Categories
ଆଜିର ଖବର ଜୀବନ ଶୈଳୀ

ଲକ୍‌ଡାଉନ୍‌ ଖୋଲିବା ପରେ ଲକ୍ଷପତି ହେଲେ ସେଲୁନ୍‌ ମାଲିକ

ନ୍ୟୁୟର୍କ : ଯୁକ୍ତରାଷ୍ଟ ଆମେରିକାରେ କରୋନା ଲକ୍‌ଡାଉନ୍‌ କୋହଳ ହେବା ପରେ ଲକ୍ଷପତି ହୋଇଛନ୍ତି ଜଣେ ସେଲୁନ୍‌ ଦୋକାନୀ । କଲରାଡୋର ଏକ ସେଲୁନ୍‌ରେ ଷ୍ଟାଇଲିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଲକ୍ଷପତି ହୋଇଛନ୍ତି । ଏହି ଷ୍ଟାଇଲିଷ୍ଟଙ୍କ ନାମ ଇଲିସିଆ ନୋଭୋଟ୍‌ନି । ଦିନ 1ଟା ସମୟରେ ଜଣେ ଗ୍ରାହକୁ ନିଜର ଚୁଟି କାଟିବା ସହିତ ଷ୍ଟାଇଲିଷ୍ଟଙ୍କୁ 2500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଏହା ସହିତ ମ୍ୟାନେଜର ଏବଂ ରିସେପ୍ସନିଷ୍ଟଙ୍କୁ ଯଥାକ୍ରମେ 1000 ଏବଂ 500 ଡଲାରର ଟିପ୍‌ ପ୍ରଦାନ କରିଥିଲେ । ଷ୍ଟାଇଲିଷ୍ଟଙ୍କୁ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ 1 ଲକ୍ଷ 89 ହଜାର ଟଙ୍କା ହେବ । ଏହି ଘଟଣା ପରେ ଷ୍ଟାଇଲିଷ୍ଟ ଜଣକ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଲ୍‌ଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚୁଟି କାଟିବା ପାଇଁ ସାଲୁନ ତରଫରୁ ଅଭିନବ ପଦକ୍ଷେପ, କର୍ମଚାରୀମାନେ ‘ପିପିଇ’ ପିନ୍ଧି କଲେ କାମ

ନୂଆଦିଲ୍ଲୀ, ଚୁଟି, ନିଶଦାଢି କାଟିବା ପାଇଁ ହରିୟାନର ଗୁରୁଗାଁଓର ଏକ ସାଲୁନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହି ସାଲୁନର କର୍ମଚାରୀମାନେ ପିପିଇ ବା ପର୍ସନାଲ ପ୍ରୋଟେକସନସ ଇକ୍ୟୁପମେଣ୍ଟସ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବାର ଭୟ ଥିବାରୁ ସାଲୁନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।

ଲକ ଡାଉନର କଡା ନିୟମ ଅନୁସାରେ ବର୍ତ୍ତମାନ ସାଲୁନ ଖୋଲିବା ପାଇଁ ବାରଣ କରାଯାଇଛି। ହେଲେ ଏହି ସାଲୁନ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ତାଙ୍କୁ କେହି ମନା କରିପାରିବ ନାହିଁ ବୋଲି ଜଣେ ଗ୍ରାହକ କହିଛନ୍ତି। ବର୍ତ୍ତମାନ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେଠାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଦୀର୍ଘ ଦୁଇମାସ ଧରି ସାରା ଭାରତ ଲକଡାଉନରେ ରହିବା ପରେ ଲୋକମାନେ ଚୁଟି କାଟିବା ଏକ ସମସ୍ୟା ସୃଷ୍ଟି ହୋଇଛି। ସେହି ସମସ୍ୟାକୁ ବର୍ତ୍ତମାନ ଏହି ସାଲୁନ ମାଲିକ କିଛିଟା ହାଲକା କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସେଲୁନ୍‌ ଖୋଲିବନି, କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଦିଆଯାଇଛି ଅନୁମତି : କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦୋକାନ ଖୋଲିବା ନେଇ ପୁଣିଥିର ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଚୁଟିକଟା ସେଲୁନ୍‌ ଖୋଲିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ । କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ।

ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲା ରହିବ ନାହିଁ।

ସେହିପରି ଇ-କମର୍ସ କମ୍ପାନୀଗୁଡିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଯୋଗାଇବେ ବୋଲି ସ୍ପଷ୍ଟ ସୂଚନା ରହିଛି । ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଉପରେ କଟକଣାକୁ ବଳବତ୍ତର ରଖାଯାଇଛି। ହଟସ୍ପଟ୍ ଓ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କୌଣସି ପ୍ରକାର ଦୋକାନ ଖୋଲିବ ନାହିଁ।

ତେବେ ଦୋକାନ ଖୋଲିବା ନେଇ ସର୍ତ୍ତ ମାନିବାକୁ ପଡିବ । ଦୋକାନରେ କେବଳ ପଚାଶ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ । ସାମାଜିକ ଦୂରତାକୁ ନିୟକୁ କଡାକଡି ପାଳନ କରାଯିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)