ବଧୂ ବେଶରେ ସ୍ବାମୀଙ୍କୁ ମେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ

Published: Dec 26, 2020, 4:26 pm IST

ମୁମ୍ବାଇ : ଲୋକପ୍ରିୟ ରିଅଲିଟି ଶୋ’ ’ବିଗ୍‌ ବସ୍‌’ ସିଜିନ୍‌-7ର ବିଜେତା ତଥା ଅଭିନେତ୍ରୀ ଗୌହର୍‌ ଖାନ୍‌ ଡିସେମ୍ବର 25ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରେମିକ୍‌ ଜୈଦ୍‌ଙ୍କ ସହ ବିବାହ କରିଥିବା ଏହି ଅଭିନେତ୍ରୀଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ନବଦମ୍ପତିଙ୍କ ବିବାହ ଫଟୋ ବେଶ୍‌ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କର ଏକ ଭିନ୍ନ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ବଧୂ ବେଶରେ ଗୌହର ପ୍ରେମିକ ଜୈଦ୍‌ଙ୍କୁ ମେକଅପ୍‌ କରାଉଛନ୍ତି । ଗୌହର ବ୍ରାଇଡାଲ୍‌ ଲୁକ୍‌ରେ ମୁଣ୍ଡରେ ଓଢ଼ଣୀ ଦେଇଥିବା ବେଳେ ସୁନେଲି-କ୍ରିମ୍‌ ରଙ୍ଗର ଶରାରା ପୋଷାକ ପିନ୍ଧିଛନ୍ତି। ଏହା ସାଙ୍ଗକୁ ସେ ଭାରୀ ଜୁଏଲାରୀ ପିନ୍ଧିଥିଲେ ।

ବିବାହ ପୂର୍ବରୁ ସୋସିଆଲ ମିଡିଆରେ ଗୌହର ଓ ଜୈଦ୍‌ ନିଜ ଓ୍ବେଡିଂ କାର୍ଡରେ ଲଭ୍‌ ଷ୍ଟୋରୀ ସେୟାର କରିଥିଲେ । ଏକ ଗ୍ରୋସରୀ ଷ୍ଟୋରରେ ଦୁହିଁଙ୍କର ସାକ୍ଷାତ ହୋଇଥିବାବେଳେ ଚାଟିଂ ଜରିଆରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ । କରୋନାକୁ ଦୃଷ୍ଟିରେ ରଖି ବିବାହରେ କେବଳ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ । ଗୌହରଙ୍କୁ 37 ବର୍ଷ ହୋଇଥିବାବେଳେ ଜୈଦ୍‌ଙ୍କୁ 25 ବର୍ଷ । ଦୁହିଁଙ୍କ ମଧ୍ୟରେ ବୟସର ପାର୍ଥକ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା ।(ଏଜେନ୍ସି)

Related posts