକୁ ଫେରିଥିଲେ।

ଆଲେକଜାଣ୍ଡାର ବୋଗଡାନୋଭ ନାମରେ ଋଷିଆରେ ଜଣେ ବିଖ୍ୟାତ ଡାକ୍ତର ଓ ବୈଜ୍ଞାନିକ ଥିଲେ। ସେ ବି ଥିଲେ ଜଣେ ଅର୍ଥନୀତିଜ୍ଞ, ରାଜନେତା ଓ ଲେଖକ। ଏକ କୌତୁହଳପୂର୍ଣ୍ଣ କଥା ତାଙ୍କ ମନକୁ ଜୁଟିଥିଲା। ବୁଢାମାନଙ୍କୁ ଯୁବକଙ୍କ ଭଳି ସକ୍ରିୟ କରିବା ପାଇଁ ଏକ ଅଭିନବ ପ୍ରୟୋଗ କରିବାକୁ ଚାହିଁଥିଲେ ଡାକ୍ତର ବୋଗଡାନୋଭ। ଏଥିପାଇଁ ସେ ବୁଢାମାନଙ୍କ ଶରୀରରେ ଯୁବକମାନଙ୍କ ରକ୍ତ ପ୍ରବେଶ କରାଇବା ଭଳି ଏକ ଅସାଧାରଣ ଉପାୟ ଭାବିଥିଲେ।

୧୯୨୪ ମସିହାରେ ନିଜ ଉପରେ ହିଁ ଏହି ଅଭିନବ ପ୍ରୟୋଗ କରିଥିଲେ ବୋଗଡାନୋଭ। ଜଣେ ଯୁବକଙ୍କ ରକ୍ତ ସେ ନିଜ ଶରୀରରେ ପ୍ରବେଶ କରାଇଥିଲେ। କିନ୍ତୁ ଦୁଃଖ କଥା ଯେ ଏହି ପ୍ରକ୍ରିୟା ପରେ ସେ ପ୍ରାଣ ହରାଇଥିଲେ। ପରେ ଜଣାପଡିଥିଲା ଯେ,ତାଙ୍କୁ ରକ୍ତଦାନ କରିଥିବା ଯୁବକଜଣକ ମ୍ୟାଲେରିଆ ଓ ଟିବିରେ ପୀଡିତ ଥିଲା।

ଜର୍ମାନୀର ବୈଜ୍ଞାନିକ ରବର୍ଟ କୋଚ୍ ଆବିଷ୍କାର କରିଥିଲେ ଯେ, ଭିବ୍ରିଓ କୋଲେରାଏ ନାମକ ଏକ ବ୍ୟାକଟେରିଆ ହିଁ ହଇଜାର କାରଣ। କିନ୍ତୁ ମାକ୍ସ ଯୋଶେଫ୍ ଭନ୍ ପିଟେନକୋଫେର ନାମକ ଜଣେ ଚିକିତ୍ସା ବିଜ୍ଞାନୀ କୋଚଙ୍କ ଆବିଷ୍କାରକୁ ଭୁଲ୍ ପ୍ରମାଣିତ କରିବାକୁ ଚାହିଁଲେ। ଏଥିପାଇଁ ସେ ଏକ ପ୍ରୟୋଗ କଲେ। କୋଚଙ୍କ ଉପସ୍ଥିତିରେ ହିଁ ପିଟେନକୋଫେର ଭିବ୍ରିଓ କୋଲେରାଏ ବ୍ୟାକଟେରିଆକୁ ଫଳରସରେ ମିଶାଇ ପିଇଥିଲେ। ପରିଣାମ ସ୍ୱରୂପ ସେ ହଇଜାରେ ପୀଡିତ ହେଲେ। ତାଙ୍କୁ ହସପିଟାଲକୁ ନେବାକୁ ପଡିଥିଲା। ୭ ଦିନ ପରେ ସେ ସୁସ୍ଥ ହୋଇଥିଲେ।

୧୯୮୪ ମସିହାରେ ଅଷ୍ଟ୍ରେଲିଆର ରୟାଲ ପର୍ଥ ହସପିଟାଲରେ କାମ କରୁଥିବା ବେଳେ ଡାକ୍ତର ବେରି ମାର୍ଶାଲ ସହଯୋଗୀ ରବିନ ଓାରେନଙ୍କ ସହ ଘୋଷଣା କରିଥିଲେ ଯେ, ହେଲିକୋବାକ୍ଟେର ପାଇଲୋରି ବ୍ୟାକ୍ଟେରିଆ ହିଁ ପେଟରେ ଘାଆ ଓ କ୍ୟାନସର ପାଇଁ ଦାୟୀ। କିନ୍ତୁ ଅନ୍ୟ ବୈଜ୍ଞାନିକ ଓ ଡାକ୍ତରମାନେ ବେରିଙ୍କ ଏହି ଥିଓରୀକୁ ଗ୍ରହଣ କଲେ ନାହିଁ। ସେମାନଙ୍କର ମତ ଥିଲା ଯେ, ପେଟରୁ ବାହାରୁଥିବା କେମିକାଲ ବ୍ୟାକଟେରିଆକୁ ବଂଚିବା ପାଇଁ ଦେବ ନାହିଁ।

କିନ୍ତୁ ନିଜ ଥିଓରୀକୁ ପ୍ରମାଣ କରିବାକୁ ଯାଇ ବେରି ମାର୍ଶାଲ ଫଳ ରସରେ ସଂପୃକ୍ତ ବ୍ୟାକ୍ଟେରିଆ ମିଶାଇ ପିଇଥିଲେ। ଆଉ କିଛି ଦିନ ମଧ୍ୟରେ ସେ ଗୁରୁତର ଅସୁସ୍ଥ ହୋଇପଡିଲେ। ସେ ପିଇଥିବା ବ୍ୟାକଟେରିଆ ତାଙ୍କ ପେଟରେ ଘାଆରେ ପରିଣତ ହୋଇଯାଇଥିଲା। ଆଂଟିବ୍ୟାକଟେରିଆଲ୍ ଔଷଧ ସେବନ କରି ସୁସ୍ଥ ହୋଇଥିଲେ ମାର୍ଶାଲ। ନିଜ ଜୀବନକୁ ବାଜି ଲଗାଇ ନିଜ ଥିଓରୀର ଯଥାର୍ଥତା ପ୍ରମାଣ କରି ଦେଖାଇଥିଲେ ମାର୍ଶାଲ୍। ଉଭୟ ମାର୍ଶାଲ ଓ ଓାରେନଙ୍କୁ ୨୦୦୫ରେ ମେଡିସିନ ନୋବେଲ ପୁରସ୍କାର ଦିଆଯାଇଥିଲା।

ଏହିଭଳି ଅନେକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତର ଅଛନ୍ତି, ଯେଉଁମାନେ କି ବେଶ୍ ଦୂରଦୃଷ୍ଟିସଂପନ୍ନ ହୋଇ ମାନବଜାତିର କଲ୍ୟାଣ ପାଇଁ ଦୁଃସାହସିକ ପଦକ୍ଷେପ ନେଇଛନ୍ତି। ରୋଗର କାରଣ ଖୋଜିବା ସହ ଏହାର ପ୍ରତିକାର ବାହାର କରିଛନ୍ତି। ଜୀବନକୁ ବାଜି ଲଗାଇ ନିଜ ଉଦ୍ଭାବିତ ଔଷଧ ଓ ଟୀକାର ପରୀକ୍ଷଣ ପ୍ରଥମେ ନିଜ ଉପରେ ହିଁ କରିଛନ୍ତି। ଏଭଳି ତ୍ୟାଗ ହିଁ ସେମାନଙ୍କୁ ମହାନ କରିଛି।

ଚାଣକ୍ୟ ନଗର, ଲାଂଜିପଲ୍ଲୀ
ବ୍ରହ୍ମପୁର ୮, ମୋବାଇଲ୍ ୯୭୦୩୬୯୦୮୪୭

ବିଜନ କୁମାର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.