Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାହାରିଲା OSCAR ପୁରସ୍କାର ପାଇଁ ମନୋନିତ ତାଲିକା, ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ସାମିଲ
ଅନ୍ତରାଷ୍ଟ୍ରୀୟ

ବାହାରିଲା OSCAR ପୁରସ୍କାର ପାଇଁ ମନୋନିତ ତାଲିକା, ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ସାମିଲ

February 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାହାରିଲା OSCARS ପୁରସ୍କାର ପାଇଁ ମନୋନିତ ତାଲିକା, 'କାଲିର ଅତୀତ' ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସାମିଲ

Oscars Award 2021: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର କାଲିର ଅତୀତ ଶେଷରେ ଓସ୍କାର ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା The Academy of Motion Picture Arts and Sciences ତାହାର ତାଲିକା ପ୍ରକାଶ କରିଛି।

ଏଥିରେ ବିଶ୍ବର 366 ଟି ଚଳଚିତ୍ରକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଏହି ତାଲିକାରେ ଓଡିଆ ଚଳଚିତ୍ର କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସ୍ଥାନିତ ହୋଇଛି। ଚୁଡାନ୍ତ ତାଲିକା ଆସନ୍ତା ମାର୍ଚ୍ଚ 15 ତାରିଖରେ ପ୍ରକାଶ ପାଇବ।

ପରିବେଷ ପ୍ରଦୂଷଣ ଉପରେ ଆଧାରିତ ଏହି ଚଳଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ ତ୍ରିପାଠୀ। ଏହି ଚଳଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନିତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

କେତେକ ଗଣ ମାଧ୍ୟମ ଏହି ଚଳଚିତ୍ରକୁ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ। ହେଲେ ସେମାନଙ୍କର ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ତେବେ ମାର୍ଚ୍ଚ 15 ତାରିଖରେ ଯେଉଁ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ସେଥିରେ ଏହା ରହିବ କି ନାହିଁ ତାହା ଭିନ୍ନ କଥା। ହେଲେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଓଡିଆ ଚଳଚିତ୍ର କାଲିର ଅତୀତ ଓସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଛି।

ଆଉ ଏକ ଭାରତୀୟ ସିନେମା ମଧ୍ୟ ଓସ୍କାର ପୁରସ୍କାର ଦୌଡରେ ସାମିଲ

କାଲିର ଅତୀତ ସହିତ ଆଉ ଏକ ଭାରତୀୟ ସିନେମା ଏହି ଦୌଡରେ ସାମିଲ ହୋଇଛି। ସେହି ଚଳଚିତ୍ରଚଟି ହେଉଛି  ସୁରିଆ ଅଭିନୀତ ତାମିଲ ଚଳଚ୍ଚିତ୍ର ସୋରାରାଇ ପୋତ୍ରୁ। ଆମାଜନ ପ୍ରାଇମ ପ୍ରଯୋଜିତ ଏହି ଚଳଚିତ୍ରଟିର ନିର୍ଦ୍ଦେଶକ ହେଉଛନ୍ତି ସୁଧା କଂଗରା। ଏହି ଚଳଚିତ୍ରଟି ଡେକାନର ନିର୍ମାତା ଜି.ଆର ଗୋପିନାଥଙ୍କ ଜୀବନୀ ଉପରେ ଆଧାରିତ।

nilamadhabpanda କାଲିର ଅତୀତ ନୀଳମାଧବ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026
Latest News

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.