ଲକ୍‌ଡାଉନ୍‌ ଖୋଲିବା ପରେ ଲକ୍ଷପତି ହେଲେ ସେଲୁନ୍‌ ମାଲିକ

Published: May 19, 2020, 9:18 pm IST

ନ୍ୟୁୟର୍କ : ଯୁକ୍ତରାଷ୍ଟ ଆମେରିକାରେ କରୋନା ଲକ୍‌ଡାଉନ୍‌ କୋହଳ ହେବା ପରେ ଲକ୍ଷପତି ହୋଇଛନ୍ତି ଜଣେ ସେଲୁନ୍‌ ଦୋକାନୀ । କଲରାଡୋର ଏକ ସେଲୁନ୍‌ରେ ଷ୍ଟାଇଲିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଲକ୍ଷପତି ହୋଇଛନ୍ତି । ଏହି ଷ୍ଟାଇଲିଷ୍ଟଙ୍କ ନାମ ଇଲିସିଆ ନୋଭୋଟ୍‌ନି । ଦିନ 1ଟା ସମୟରେ ଜଣେ ଗ୍ରାହକୁ ନିଜର ଚୁଟି କାଟିବା ସହିତ ଷ୍ଟାଇଲିଷ୍ଟଙ୍କୁ 2500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଏହା ସହିତ ମ୍ୟାନେଜର ଏବଂ ରିସେପ୍ସନିଷ୍ଟଙ୍କୁ ଯଥାକ୍ରମେ 1000 ଏବଂ 500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଷ୍ଟାଇଲିଷ୍ଟଙ୍କୁ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ 1 ଲକ୍ଷ 89 ହଜାର ଟଙ୍କା ହେବ । ଏହି ଘଟଣା ପରେ ଷ୍ଟାଇଲିଷ୍ଟ ଜଣକ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଲ୍‌ଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Related posts