Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକ୍‌ଟକ୍‌ ଭିଡିଓ ପାଇଁ ଅଲଗା ହେଲେ ପତି-ପତ୍ନୀ
ଆଜିର ଖବର

ଟିକ୍‌ଟକ୍‌ ଭିଡିଓ ପାଇଁ ଅଲଗା ହେଲେ ପତି-ପତ୍ନୀ

February 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଟିକ୍‌ଟକ୍‌ ଯୁବପିଢିଙ୍କ ପାଇଁ ମନୋରଞ୍ଜନର ଜରିଆ ହୋଇଥିବା ବେଳେ ଏହାକୁ ନେଇ ବେଙ୍ଗାଲୁରୁର ଏକ ଦମ୍ପତ୍ତି ଅଲଗା ହୋଇଛନ୍ତି । 2008ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଅସିମ୍‌ ଏବଂ ଆୟେଶା (ଉଭୟ ଛଦ୍ମନାମ)ଙ୍କ ବିବାହ ହୋଇଥିବା ବେଳେ ଆୟେଶା ଅସିମ୍‌ଙ୍କୁ ଛାଡପତ୍ର ଦେଇଛନ୍ତି । ଅସିମଙ୍କୁ ନିଜ ପତ୍ନୀଙ୍କ ଭିଡିଓ ପୋଷ୍ଟ ପସନ୍ଦ ନଥିଲା । ପ୍ରଥମରୁ ଅସିମ ଅସନ୍ତୁଷ୍ଟ ହୋଇଥିବା ବେଳେ ଆୟେଶା ଲୁଚାଇ ଟିକ୍‌ଟକ୍‌ରେ ଭିଡିଓ ବନାଉଥିଲେ । ଅସିମ ସାଉଦି ଆରବରେ ନିଜର ଚାକିରି ଛାଡି ବେଙ୍ଗାଲୁରୁ ମଧ୍ୟ ପଳାଇ ଆସିଥିଲେ । ମାତ୍ର ପରେ ନିଜ ଘରେ ତିଆରି କରିଥିବା ଭିଡିଓରୁ ଆୟେଶା ଧରା ପଡିଯାଇଥିଲେ । ଏହାପରେ ଟିକଟକ୍‌ ଛାଡିବା ପାଇଁ ଆୟେଶାଙ୍କ ଉପରେ ଅସିମ୍‌ ଚାପ ପକାଇଥିଲେ । ମାତ୍ର ନିଜ ଲକ୍ଷାଧିକ ଟିକ୍‌ଟକ୍‌ ଫଲୋଅରଙ୍କୁ ଛାଡିବା ବଦଳରେ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଆୟେଶା । ଉଲ୍ଲେଖଯୋଗ୍ୟ ଯେ, ତିନି ବର୍ଷ ପୂର୍ବରୁ ଟିକ୍‌ଟକ୍‌ ମୋହରେ ପଡିଥିଲେ ଆୟେଶା । (ଏଜେନ୍ସି)

bengaluru tiktok
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.