ପାଣିରେ ବୁଡି ମୃତ୍ୟୁବରଣ କଲେ ଏହି ଲୋକପ୍ରିୟ ଅଭିନେତା

Published: Dec 26, 2020, 1:20 pm IST

ନୂଆଦିଲ୍ଲୀ : ଫିଲ୍ମ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର ରହିଛି । ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଅନୀଲ ପି ନେଦୁମଙ୍ଗଦ୍‌ଙ୍କର ମୃତ୍ୟୁହୋଇଛି । ମଲାୟାଲମ୍‌ ଫିଲ୍ମ ଅଭିନେତା ଅନିଲ୍‌ ପିଙ୍କର ଗତକାଲି ମଲଙ୍କରା ଡ୍ୟାମ୍‌ରେ ବୁଡି ମୃତ୍ୟୁହୋଇଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି ।

48 ବର୍ଷିଆ ମଲାୟାଲମ୍ ଅଭିନେତା ଅନିଲ ମଲଙ୍କରା ଡ୍ୟାମ୍‌ରେ ଗାଧୋଇବା ସମୟରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ଯେଉଁଠାରୁ ସେ ଆଉ ବାହାରକୁ ଆସିପାରି ନଥିଲେ ।

ଟେଲିଭିଜନରୁ କ୍ୟାରିଅର ଆରମ୍ଭ କରିଥିବା ଅନିଲ୍‌ 2014 ମସିହାରେ ବଡ ପରଦାରେ ପାଦ ଥାପିଥିଲେ । ତାଙ୍କ ଅଭିନୀତ ଅୟପୁନ୍ନମ୍‌ କୋଶିୟୁମ୍‌, ପୋରିଞ୍ଜୁ ମରିୟମ୍‌, କମତ୍ତିପ୍ପାଦାମ୍‌ ଭଳି ଅନେକ ହିଟ୍‌ ଫିଲ୍ମରେ ସେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତାଙ୍କର ଅକସ୍ମାତ୍‌ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Related posts