ଶୀତଋତୁର ଆଗମନ ସହ ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବା ଆର୍ଥ୍ରାଇଟିସ୍ ଜନିତ ସମସ୍ୟା ଗମ୍ଭୀର ରୂପ ନେଇଥାଏ। ତାପମାତ୍ରା କମିବା ଦ୍ୱାରା ଗଣ୍ଠିର ଗତିଶୀଳତା ହ୍ରାସ ପାଇବା ସହ ଚଲାବୁଲା କରିବାରେ ଅସୁବିଧା ସୃଷ୍ଟି ହୁଏ। ସୂର୍ଯ୍ୟକିରଣର ଅଭାବ, ରକ୍ତ ସଞ୍ଚାଳନ କମିବା ଏବଂ ଶାରୀରିକ ସକ୍ରିୟତା କମିଯିବା ଯୋଗୁଁ ଏହି ସମସ୍ୟା ଅଧିକ ଜଟିଳ ହୋଇଥାଏ। ସଠିକ୍ କାରଣ, ଲକ୍ଷଣ ଚିହ୍ନଟ କରିବା ସହ ଉପଯୁକ୍ତ ସାବଧାନତା ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।
କାରଣ:
ପ୍ରଥମତଃ, ଶୀତଦିନେ ବାହାରର ତାପମାତ୍ରା କମିବା ସହ ଶରୀରର ଗଣ୍ଠିରେ ଥିବା ତରଳ ପଦାର୍ଥ ବା ସିନୋଭିଆଲ୍ ଫ୍ଲୁଇଡ୍ ମୋଟା ହୋଇଯାଇଥାଏ। ଫଳରେ ଗଣ୍ଠିର ଗତିଶୀଳତା କମିଯିବା ସହ କଠିନ ହୋଇଯାଏ। ଦ୍ୱିତୀୟତଃ, ଗଣ୍ଠିକୁ ରକ୍ତ ସଞ୍ଚାଳନ କମେ। ବାହାରର ତାପ ମାତ୍ରା କମିଲେ ଶରୀରକୁ ଉଷୁମ ରଖିବା ପାଇଁ ହାତଗୋଡ଼, ଆଣ୍ଠୁ ଓ ଆଙ୍ଗୁଠି ଅପେକ୍ଷା ହୃତ୍ପିଣ୍ଡ, କିଡ୍ନୀ ଓ ଲିଭରକୁ ଅଧିକ ରକ୍ତ ସଞ୍ଚାଳନ ହୁଏ। ରକ୍ତ ସଞ୍ଚାଳନ କମିବା ଏବଂ ଫ୍ଲୁଇଡ୍ କମିଯିବା ଫଳରେ ସେଠାରେ ରମ ତାପମାତ୍ରା ମଧ୍ୟ କମିଯାଏ । ତେଣୁ ଗଣ୍ଠି ଯନ୍ତ୍ରଣା ବଢ଼େ । ତୃତୀୟତଃ, ମାଂସପେଶୀରେ ପ୍ଲାଜମ୍ ବଢ଼ି ଯାଇଥାଏ। ଗଣ୍ଠି ଚାରିପଟେ ଲିଗାମେଣ୍ଟ ଓ ମାଂସପେଶୀ ରହିଥାଏ। ଚତୁର୍ଥତଃ, ଶୀତଦିନେ ବାହାର ବାୟୁରେ ଚାପ କମ୍ ଯୋଗୁ ଯନ୍ତ୍ରଣା କମିବ କେମିତି ଗଣ୍ଠି ଚାରିପଟେ ଥିବା ମାଂସପେଶୀ ଓ ଲିଗାମେଣ୍ଟ ଫୁଲି ଯାଇଥାନ୍ତି। ତେଣୁ ଗଣ୍ଠି ଉପରେ ଅଧିକ ଚାପ ପଡ଼େ। ପଞ୍ଚମତଃ, ଏହି ଋତୁରେ ପ୍ରାୟ ଲୋକଙ୍କର ଶାରୀରିକ ବି ଚଳତ୍ରଶକ୍ତି କମିଯାଇଥାଏ। ଫଳରେ ଗଣ୍ଠିଗୁଡିକ ଦୁର୍ବଳ ହେବା ସହ ଟାଣ ହୋଇଯାଏ। ତେଣୁ ଗଣ୍ଠିଯନ୍ତ୍ରଣା ହେବା ସ୍ୱାଭାବିକ। ଷଷ୍ଠରେ, ଦିନ ଛୋଟ ହେବା ଦ୍ୱାରା ସୂର୍ଯ୍ୟକିରଣ କମ୍ ମିଳେ ଏବଂ ଏଥିରୁ ମିଳୁଥିବା ଭିଟାମିନ୍ -ଡି’ର ମାତ୍ରା ଶରୀରରେ କମିଯାଏ। ଏହା ଗଣ୍ଠି ଓ ହାଡ଼ର ଦୁର୍ବଳତାକୁ ବଢ଼ାଇଦିଏ। ତେଣୁ ଗଣ୍ଠି ଯନ୍ତ୍ରଣା ହୁଏ।
ଲକ୍ଷଣ:
ସକାଳୁ ଉଠିବା ସମୟରେ ଆଣ୍ଠୁଗଣ୍ଠି କଠିନ ହୋଇବା ଯୋଗୁ ପ୍ରାୟ ଏକ ଘଣ୍ଟା ଯାଏ ବ୍ୟକ୍ତି ଚଲାବୁଲା କରିପାରି ନଥାନ୍ତି। ଯଦି କିଛି କାରଣରୁ ଗଣ୍ଠି ଫୁଲିବା ସହ ଅଧିକ ସମୟ ଯାଏ ନାଲି ଦେଖାଯାଏ। ତେବେ ଏହା ମଧ୍ୟ ଗଣ୍ଠି ଯନ୍ତ୍ରଣାର ଅନ୍ୟ ଏକ କାରଣ । ଯଦି ଗଣ୍ଠିରେ ଯନ୍ତ୍ରଣା ହୁଏ ଏବଂ ଏହା ୩ରୁ୪ ଦିନ ଯାଏ ନକମେ, ତେବେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
ଅଧିକ ବିପଦ:
କିଛି କିଛି ଲୋକଙ୍କଠାରେ ସାଧାରଣ ଗଣ୍ଠି ଯନ୍ତ୍ରଣା ସହ ର୍ୟୁମାଟଏଡ୍ ଆର୍ଥ୍ରାଇଟିସ୍ ଓ ଗାଉଟ୍ ଆର୍ଥ୍ରାଇଟିସ୍ ରହିଥାଏ। ଏହି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଖୁବ୍ ରହିଥାଏ। ଏହି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଖୁବ୍ ଜରୁରୀ।
ସେହିପରି ଅଧିକ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଥାଏ।
ଏହାବ୍ୟତୀତ ପୂର୍ବରୁ କେବେ ଯଦି ଗଣ୍ଠି ସ୍ଥାନରେ ଆଘାତ ଲାଗିଥାଏ ବା ଅସ୍ତ୍ରୋପଚାର ହୋଇଥାଏ, ତେବେ ଏହି ସମୟରେ ମଧ୍ୟ ଡାକ୍ତର ପରାମର୍ଶ ଜରୁରି।
ଅଧିକ ମୋଟା ଓ ଶରୀରର ଅଧିକ ଓଜନ ଯୋଗୁ ମଧ୍ୟ ଗଣ୍ଠି ଯନ୍ତ୍ରଣା ହୋଇପାରେ। ଏ କ୍ଷେତ୍ରରେ ଡାକ୍ତର ପରାମର୍ଶ ଜରୁରି।
ଯନ୍ତ୍ରଣା କମାଇବେ କେମିତି:
ସବୁବେଳେ ସକ୍ରିୟ ରହନ୍ତୁ। ସକାଳେ ଉଠିବା ପରେ କିଛି ସମୟ ପାଇଁ ଚାଲିବା, ବ୍ୟାୟାମ, ଯୋଗ ଓ ସନ୍ତରଣ ପରି କିଛି କାର୍ଯ୍ୟ ଜାରି ରଖିବେ। ଏହା ଗଣ୍ଠିକୁ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରେ। ରହୁଥିବା ଘରର ତାପମାତ୍ରାକୁ ଉଷୁମ ରଖିବା ସହ ଉଷୁମ ପୋଷାକ ବ୍ୟବହାର କରନ୍ତୁ। ଯଦି ଗଣ୍ଠିରେ ଯନ୍ତ୍ରଣା ହେଉଥାଏ, ସେଠାରେ ଗରମ ପାଣି ସେକ ଦେଇପାରିବେ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢ଼ିଥାଏ। ଫଳରେ ଯନ୍ତ୍ରଣା କମ୍ ରହିବ। ତାଛଡ଼ା ସନ୍ତୁଳିତ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ଯେପରିକି ସାମୁଦ୍ରିକ ମାଛ, କ୍ୟାଲସିୟମ୍, ଭିଟାମିନ୍-ଡି, ଅଦା, ସୋୟାବିନ୍, ୱାଲନଟ୍ ସହ ସବୁଜ ପନିପରିବା ଖାଇବା ଦରକାର। କୋଲାଜେନ୍ ମଧ୍ୟ ନେଇପାରିବେ। ପ୍ରଚୁର, ମାତ୍ରାରେ ପାଣି ପିଇବା ଦ୍ୱାରା ଗଣ୍ଠିର ଫ୍ଲୁଇଡ୍ ଲୁବ୍ରିକେଟିଂ କ୍ଷମତା ବଢ଼ିଥାଏ। ଆଉ ଗଣ୍ଠି ଯନ୍ତ୍ରଣା କମ୍ ହୁଏ।


