ଦଙ୍ଗଲ ଟିଭିର ‘ଆଏ ମେରେ ହମସଫର’ର ଅଭିନେତ୍ରୀ ଋଷିନା କଲେ ଦୁଃସାହାସିକ ନୈକା ବିହାର

Published: Dec 23, 2020, 5:36 pm IST

ମୁମ୍ବାଇ, ଦୀର୍ଘ  ଦିନ ଧରି ସୁଟିଂରେ କାମ କରିବା ପରେ ଅଭିନେତା ଅଭିନେତ୍ରୀମାନେ ଟିକିଏ ବ୍ରେକ ନେବାକୁ ଚାହାଁନ୍ତି। ଗୋଟିଏ ଦିନ ଛୁଟି ହେଲେ ମଧ୍ୟ ସେମାନେ ଯାହା ଭଲ ପାଆନ୍ତି ତାହା କରିବାକୁ ଚେଷ୍ଠା କରନ୍ତି।  ଏହା ସେମାନଙ୍କୁ ଫୁର୍ତ୍ତି କରିବାରେ ସାହାଯ୍ୟ କରେ ଏବଂ ଆଗାମୀ ଲମ୍ବା କାର୍ଯ୍ୟସୂଚୀ ପାଇଁ ସେମାନଙ୍କୁ ମାନସିକତା ଚାପରୁ ମୁକ୍ତି କରେ | ନିକଟରେ ଡଙ୍ଗଲ ଟିଭିର ‘ଆଏ ମେରେ ହମସଫର’ ଅଭିନେତ୍ରୀ ଋଷିନା କାନ୍ଧାରୀ  ସୁଟିଂରୁ ଗୋଟିଏ ଦିନ ଛୁଟି ନେଇଥିଲେ ଏବଂ ବେଶ ବୁଲାବୁଲି ମଧ୍ୟ କଲେ।

ଅଭିନେତ୍ରୀ ଋଷିନା ନିଜକୁ ‘ପ୍ରକୃତିର ଝିଅ’ ବୋଲି କହିବାକୁ ପସନ୍ଦ କରନ୍ତି କାରଣ ସେ ପ୍ରକୃତିର ଚତୁର୍ଦ୍ଦିଗରେ ରହିବାକୁ ଭଲ ପାଆନ୍ତି। ଯେତେବେଳେ ବି ସେ ସମୟ ପାଆନ୍ତି, ସେ ପ୍ରକୃତି ସହ କିଛି ସମୟ କାଟିବାକୁ ପସନ୍ଦ କରନ୍ତି। ତେଣୁ ଏଥର ଯେତେବେଳେ ସେ ଏକ ବିରତି ପାଇଲେ, ସେ ତାଙ୍କ ମା ଏବଂ ଝିଅ ସହିତ ନୌଯାତ୍ରାରେ ଯାଇଥିଲେ।  ସେ ପ୍ରକାଶ କରିଛନ୍ତି ଯେ, “ଘରେ ରହିବା ଏବଂ ମୋର ଦିନ ନଷ୍ଟ କରିବା ପରିବର୍ତ୍ତେ ମୁଁ କିଛି ଦୁଃସାହସିକ କାର୍ଯ୍ୟ କରିବାକୁ ଚିନ୍ତା କଲି।

ଯେତେବେଳେ ମୋର ଗୋଟିଏ ଦିନ ଛୁଟି ଅଛି ବୋଲି ଜାଣିଲି ମୁଁ ନୈକା ଏଜେନ୍ସି ସହିତ ଯୋଗାଯୋଗ କରି ନିଜ ପାଇଁ ଏକ ଡଙ୍ଗା ବୁକ୍ କଲି। ଆରବ ସାଗର ମଝିରେ ଏହା ଏକ ସୁନ୍ଦର ଏବଂ ଅତି ଶାନ୍ତ ଅନୁଭୂତି ଥିଲା। ଆମେ ଭାଗ୍ୟବାନ ଯେ, ଦୁଇଟି ଡଲଫିନ୍ ଦେଖିବାର ମଧ୍ୟ ସୈଭାଗ୍ୟ ମିଲିଲା। ମୁଁ ବିଶ୍ୱାସ କରେ ବ୍ୟସ୍ତ ସମୟ ଭିତରୁ ସମସ୍ତେ ଛୋଟ ବ୍ରେକ୍ ନେବା ଉଚିତ ଏବଂ ଏଥିରୁ ଅଧିକ ଉପଯୋଗ କରିବା ଉଚିତ। ଯେହେତୁ ଥରେ ସମୟ ଗଲା ପରେ ଏହା ଆଉ ଫେରିବ ନାହିଁ। ”

Related posts