Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ସ୍ତ୍ରୀଙ୍କୁ ଧ୍ୟାନ ଦିଅନ୍ତୁ, ନହେଲେ ଛାଡପତ୍ର ନିଅନ୍ତୁ
ଜୀବନ ଶୈଳୀ

ସ୍ତ୍ରୀଙ୍କୁ ଧ୍ୟାନ ଦିଅନ୍ତୁ, ନହେଲେ ଛାଡପତ୍ର ନିଅନ୍ତୁ

August 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପରିପୂରକ । ବୁଝାମଣା ଆଉ ପ୍ରେମ ହିଁ ସଫଳ ଦାମ୍ପତ୍ୟର ଚାବିକାଠି । ଏଥିରେ ଦୁହିଁଙ୍କର ସମଭାଗିତା ରହିଥାଏ ।  କିନ୍ତୁ ଆଜିକାଲି ଏସବୁଥିରେ ବ୍ୟତିକ୍ରମ ଦେଖାଯାଉଛି । ନିକଟରେ ଏକ ମହିଳା ତାଙ୍କ ସ୍ବାମୀ ତାଙ୍କ ପ୍ରତି ଧ୍ୟାନ ଦେଉନଥିବାରୁ ଛାଡପତ୍ର ନେବାକୁ ଆବେଦନ କରିଛନ୍ତି ।

ସାଧାରଣତଃ ନାରୀମାନେ ଶୃଙ୍ଗାର ପ୍ରିୟା । ଶୃଙ୍ଗାର କରିବାକୁ ସେମାନେ ଅଧିକ ପସନ୍ଦ କରନ୍ତି, ଆଉ ତା’ଠୁ ଅଧିକ ପସନ୍ଦ କରନ୍ତି ସେହି ସୁନ୍ଦରତା ଓ ଶୃଙ୍ଗାରର ପ୍ରଶଂସା ଶୁଣିବା । ନିକଟରେ ସୌନ୍ଦର୍ଯ୍ୟର ପ୍ରଶଂସା ନ କରିବା ତଥା ଧ୍ୟାନ ନ ଦେବା ଯୋଗୁଁ ଛାଡ଼ପତ୍ର ନେବାକୁ ମହିଳା ଜଣକ ଦାବି କରିଛନ୍ତି । ଭୋପାଳର କଟାରା ହିଲ୍ସର ଅଞ୍ଚଳରେ ଏଭଳି ଏକ ଘଟଣା ଶୁଣିବାକୁ ମିଳିଛି । ଭୋପାଳର କଟରାହିଲ୍ସ ନିବାସୀ ଜନୈକ ମହିଳା ଜଣକ ଭୋପାଳର କୁଟୁମ୍ବ ନ୍ୟାୟଳୟରେ ଛାଡପତ୍ର ଆବେଦନ କରିଛନ୍ତି । ଏବଂ ସେ ଏହି ଆବେଦନରେ ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ବାମୀ ୟୁପିଏସ୍‌ସିର ପ୍ରସ୍ତୁତିରେ ବ୍ୟସ୍ତ ରହିବା କାରଣରୁ ତାଙ୍କ ସ୍ବାମୀ ତାଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି । ଏପରିକି ବାପଘରକୁ ଗଲେ ମଧ୍ୟ ସ୍ବାମୀ ତାଙ୍କୁ ଫୋନ୍‌ କରନ୍ତି ନାହିଁ । ଏପରିକି ସେ ସଜବାଜ ହେଉଥିଲେ ମଧ୍ୟ ତାଙ୍କ ସ୍ବାମୀ କେବେବି ପ୍ରଶଂସା କରନ୍ତିନାହିଁ । ବିବାହ ଦୁଇ ବର୍ଷ ହୋଇଯାଇଥିଲେ ମଧ୍ୟ ତାଙ୍କ ସ୍ବାମୀ କେବଳ ପଢାପଢି ଓ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ଏପରିକି ସେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଯାଉନାହାନ୍ତି । ଏପରି କ୍ଷେତ୍ରରେ ମହିଳାଙ୍କ ପାଇଁ ତାଙ୍କ ସ୍ବାମୀ ହେବା ନ ହେବା ଏପ୍ରକାରର । ସ୍ବାମୀ ଜଣକ ତାଙ୍କ ପ୍ରତି ଧ୍ୟାନ ଦେଉନଥିବାର ବ୍ୟଥିତ ହୋଇ ସେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

କାଉନ୍‌ସିଲର୍‌ଙ୍କ ସାମ୍ନାରେ ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ବାମୀ ପ୍ରାୟେ ରୁମ୍‌ ବନ୍ଦ କରି ନିଜ ପଢାପଢିରେ ବ୍ୟସ୍ତ ରୁହନ୍ତି, ମହିଳାଙ୍କ କୌଣସି କଥାରେ ଧ୍ୟାନ ଦିଅନ୍ତି ନାହିଁ । ସେହିପରି ମହିଳାଙ୍କ ସ୍ବାମୀଙ୍କ ଡାକି ଏ ସମ୍ପର୍କରେ ପଚାରିଥିବାବେଳେ ସ୍ବାମୀ ଜଣକ ମହିଳାଙ୍କ ପ୍ରତି କୌଣସି ପ୍ରକାରର କିଛି ଅଭିଯୋଗ ନାହିଁ, କିନ୍ତୁ ତାଙ୍କ ବୈବାହିକ ସମ୍ପର୍କ ସ୍ଥିର ରହିଛି, ଯାହା ଆଗାମୀ ସମୟରେ ବିଗିଡ଼ିଯାଇପାରେ।  କାଉନ୍‌ସିଲର୍‌ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ କିଛି ସମୟ ଦେବା ସହିତ ଦୁହିଁଙ୍କ ସେମାନଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ମହିଳା ଜଣକ ଏବେ ତାଙ୍କ ବାପ ଘରେ ରହିଛନ୍ତି ।

ପ୍ରେମ ଅଧିକ ହେଉ ଅଥବା କମ୍‌ ହେଉ କିନ୍ତୁ ସମ୍ପର୍କରେ ବୁଝାମଣା ନରହିଲେ ତାହା ଏକପାଖିଆ ହୋଇଯାଏ । ନିକଟରେ ୟୁଏଇର ଜଣେ ମହିଳା ମାତ୍ରାଧିକ  ପ୍ରେମ ପାଇଁ ଛାଡପତ୍ର ଆବେଦନ କରିଥିଲେ । ଏକ ସୁସ୍ଥ ଗୃହସ୍ଥ ଜୀବନ ପାଇଁ ଜୀବନରେ ବୁଝାମଣାକୁ ଆଦରି ନେବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

EU ପରେ ଏବେ ଆମେରିକା ସହିତ ଭାରତର ହେଲା କି ବାଣିଜ୍ୟ ଚୁକ୍ତି? ଜାଣନ୍ତୁ ରିପୋର୍ଟ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.